www.samajalive.in
Wednesday, December 10, 2025
26.1 C
Bhubaneswar

ବାରିକ ସଂଘର ଗୁରୁତ୍ବପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ

ରେଙ୍ଗାଳିକେମ୍ପ: ଅତାବିରା ବ୍ଲକ ଗୋଡ଼ଭଗା ସ୍ଥିତ ମାଁ ସମଲେଶ୍ଵରୀ ଙ୍କ ମନ୍ଦିର ପରିସରରେ ଅତାବିରା ବ୍ଲକ ସ୍ତରୀୟ ବାରିକ ସଂଘ ର ଏକ ଗୁରୁତ୍ବ ଅଧିବେଶନ ସଂଘର ସଭାପତି ହାରାଧନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକାରୀ ସଭାପତି ରଘୁନାଥ ବାରିକ ଏହି ଅଧିବେଶନ କୁ ପରିଚାଲନା କରିଥିଲେ। ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବାରିକ ସମାଜ କୁ ସଂଗଠିତ କରିବା ସହ ବାରିକମାନଙ୍କ ମଧ୍ୟରେ ଏକତା ସ୍ଥାପନ କରି ସଂଘର ବହୁବିଧ ଉନ୍ନତି କରିବା। ସମାଜର ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ବାରିକ ମାନଙ୍କ ଭୂମିକା ବହୁ ଗୁରୁତ୍ବପୂର୍ଣ୍ଣ ଅଟେ। କିନ୍ତୁ କରୋନl କଟକଣା ଯୋଗୁଁ ଗତ ପ୍ରାୟ ଦୁଇବର୍ଷ ଧରି ଏହି ବାରିକମାନେ କୌଣସି କାର୍ଯ୍ୟରେ ଯୋଗଦେଇ ପାରୁନାହାନ୍ତି ଯାହା ଫଳରେ ତାଙ୍କର ଆୟ କିଛି ହେଇପାରୁ ନାହିଁ। ଦୋକାନ ଓ ସେଲୁନ ଗୁଡ଼ିକ ବନ୍ଦ ହେବା ଦ୍ବାରା ସେମାନେ ତାଙ୍କର କୌଳିକ ବୃତ୍ତିରୁ ମଧ୍ୟ ବଞ୍ଚିତ ହୋଇଛନ୍ତି।

ଏପରି ସ୍ଥଳେ ତାଙ୍କର ପରିବାର ପରିପୋଷଣ କରିବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡିଛି। ସରକାର ପ୍ରତି ଉଠା ଦୋକାନୀ ମାନଙ୍କୁ କିଛି ନl କିଛି ଆର୍ଥିକ ସହାୟତା ଦେଇଛନ୍ତି କିନ୍ତୁ ବାରିକ ମାନଙ୍କ ସେଲୁନ ମଧ୍ୟ ଉଠା ଦୋକାନର ଅନ୍ତର୍ଗତ ହୋଇଥିବା ବେଳେ ସରକାର ତାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ତାଙ୍କୁ ଅଣଦେଖା କରିଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଥିବା ଜଣାପଡିଛି। ସରକାରଙ୍କ ସବୁ ନୀତି ନିୟମ କଟକଣା ଆଦି ବାରିକ ସମାଜ ପ୍ରତି ଲାଗୁ ହୋଇଥିଲେ ସୁଦ୍ଧା ସରକାରୀ ସହାୟତାରୁ ବଞ୍ଚିତ ରହିବା ବଡ଼ ପରିତାପର ବିଷୟ ବୋଲି ଅଧିବେଶନରେ ଆଲୋଚନା ହୋଇଥିଲା। କଟକଣା ସମୟରେ ବାରିକମାନଙ୍କୁ ସରକାରୀ ସହାୟତା ମିଳିବା ପାଇଁ ସଂଘ ପକ୍ଷରୁ ତହସିଲଦାର, ଜିଲ୍ଲାପାଳ ତଥା ବିଧାୟିକାଙ୍କୁ ମଧ୍ୟ ଜଣାଇ ସାରିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ଏହି ଅବସରରେ କାର୍ତ୍ତିକ ପଶାୟତ ଙ୍କୁ ସଂଘର ସମ୍ପାଦକ ଭାବେ ମନୋନୀତ କରିଥିଲେ। ଏହି ଅଧିବେଶନରେ ଦେବାର୍ଚ୍ଚନ ପଶାୟତ, ସତ୍ୟ ପଶାୟତ, ଯିବର୍ଦ୍ଧନ ପଶାୟତ, ଦେବାନନ୍ଦ ବେହେରା, ଯଦୁମଣି ପଶାୟତ, ମାଟୁ ପଶାୟତ, ମନୋହର ପଶାୟତ, ନିତ୍ୟାନନ୍ଦ ପଶାୟତ, କିଶୋର ପଶାୟତ, ସରୋଜ ବାରିକ, କପିଳ ବାରିକ, ଶଙ୍କର ପଶାୟତ ଓ ମନୋରଞ୍ଜନ ପଶାୟତଙ୍କ ସମେତ ବ୍ଲକର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ ବାରିକମାନେ ଉପସ୍ଥିତ ଥିଲେ। ପରିଶେଷରେ ଯଦୁମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories