www.samajalive.in
Saturday, December 6, 2025
19.1 C
Bhubaneswar

ଏକ ଘରୁ ୪ ମୃତଦେହ ; ମହିଳାଙ୍କ ସହ ତାଙ୍କ ୩ ଶିଶୁଙ୍କ ଗଳା ଦବାଇ ହତ୍ୟା

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରା ମହାନଗରରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ଘଟିଥିବା ଜଣାପଡିଛି। ଜଣେ ମହିଳା ଓ ତାଙ୍କ ୩ ଶିଶୁଙ୍କର ଗଳା ଦବାଇ ହତ୍ୟା କରାଯାଇଛି। ଗୁରୁବାର ସକାଳେ ଘରର କବାଟ ଖୋଲା ଥିବାରୁ ସ୍ଥାନୀୟ ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଏହି ଘଟଣା କୋତବାଲୀ ଥାନା ଅନ୍ତର୍ଗତ ଅଞ୍ଚଳର। ଉକ୍ତ ମହିଳା ନିଜ ସ୍ୱାମୀ , ୨ ପୁଅ ଓ ଏକ ଝିଅ ସହ ରହୁଥିଲେ। ମହିଳାଙ୍କର ୩ ଶିଶୁ ମଧ୍ୟରୁ ପୁଅ (୧୨), ଆଉ ଏକ ପୁଅ (୧୦), ଝିଅ ୮ ବର୍ଷର ବୋଲି ଜଣାପଡିଛି। ଆଜି ସକାଳ ସମୟରେ ଅଞ୍ଚଳବାସୀ ମହିଳାଙ୍କ ଘର କବାଟ ଖୋଲା ସହ ଜିନିଷପତ୍ର ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରରେ ୪ଟି ମୃତଦେହ ପଡିଥିବାର ଦେଖିଥିଲେ।
ଏହାସହ ଏକ କକ୍ଷରେ ଲେମ୍ବୁ,ହଳଦୀ, ଦୀପ ଭଳି କିଛି ଜିନିଷ ମିଳିଥିଲା। ଏହା କୌଣସି ଗୁଣିଗାରେଡି ଘଟଣା ବୋଲି ସନ୍ଦେହ କରାଯାଉଛି। ଏହାସହ ଜିନିଷ ଏଣେତେଣେ ପଡିଥିବାରୁ ଲୁଟପାତ ମଧ୍ୟ ସନ୍ଦେହ କରାଯାଉଥିବା ବେଳେ କୌଣସି ସ୍ପଷ୍ଟତା ମିଳି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories