’ସମାଜ’ ବାଲେଶ୍ବର ସଂସ୍କରଣର ନୂତନ ଗୃହ ଭୂମିପୂଜନ

ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜକୁମାରଙ୍କୁ ବାଲେଶ୍ବରରେ ସମ୍ବର୍ଦ୍ଧନା

ବାଲେଶ୍ୱର: ପବିତ୍ର ଘୋଷଯାତ୍ରା ଅବସରରେ ଦୈନିକ ‘ସମାଜ’ ବାଲେଶ୍ବର ସଂସ୍କରଣର ନୂତନ ନିଜସ୍ବ ଗୃହ ପାଇଁ ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ସୋମନାଥପୁର ଶିଳ୍ପାଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ସକାଳେ ହୋଇଥିବା ଏହି  କାର୍ଯ୍ୟକ୍ରମ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜକୁମାରଙ୍କ କର କମଳରେ ଶିଳାନ୍ୟାସ ସମ୍ପନ୍ନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜକୁମାରଙ୍କ ପତ୍ନୀ ଶ୍ରୀମତୀ କାନ୍ତା ଚୋପ୍ରା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରାଶାସନିକ ଅଧିକାରୀ ଡ. ପ୍ରଭାସ ଆଚାର୍ଯ୍ୟ, ବାଲେଶ୍ବର ସଂସ୍କରଣର ଶାଖା ପରିଚାଳକ ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶିଳାନ୍ୟାସ ଅବସରରେ ଶ୍ରୀ ରାଜକୁମାର ବାଲେଶ୍ବର ସଂସ୍କରଣର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ସମସ୍ତ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ‘ସମାଜ’ ଦୀର୍ଘ ବର୍ଷ ଲୋକମାନଙ୍କର ଖବରକାଗଜ ହୋଇ ରହିଛି ବୋଲି କହିଥିଲେ।

prayash

ଶ୍ରୀ ରାଜକୁମାର ସନ୍ଧ୍ୟାରେ ଷ୍ଟେସନ ଛକରେ ଥିବା ବାଲେଶ୍ବର ସଂସ୍କରଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ପ୍ରଥମଥର ପାଇଁ ବାଲେଶ୍ବର ସଂସ୍କରଣକୁ ଆସିଥିବା ବେଳେ ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନାର ଅବସରରେ ରାଜକୁମାର କହିଥିଲେ ଯେ ଭାଷା, ସଂସ୍କୃତି ଓ ସମାଜ ସଂସ୍କାର ପାଇଁ ‘ସମାଜ’ ସବୁବେଳେ ଚେଷ୍ଟିତ। ଏହି ଧାରା ବଜାୟ ରହିଲେ ମୁଦ୍ରିତ ଗଣମାଧ୍ୟମ ମଧ୍ୟରେ ‘ସମାଜ’ ସର୍ବଜନାଦ୍ରୁତ ହୋଇ ରହିଥିବ ବୋଲି କହିଥିଲେ। ଡ.ଆଚାର୍ଯ୍ୟ ‘ସମାଜ’କୁ ପ୍ରତି ଗାଁର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ବାଲେଶ୍ବର ସଂସ୍କରଣର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

kalyan agarbati

Comments are closed.