www.samajalive.in
Monday, December 8, 2025
24.1 C
Bhubaneswar

ଇମାମି ପେପର ମିଲରେ ବହିଷ୍କୃତ ଶ୍ରମିକଙ୍କ ଉନ୍ମତ୍ତ କାଣ୍ଡ

ବାଲେଶ୍ୱର: ଇମାମି ପେପର ମିଲରେ ପଶି ଜଣେ ବହିଷ୍କୃତ ଶ୍ରମିକ ଉନ୍ମତକାଣ୍ଡ ଘଟାଇଛନ୍ତି। ପେପର ମିଲ ଭିତରେ କମ୍ପାନୀର ନିର୍ଦ୍ଦେଶକ (ଅପରେସନ୍) ସୁଶୀଲ କୁମାର ଖୈତାନଙ୍କୁ ଖଣ୍ଡାରେ ହାଣିଥିବା ଜଣାପଡିଛି ।

ସୂଚନାରୁ ପ୍ରକାଶ ଯେ କମ୍ପାନୀର ବହିଷ୍କୃତ ଶ୍ରମିକ ସୁରେନ୍ଦ୍ର ଜେନା କାଗଜ ମିଲରେ ପ୍ରବେଶ କରି ବରିଷ୍ଠ ଅଧିକାରୀ ଶ୍ରୀ ଖୈତାନଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ନିର୍ଦ୍ଦେଶକ ଏବଂ ଅନ୍ୟ ତିନିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ଏହା ସହିତ ସେ ଖଣ୍ଡା ବୁଲାଇ କମ୍ପାନୀ ପରିସରରେ ଆତଙ୍କ ସୃଷ୍ଟି କରିଥିଲେ। ସେଠାରେ ଥିବା ଅନ୍ୟ ଶ୍ରମିକମାନେ ସୁରେନ୍ଦ୍ରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ରେମୁଣା ପୁଲିସ ସୁରେନ୍ଦ୍ରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

- Advertisement -

ରସାଲପୁର ଅଞ୍ଚଳର ସୁରେନ୍ଦ୍ରଙ୍କୁ ୨୦୧୮ ସେପ୍ଟେମ୍ବର ମାସରେ କମ୍ପାନୀ ଛଟେଇ କରିଥିଲା। ୨୦୨୦ ଅକ୍ଟୋବରରେ ତାଙ୍କୁ ବହିସ୍କାର କରାଯାଇଥିଲା। ଏହା ପରେ ସୁରେନ୍ଦ୍ରଙ୍କର ପରିବାର ବେଶ୍ ଦୁର୍ଦଶାରେ ଚଳିଥିଲେ। ତାର ଦୁଇଟି ଝିଅ ଓ ପୁଅ ଅଛନ୍ତି। ତେବେ ଏଥିପାଇଁ ସୁରେନ୍ଦ୍ର କମ୍ପାନୀ କର୍ତ୍ତୃପକ୍ଷ ତଥା ନିର୍ଦେଶକ ଶ୍ରୀ ଖୈତାନଙ୍କୁ ଦାୟୀ କରି ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories