www.samajalive.in
Tuesday, December 9, 2025
23.1 C
Bhubaneswar

ଯୁବ ସାମାଜିକ କର୍ମୀଙ୍କ ପରଲୋକ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଖାରମୁଣ୍ଡା ଗ୍ରାମର ରୁକ୍ମଣ ଭୋଇ(୪୫)ଙ୍କ ଆଜି ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଭୋଇ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ।ତେଣୁ ତାଙ୍କୁ ବରଗଡ଼ରୁ ଆରମ୍ଭ କରି ବୁର୍ଲା, ଭୁବନେଶ୍ୱର ପର୍ୟ୍ୟନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ସେ ଜଣେ ମେଲାପୀ, ଯୁବ ସଂଗଠକ ଭାବରେ ବେଶ୍ ପରିଚିତ ଥିଲେ। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ଘଟିଛି । ଏହି ଦୁଃଖଦ ଖବର ପାଇ ଖରମୁଣ୍ଡକ୍ଷ ପଞ୍ଚାୟତର ଯୁବ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପତ୍ନୀ, ଦୁଇ ଝିଅ, ଗୋଟିଏ ପୁଅ ଓ ପରିବାର ବର୍ଗଙ୍କୁ ଛାଡି ସେ ଚାଲିଯାଇଛନ୍ତି। ତାଙ୍କର ବିୟୋଗ ପରିବାର ପାଇଁ ଅତ୍ୟନ୍ତ ଦୁଃଖର କାରଣ ପାଲଟିଛି କାରଣ ସେ ହିଁ ପରିବାର ପାଇଁ ଏକମାତ୍ର ରୋଜଗାର କ୍ଷମ ଥିଲେ। ଏହି ଦୁଃଖଦ ଘଟଣାରେ ମର୍ମାହତ ହୋଇ ପ୍ରଶାନ୍ତ ମିଶ୍ର,ସାମ୍ବାଦିକ ହୃଷୀକେଶ ଖମାରୀ,ରବୀନ୍ଦ୍ର ମହାପାତ୍ର,ଦେବରାଜ ଭୋଇ ପ୍ରମୁଖ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories