www.samajalive.in
Tuesday, December 9, 2025
16.1 C
Bhubaneswar

ଦଲେର ମେହେନ୍ଦିଙ୍କୁ ୨ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ବେଆଇନ ଭାବରେ ବିଦେଶକୁ ଯୁବକ ଚାଲାଣ ଅଭିଯୋଗରେ ପପ୍‌ ସଙ୍ଗୀତଜ୍ଞ ତଥା ଚର୍ଚ୍ଚିତ ସଙ୍ଗିତକାର ଦଲେର ମେହେନ୍ଦିଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ପଞ୍ଜାବ ପଟିଆଲା କୋର୍ଟ। ୧୯ସେପ୍ଟେମ୍ବର ୨୦୦୩ରେ ସମସେର ମେହେନ୍ଦିଙ୍କୁ ଉପରୋକ୍ତ ଅଭିଯୋଗରେ ଗିରଫ କରାଯାଇ ଥିଲା। ପରେ ପଚରାଉଚରାରେ ଏଥିରେ ଦଲେରଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ଦଲେର ମେହେନ୍ଦି ଓ ସମସେର ମେହେନ୍ଦି ବିଦେଶରେ ସଙ୍ଗୀତ ନାଇଟରେ ଯିବା ସମୟରେ ସାଙ୍ଗରେ କିଛି ଯୁବକଙ୍କୁ ବେଆଇନ ଭାବରେ ନେଇଯାଉ ଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ଦୀର୍ଘ ୧୫ ବର୍ଷ କାଳ ବିଚାରାଧୀନ ରହିବା ପରେ ଆଜି ମାମଲାର ରାୟ ପ୍ରକାଶ ପାଇଛି। ରାୟ ପ୍ରକାଶ ପରେ ଦଲେରଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ କିଛି ସମୟ ମଧ୍ୟରେ ତାଙ୍କୁ ଜାମିନ ମଞ୍ଜୁର ହେବାରୁ ତାଙ୍କୁ ଛାଡ଼ି ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories