www.samajalive.in
Thursday, December 11, 2025
15.1 C
Bhubaneswar

ସମାଜସେବୀ ନିତ୍ୟାନନ୍ଦଙ୍କ ବିୟୋଗ

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ଟାଙ୍ଗରପାଲି ପଞ୍ଚାୟତ ଅନ୍ତର୍ଗତ ରେଂଗାଲ ପାଲିର ନିତ୍ୟାନନ୍ଦ ପ୍ରଧାନ(୮୫)ଙ୍କ ବିୟୋଗ ଘଟିଛି। ସେ ଦୀର୍ଘ ଚାରିମାସ ଧରି ଡାଇବେଟିସ ରୋଗରେ ପୀଡ଼ିତ ଥିଲେ। ଗତ ୧୮ ଦିନ ହେଲା ସେ ବୁର୍ଲାର ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ। ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ସ୍ବର୍ଗତ ପ୍ରଧାନ ଏକାଧାରରେ ଜଣେ ବଦାନ୍ୟ ବ୍ୟକ୍ତି ତଥା ସମାଜ ସେବୀ ଥିଲେ। ସେ ଟାଙ୍ଗରପାଲି ଉଚ୍ଚ ବିଦ୍ୟାଳୟ ପାଇଁ ସେ ନିଜସ୍ଵ ଜମି ଦାନ କରି ବିଦ୍ୟାଳୟ ଟିକୁ ପ୍ରତିଷ୍ଠା କରିଥିଲେ। ବିଭିନ୍ନ ସମୟରେ ଅଞ୍ଚଳର ଗରିବ ଶ୍ରେଣୀର ବ୍ୟକ୍ତିମାନଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାରେ କେବେ ହେଲେ ପଛଘୁଞ୍ଚା ଦେଉ ନଥିଲେ। ସେ ଜଣେ ଶିକ୍ଷା ପ୍ରେମୀ ଥିଲେ। ବିଦ୍ୟାଳୟର ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ଥିଲେ। ଅଞ୍ଚଳ ପାଇଁ ସେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ଵ ଥିଲେ। ଆଜି ତାଙ୍କର ଅନ୍ତିମ କ୍ରିୟାରେ ଗାଆଁ ରେ ଶୋଭାଯାତ୍ରା ବାହାରି ଝାଉଁ ନଦୀର ଉତ୍ପତ୍ତି ସ୍ଥଳରେ ଥିବା ଶ୍ମଶାନ ଘାଟରେ ତାଙ୍କର ଶବ ସତ୍କାର କରାଯାଇଥିଲା। ତାଙ୍କର ଦୁଇ ପୁଅ, ଆଠଟି ଝିଅ, ଜୋଇଁ ତଥା ପୂର୍ବତନ ଶାରୀରିକ ଓ କ୍ରୀଡା ଅଧିକାରୀ ତ୍ରୈଲୋକ୍ୟ ନାଏକ ଓ ପରିବାର ବର୍ଗଙ୍କ ସମେତ ଗୋଡଭଗା ଶିଶୁ ମନ୍ଦିରର ବରିଷ୍ଠ ସହକାରୀ ଆଚାର୍ୟ୍ୟ ବାସନ୍ତୀ ପ୍ରଧାନ, ଟାଙ୍ଗରପାଲି ଗ୍ରାମବାସୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରି, ପରିଚାଳନା କମିଟି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ସାନ ପୁଅ ତପୋଧନ ପ୍ରଧାନ ମୁଖାଗ୍ନୀ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories