www.samajalive.in
Sunday, December 7, 2025
16.1 C
Bhubaneswar

ନଦୀ ଭିତରେ ପଶି ସେଲ୍ଫି ଫଟୋ ଉଠାଉଥିବାବେଳେ ଭାସିଗଲେ ଯୁବକ

ଠାକୁରମୁଣ୍ଡା: କେନ୍ଦୁଝର ଜିଲା ଆନନ୍ଦପୁର ଥାନା ମନୋହରପୁର ପଞ୍ଚାୟତ ଅନ୍ତର୍ଗତ ସାନ ପୁରୁଣାପାଣି ଗାଁ ନିକଟବର୍ତ୍ତୀ ବୈତରଣୀ ନଦୀର ସୁନାମୁନିକୁ ବୁଲିବାକୁ ଆସି ବୁଧବାର ଦିନ ନଦୀରେ ଖସି ଯାଇ ନିଖୋଜ ଥିବା ଯୁବକଙ୍କ ସନ୍ଧାନ ମିଳିପାରିନାହିଁ। ଠାକୁରମୁଣ୍ଡା ଓ ପାଟଣା ବ୍ଲକର ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଦ୍ବାରା ଆଜି ସକାଳୁ ନଦୀ ଭିତରେ ପଶି ତଲାସୀ କାର୍ଯ୍ୟ କରାଯାଇଛି। ଘଟଣାସ୍ଥଳରେ ଆନନ୍ଦପୁର ତହସିଲଦାର ଓ ନିଖୋଜ ଯୁବକଙ୍କ ପରିବାର ଲୋକେ ଉପସ୍ଥିତ ଅଛନ୍ତି। କିନ୍ତୁ ଦିନ ୧୨ ଟା ସୁଦ୍ଧା ନିଖୋଜ ଯୁବକଙ୍କୁ ଠାବ କରାଯାଇ ପାରିନାହିଁ। ଘଟଣାରୁ ପ୍ରକାଶ ଯେ, ବୁଧବାର ଦିନ କରଞ୍ଜିଆର ଅଙ୍କିତ ପେ୍ରିୱାଲଙ୍କ ପରିବାର ଲୋକଙ୍କ ସହ ସମ୍ପର୍କୀୟ ଶ୍ରୀରାମ ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହାରପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ସାନ ପୁରୁଣାପାଣି ଗ୍ରାମ ନିକଟ ସୁନାମୁନି ବୁଲିବାକୁ ଆସିଥିଲେ l ଅପରାହ୍ଣ ପ୍ରାୟ ୪.୩୦ ମିନିଟ ସମୟରେ ନଦୀ ଭିତରେ ପଶି ସେଲ୍ଫି ଫଟୋ ଉଠାଉଥିବାବେଳେ ଜଣେ ସମ୍ପର୍କୀୟ ସହିତ ପାଣିରେ ଖସି ପଡ଼ିଥିଲେ l ସାଥିରେ ଯାଇଥିବା ଅନ୍ୟମାନେ ନଦୀ ଭିତରୁ ଜଣକୁ ଉଦ୍ଧାର କରି ଥିବା ବେଳେ ଶ୍ରୀରାମ ଭାସି ଯାଇଥିଲା l

- Advertisement -

ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ତଲାସୀ କରିଥିଲେ। ସେହି ଅଞ୍ଚଳଟି ଘଞ୍ଚ ଜଙ୍ଗଲ ସହ ଦୁର୍ଗମ ଅଞ୍ଚଳ ହୋଇଥିବା ରୁ ରାତି ହୋଇ ଯିବାରୁ ଅନ୍ଧକାର ରେ ତଲାସୀ କାମ ହୋଇପାରିନଥିଲା। ଶ୍ରୀରାମ ଚାଇଁବସା ଅଞ୍ଚଳରୁ ସମ୍ପର୍କୀୟ ଘର କରଞ୍ଜିଆ ଆସି ସୁନାମୁନି ବୁଲିବାକୁ ଆସି ଗାଧେଇବା ବେଳେ ଚୋରା ବାଲିରେ ଖସି ନଦୀରେ ବୁଡି ଯାଇ ନିଖୋଜ ହୋଇ ଯାଇଥିଲେ l ଏ ନେଇ ଆନନ୍ଦପୁର ଥାନାରେ ପରିବାର ଲୋକ ଲିଖିତ ଅଭିଯୋଗ କରି ସହ ତାଙ୍କ ପିଲାକୁ ଖୋଜି ବାହାର କରିଦେବା ପାଇଁ ନିବେଦନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories