www.samajalive.in
Monday, December 8, 2025
27.1 C
Bhubaneswar

ଆଶାଳୀନ ଖବର ପ୍ରସାରଣକୁ ନେଇ ୨ୱେବ ସାମ୍ବାଦିକଙ୍କ ନାମରେ ମାମଲା

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜୋନ ମହିଳା ଜିଲ୍ଲା ପରିଷଦ ସଭ୍ୟାଙ୍କ ନାମରେ ଅଶାଳୀନ ଖବର ପ୍ରସାରଣ ମହଙ୍ଗା ପଡିଛି l ଏନେଇ ୨ ୱେବ ମିଡ଼ିଆ ସାମ୍ବାଦିକଙ୍କ ନାମରେ ମାମଲା ରୁଜୁ ହୋଇଛି l ସୂଚନା ଅନୁଯାଇ ହେମାଙ୍ଗିନୀ ହଂସ ଗୋତୋମୁଣ୍ଡା ପଞ୍ଚାୟତ ସାହାଯଖୋଲ ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ଗଛ କଟା ଏବଂ ସୁରକ୍ଷା ସମିତି ପକ୍ଷରେ ନିଜ ମତାମତ ରଖିଥିଲେ l ଏହାକୁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଜଣେ ନେତା ବିରୋଧ କରି ବାରମ୍ବାର ଫୋନରେ ଧମକ ଦେଉଥିଲେ l ଜିଲ୍ଲା ପରିଷଦ ସଭ୍ୟାଙ୍କ ଅନୁଯାଇ ଏକ ୱେବ ଟିଭି ର ସାମ୍ବାଦିକ କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଶରଧାପୁର ଗାଁର ପ୍ରଦୀପ ସିଂହ ଓ ଅନ୍ୟ ଏକ ୱେବ ସାମ୍ବାଦିକ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପଲସାପଡା ପଞ୍ଚାୟତ ଲୁହାଵାହିଳି ଗ୍ରାମର ଦେବି ଗୌଡ଼ ନିଜ ୱେବ ମିଡିଆରେ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ସହ ମିଥ୍ୟ ଖବର ପ୍ରସାରଣ  କରିଥିବା ନେଇ ଏକ ମାମଲା ଆମପାଣି ଥାନାରେ ରୁଜୁ ହୋଇଛି l ଏନେଇ ଆମପାଣି ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ପଚାରିବାରୁ ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି ତଦନ୍ତ କଲାପରେ ଅଭିଯୁଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories