www.samajalive.in
Tuesday, December 9, 2025
17.1 C
Bhubaneswar

‘ସମାଜ’ ବାଲେଶ୍ବର ସଂସ୍କରଣର ନୂତନ ଗୃହ ଭୂମିପୂଜନ

ବାଲେଶ୍ୱର: ପବିତ୍ର ଘୋଷଯାତ୍ରା ଅବସରରେ ଦୈନିକ ‘ସମାଜ’ ବାଲେଶ୍ବର ସଂସ୍କରଣର ନୂତନ ନିଜସ୍ବ ଗୃହ ପାଇଁ ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ସୋମନାଥପୁର ଶିଳ୍ପାଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ସକାଳେ ହୋଇଥିବା ଏହି ଶୁଭ କାର୍ଯ୍ୟକ୍ରମ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜକୁମାରଙ୍କ କର କମଳରେ ଶିଳାନ୍ୟାସ ସମ୍ପନ୍ନ ହୋଇଥିଲା। ତାଙ୍କ ସହିତ ପତ୍ନୀ ଶ୍ରୀମତୀ କାନ୍ତା ଚୋପ୍ରା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରାଶାସନିକ ଅଧିକାରୀ ଡ. ପ୍ରଭାସ ଆଚାର୍ଯ୍ୟ, ବାଲେଶ୍ବର ସଂସ୍କରଣର ଶାଖା ପରିଚାଳକ ମଧୁସୂଦନ ଦାସ ମଧ୍ୟ ଉପସ୍ଥିତ ଥିଲେ।

ଶିଳାନ୍ୟାସ ଅବସରରେ ଶ୍ରୀ ରାଜକୁମାର ସଂସ୍କରଣର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ସମସ୍ତ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ‘ସମାଜ’ ଦୀର୍ଘ ବର୍ଷ ଲୋକମାନଙ୍କର ଖବରକାଗଜ ହୋଇ ରହିଛି ବୋଲି କହିଥିଲେ। ଶ୍ରୀ ରାଜକୁମାର ସନ୍ଧ୍ୟାରେ ଷ୍ଟେସନ ଛକରେ ଥିବା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ପ୍ରଥମଥର ପାଇଁ ବାଲେଶ୍ବର ସଂସ୍କରଣକୁ ଆସିଥିବା ବେଳେ ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନାର ଅବସରରେ ରାଜକୁମାର କହିଥିଲେ ଯେ ଭାଷା, ସଂସ୍କୃତି ଓ ସମାଜ ସଂସ୍କାର ପାଇଁ ‘ସମାଜ’ ସବୁବେଳେ ଚେଷ୍ଟିତ। ଏହି ଧାରା ବଜାୟ ରହିଲେ ମୁଦ୍ରିତ ଗଣମାଧ୍ୟମ ମଧ୍ୟରେ ‘ସମାଜ’ ସର୍ବଜନାଦ୍ରୁତ ହୋଇ ରହିଥିବ ବୋଲି କହିଥିଲେ। ଡ.ଆଚାର୍ଯ୍ୟ ‘ସମାଜ’କୁ ପ୍ରତି ଗାଁର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ବାଲେଶ୍ବର ସଂସ୍କରଣର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories