www.samajalive.in
Sunday, December 7, 2025
26.1 C
Bhubaneswar

ତେଜୁଛି କ୍ରସର ବିରୋଧି ଆନ୍ଦୋଳନ, ଏଆରଏସଏସ ପ୍ଲାଣ୍ଟ ରାସ୍ତା ଖୋଳିଦେଲେ ମହିଳା

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ କ୍ରସର ବିରୋଧି ଆନ୍ଦୋଳନ ଉଗ୍ରରୂପ ଧାରଣ କରୁଛି। ଖରଭୁଇଁ ଗାଁ ଲୋକଙ୍କ କ୍ରସର ବିରୋଧ ଆନ୍ଦୋଳନ ଯୋଗୁଁ ଦୀର୍ଘ ଏକ ମାସ ହେଲା କ୍ରସର ଶିଳ୍ପ ଏବଂ ବେଆଈନ ପଥର ବିସ୍ଫୋରଣ ବନ୍ଦ ରହିଛି। ପ୍ରଶାସନିକ ହସ୍ତକ୍ଷେପ ପରେ ବି କୌଣସି ନିସ୍କର୍ଷ ବାହାରିପାରିନାହିଁ। ବିନା ନିଷ୍ପତିରେ ଗୁରୁବାର ଏଆରଏସଏସ ଭାରିଯାନ ଚଳାଚଳକୁ ସ୍ଥାନୀୟ ମହିଳା ବିରୋଧ କରିଛନ୍ତି। ଫଳରେ ଉତ୍ୟକ୍ତ ମହିଳା ପ୍ଲାଣ୍ଟ ରାସ୍ତା ଖୋଳିଦେବାରୁ କମ୍ପାନୀ ପକ୍ଷରୁ ମାଲପରିହନ ବନ୍ଦ ହୋଇଯାଇଛି।

 

- Advertisement -

ସୂଚନା ଯୋଗ୍ୟ ଯେ ଗତ ୧୬ତାରିଖ ଗାଁ ଲୋକ, ଜନପ୍ରତିନିଧି ଏବଂ ପ୍ରଶାସନକୁ ନେଇ ଏକ ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।ଗାଁ ଲୋକେ କ୍ରସର ଏବଂ ପଥର କୁଆଁରୀ ପରିଚାଳନା ପାଇଁ ସରକାରୀ ନିୟମାବଳୀର ଏକ ଓଡିଆ ଦସ୍ତାବିଜ ଦେବାପାଇଁ ଦାବୀକରିଥିଲେ। ପ୍ରଶାସନ ମଧ୍ୟ ସହମତି ପ୍ରକାଶ କରିଥିଲେ। ଏହାପରେ ଗ୍ରାମ୍ୟ କମିଟି ଗଠନ କରାଯାଇ ପରବର୍ତୀ ନିଷ୍ପତି ଗ୍ରହଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ସାତ ଦିନପରେ ନିୟମାବଳି କି କୌଣସି ଆଲୋଚନା ହୋଇପାରିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି। ଏହା ଉପରେ ଜିଲା ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଉଠୁଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories