www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ୟଜନ୍ତୁ ଫସଲ ନଷ୍ଟ କରୁଥିବା ନେଇ ଚିନ୍ତିତ କି ? ଏବେ ଫସଲ ଜଗିବ ରୋବଟ୍ ବିଲୁଆ

ବିଶ୍ବର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ଭାବେ ଜଣାଯାଉଥିବା ଜାପାନରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳର ସମାହାର ଦେଖିବାକୁ ମିଳେ। ସେଠାକାର ସହରରେ କେବଳ ନୁହେଁ, ବରଂ ଗ୍ରାମୀଣ ଅଞ୍ଚଳରେ ମଧ୍ୟ ଅଗ୍ରଗତି ପରିଲକ୍ଷିତ ହେଉଛି। ଗତ କିଛି ବର୍ଷ ହେବ, ଜାପାନର ଚାଷୀମାନଙ୍କର ମୁଖ୍ୟ ଅଭିଯୋଗ ଥିଲା, ବନ୍ୟଜନ୍ତୁଙ୍କ କାରଣରୁ ଫସଲ କ୍ଷତି ହେଉଛି।

ବିଭିନ୍ନ ପ୍ରକାର ଚେଷ୍ଟା କରାଯିବା ସତ୍ତ୍ବେ ବନ୍ୟପ୍ରାଣୀଙ୍କ ପ୍ରାଦୁର୍ଭାବ ବରଂ ବଢ଼ିବାରେ ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି ଯୁବବୈଜ୍ଞାନିକମାନେ ‘ରୋବୋଟିକ୍ ଫକ୍ସ’ ନାମକ ରୋବଟ୍ ନିର୍ମାଣ କରିଥିଲେ। ଗତ ବର୍ଷ ଏହାର ବଜାର ପ୍ରବେଶ ହୋଇଥିଲା। ବିଲୁଆ ପରି ଦେଖାଯାଉଥିବା ଏହି ରୋବଟ୍ କାରଣରୁ ଚଳିତ ବର୍ଷ ଭଲ ଫସଲ ଉତ୍ପାଦନ ହୋଇଥିବାର ଚାଷୀ ସଂଘ ପ୍ରକାଶ କରିଛନ୍ତି।

- Advertisement -

ଚାଷ ଜମିରେ କୌଣସି ଜନ୍ତୁ ପ୍ରବେଶ କରିବା ମାତ୍ରେ ରୋବଟ୍ ବିଲୁଆର ଆଖି ଲାଲ ହେବା ସହ ସେ ଗର୍ଜନ କରିଥାଏ। ଏହି କାରଣରୁ ଅନ୍ୟ ପ୍ରାଣୀମାନେ ଭୟରେ ପଳାଇଥାନ୍ତି। ସର୍ବପ୍ରଥମେ ଜାପାନର ଛିବା ପ୍ରାନ୍ତର ଚାଷୀମାନେ ଏହି ବିଲୁଆ ରୋବଟର ଉପଯୋଗ କରିଥିଲେ। ସେଠାରେ ଏହି ବିଲୁଆର ଲୋକପ୍ରିୟତା ବଢ଼ିବା ପରେ ଏବେ ଅନ୍ୟ ଅଞ୍ଚଳର ଚାଷୀମାନେ ମଧ୍ୟ ଏହି ରୋବଟ୍ ନିଜ ଚାଷ ଜିମର ସୁରକ୍ଷା ପାଇଁ ବ୍ୟବହାର କରୁଛନ୍ତି। ଗୋଟିଏ ୟୁନିଟ୍ ରୋବୋଟିକ୍ ଫକ୍ସର ମୂଲ୍ୟ ୩.୨୦ଲକ୍ଷ ଟଙ୍କା ଧାର୍ୟ୍ୟ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories