www.samajalive.in
Monday, December 8, 2025
24.1 C
Bhubaneswar

ବଡ ଦାଣ୍ଡରେ ଗଡିଚାଲିଛି ତିନି ଠାକୁରଙ୍କ ତିନି ରଥ

ପୁରୀ : “ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍ ।
ରଥେ ତୁ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ ॥”

ଅର୍ଥାତ୍ – ମହାପ୍ରଭୁଙ୍କୁ ଦୋଳଯାତ୍ରାରେ ଦୋଳଗୋବିନ୍ଦ ଭାବରେ, ଚନ୍ଦନଯାତ୍ରା ବା ଚାପରେ ମଧୁସୂଦନ ଭାବରେ ଏବଂ ରଥଯାତ୍ରାରେ ବାମନ ରୂପରେ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ।

- Advertisement -

ଡ଼ାହୁକ ଡ଼ାକୁଚି ହାତକୁ ହଲାଇ
ଟାଣୁଛନ୍ତି ଲୋକେ ରଥ ଦଉଡ଼ି
ଘଡ଼ ଘଡ଼ କରି ରଥ ଚାଲୁଅଛି
ବାହାରିଛି ଜଗା ରାଇଜ ବୁଲି।
ଆଗରେ ଚାଲୁଛି ତାଳଧ୍ୱଜ ରଥ
ଜଗା ଆଖିରେ ତ ପଲକ ନାହିଁ
ରଥଯାତରାରେ ଦେଉଳ ଛାଡ଼ିଛି ଭକତ ସାଙ୍ଗରେ ମିଶିବା ପାଇଁ।
‘’ଜୟ ଜଗନ୍ନାଥ ସ୍ୱାମୀ
ନୟନପଥଗାମୀ
ଭବ ତୁମେ”
କୋଟି କୋଟି ଭକ୍ତଙ୍କ ମୁଖରେ ଏହି ଶ୍ଲୋକ ଓ ଗୀତ ଶୁଣାଯାଏ। ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ଚଳିତ ବର୍ଷ କୋଭିଡ କଟଣାରେ ପାଳନ କରାଯାଉଛି ଘୋଷଯାତ୍ରା। ସେବାୟତ ମାନେ ଟାଣୁଛନ୍ତି ରଥ। ବଡ ଦାଣ୍ଡରେ ଗଡି ଚାଲିଛି ତିନି ଠାକୁରଙ୍କ ତିନି ରଥ। ଆଗରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ମଝିରେ ଦେବୀ ସୁଭଦ୍ରାଙ୍କ ଦର୍ପପଳନ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ। ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଯାତ୍ରାରେ ବାହାରିଛନ୍ତି ବଡ ଠାକୁର। ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦୀରୁ ବାହାରିଛନ୍ତି ତିନି ଠାକୁର।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories