www.samajalive.in
Friday, December 12, 2025
23.1 C
Bhubaneswar

ଭାରତକୁ ଆସିଲା ରୟାଲ ଏନଫିଲ୍ଡ କ୍ଲାସିକ-୩୫୦

ନୂଆଦିଲ୍ଲୀ : ଅଗ୍ରଣୀ ଓ ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ରୟାଲ ଏନଫିଲ୍ଡ ନିଜର ନୂଆ ମଡେଲ କ୍ଲାସିକ-୩୫୦ ଭାରତ ବଜାର ପ୍ରବେଶ କରାଇଛି। କମ୍ପାନୀ ଏହି ବାଇକର ମୂଲ୍ୟ ୧.୬୨ ଲକ୍ଷ ଟଙ୍କା ରଖିଛି। ରୟାଲ ଏନଫିଲ୍ଡର ଏହି ଏଡିସନ ବାଇକ୍‍ରେ ଭାରତୀୟ ସେନାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି।
ଋୟାଲ ଏନଫିଲ୍ଡ କ୍ଲାସିକ-୩୫୦ରେ ଗ୍ରାହକ ମାନଙ୍କ ସୁବିଧା ପାଇଁ କମ୍ପାନୀ ଡୁଆଲ ଚ୍ୟାନେଲ ଏବିଏସ ରହିଛି, ଯାହା ଭାରତୀୟ ବଜାରରେ ଉପଲବ୍ଧ ଥିବା  ପ୍ରଥମ ବାଇକ୍‍। ଏହି ବାଇକ୍ ର ଅନଲାଇନ ବିକ୍ରି ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଏହି ବାଇକ୍ ଏୟାରବୋର୍ନ ନୀଳ ଓ ଷ୍ଟ୍ରୋମ ରାଇଡର ଦୁଇଟି ରଙ୍ଗରେ ହିଁ ବଜାରରେ ଉପଲବ୍ଧ କରାଯାଇଛି। ଏହାବ୍ୟତୀତ ଏଥିରେ ୩୪୬ସିସି, ଏୟାର କୁଲ୍ଡ ଇଞ୍ଜିନ ରହିଛି। ବ୍ରେକିଂ ଦୃଷ୍ଟିରୁ ବାଇକ୍‍ରେ ଆଗ ଏବଂ ପଛ ଉଭୟ ପାଖରେ ଡିସ୍‍ ବ୍ରେକ ରହିଛି। କମ୍ପାନୀ ଦ୍ୱାରା ଦର୍ଶାଯାଇଥିବା ଫଟୋରେ ବାଇକର ପଛ ସିଟ ଉପଲବ୍ଧ ନଥିବା ଦେଖିବାକୁ ମିଳିଛି। କିନ୍ତୁ କମ୍ପାନୀର କହିବା ଅନୁସାରେ ପଛ ସିଟ୍‍ ବାଇକ ସହିତ ବିକ୍ରୟ ସମୟରେ ଗ୍ରାହକଙ୍କୁ ପ୍ରଦାନ କରାଯିବ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories