www.samajalive.in
Wednesday, December 10, 2025
18.1 C
Bhubaneswar

ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କଳାପତକା ପ୍ରଦର୍ଶନ କରି ୪ ବିଜେପି କର୍ମୀ ଅଟକ, ବିଜେଡିର ନିନ୍ଦା

ନବରଙ୍ଗପୁର: ରାଜ୍ୟ ସରକାରଙ୍କ କ୍ରିଡା ଓ ଯୁବ ବ୍ୟପାର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ କଳା ପତକା ଦେଖାଇ ୪ ଜଣ ବିଜେପି କର୍ମୀ ପୋଲିସ ଦ୍ବାରା ଅଟକ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ଅଂଚଳ ପରିଦର୍ଶନ ବେଳେ ମନ୍ତ୍ରୀଙ୍କୁ ବିରୋଧ କଲେ ବିଜେପି କର୍ମୀ। ରାଜ୍ୟ ସରକାରଙ୍କ କ୍ରିଡା ଓ ଯୁବ ବ୍ୟପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଶନିବାର ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ଅଂଚଳ ଗସ୍ତ କରି ଉଭୟ ବ୍ଲକ୍ ତଥା ମୁନୁସିପାଲଟି ଅଂଚଳରେ ନିର୍ମିତ ହୋଇଥିବା ମିନି ଷ୍ଟାଡିୟମର ଉନ୍ନତି କରଣ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନିଜ ବିଭାଗର ବିଭିନ୍ନ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି। କିନ୍ତୁ ତାଙ୍କର ଏହି ଗସ୍ତକୁ ବିରୋଧ କରିବା ସହ ସରକାରୀ ଖର୍ଚ୍ଚରେ ଦଳୀୟ ପ୍ରଚାର କରାଯାଉଥିବା କହିବା ସହ ଉମରକୋଟ ବିଧାୟକ ନିତ୍ୟାନନ୍ଦଙ୍କୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ ନ କରିବା ପ୍ରତିବାଦରେ ବିଜେପି କର୍ମୀ ମନ୍ତ୍ରୀଙ୍କୁ ବିରୋଧ କରି କଳା ପତକା ପ୍ରଦର୍ଶନ କରିଥିଲେ।

ରାଇଘର ସହର ମଧ୍ୟରେ ବିଜେପି କର୍ମୀଙ୍କ ବିରୋଧ ବେଳେ ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି। ପରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୋଲିସ ୨ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଥିବା ବେଳେ ଉମରକୋଟ ପୋଲିସ ମଧ୍ୟ ୨ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସେପଟେ ମନ୍ତ୍ରୀ ଜଣେ ସ୍ଥାନୀୟ ବିଧାୟକଙ୍କୁ ଅପମାନ କରିଥିବା ସାମ୍ବାଦିକ ସମ୍ମିଳନୀରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଅଭିଯୋଗ କରିଥିବା ବେଳେ ଅନ୍ୟପଟେ ଏକ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଓ ତାଙ୍କ କର୍ମୀ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବା ଅତି ନିନ୍ଦନିୟ ବୋଲି କହିଛନ୍ତି ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ ପାଢୀ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories