www.samajalive.in
Monday, December 8, 2025
24.1 C
Bhubaneswar

ନିର୍ମାଣ ହେଉଛି ଭାରତର ସର୍ବବୃହତ ଭାସମାନ ସୌର ଶକ୍ତି ଉତ୍ପାଦନ କେନ୍ଦ୍ର

ନୂଆଦିଲ୍ଲୀ: ଭାରତ ନିର୍ମାଣ କରୁଛି ଦେଶର ସର୍ବବୃହତ ଭାସମାନ ସୌର ଶକ୍ତି ଉତ୍ପାଦନ କେନ୍ଦ୍ର । ତେଲେଙ୍ଗାନାର ପେଡାପାଲ୍ଲି ଜିଲା ଅନ୍ତର୍ଗତ ରାମଗୁଣମ୍‍ଠାରେ ନିର୍ମାଣ କରାଯାଉଛି ଏହି ସୌର ଶକ୍ତି ପ୍ରକଳ୍ପ । ଏହାର ସ୍ଥାପିତ କ୍ଷମତା ୧୦୦ ମେଗାୱାଟ ହେବ । ଏହାକୁ ଜାତୀୟ ତାପଜ ଶକ୍ତି ନିଗମ (ଏନଟିପିସି) ନିର୍ମାଣ କରୁଥିବା ଜଣାଯାଇଛି ।
ଏହି ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ କରାଯିବ । ଚଳିତ ଜୁଲାଇ ମାସ ଶେଷସୁଦ୍ଧା ପ୍ରଥମେ ୧୫ ମେଗାୱାଟ ଉତ୍ପାଦନ କ୍ଷମତା କାର୍ଯ୍ୟକ୍ଷମ ହେବ । ଏହା ପରେ ପ୍ରତି ମାସରେ ୧୦ରୁ ୧୫ ମେଗାୱାଟ ପର୍ଯ୍ୟନ୍ତ କ୍ଷମତାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାଯାଇଛି । ଏକ ଜଳଭଣ୍ଡାରରେ ଏହି ସୌର ଶକ୍ତି ପ୍ରକଳ୍ପ ନିର୍ମାଣ କରାଯାଉଛି । ଭାରତରେ ଗୋଟିଏ ସ୍ଥାନରେ ଏହା ସର୍ବବୃହତ ଭାସମାନ ସୌରଶକ୍ତି ପ୍ରକଳ୍ପର ମାନ୍ୟତା ପାଇବାକୁ ଯାଉଛି । ସମୁଦାୟ ପ୍ରକଳ୍ପ ୪୫୦ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହେବ । ଏହି ପ୍ରକଳ୍ପରେ ମୋଟ ୪.୫ ଲକ୍ଷ ଫଟୋଭୋଲଟାଇକ ପ୍ୟାନେଲ ଖଞ୍ଜାଯିବ ।
ସରକାରୀ ସୂତ୍ରରୁ କୁହାଯାଇଛି ଯେ କୋଭିଡ-୧୯ ମହାମାରୀ କାରଣରୁ ଏହି ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ବିଳମ୍ବିତ ହୋଇଛି, ଅନ୍ୟଥା ଏତେବେଳକୁ ଏହାର କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରନ୍ତାଣି । ମୂଳତଃ ସମୁଦାୟ ପ୍ରକଳ୍ପ କାର୍ଯ୍ୟ ଏକାଥରକେ ଶେଷ କରିବାକୁ ଯୋଜନା କରାଯାଇଥିଲା । କିନ୍ତୁ କୋଭିଡ କଟକଣା କାରଣରୁ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ପଡୁଛି ।
ସୂଚନାଯୋଗ୍ୟ ଯେ ଏନଟିପିସି ୨୦୩୨ ସୁଦ୍ଧା ଦେଶରେ ୬୦ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବା ଯୋଜନା ରଖିଛି । ୨୦୨୦ରେ ଏହା ଆନ୍ତର୍ଜାତିକ ସୌର ମେଣ୍ଟ (ଆଏସଏ)ର ୪୭ ସଦସ୍ୟ ରାଷ୍ଟ୍ରରେ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories