www.samajalive.in
Thursday, December 11, 2025
15.1 C
Bhubaneswar

ଗୃହରେ ସମ୍ପନ୍ନତା ଓ ସମୃଦ୍ଧି ବୃଦ୍ଧି କରିଥାଏ ଏହି ଉପାୟ

ଛୋଟ ଛୋଟ ଦ୍ରବ୍ୟ ମିଶି ହିଁ ଏକ ବଡ଼ ଗୃହ ହୋଇଥାଏ। ଘରର ପ୍ରତ୍ୟେକ ଛୋଟ ଜିନିଷର ନିଜର ଏକ ବିଶେଷ ମହତ୍ତ୍ୱ ସହ ଗୃହ ପାଇଁ ଯୋଗଦାନ ମଧ୍ୟ ରହିଛି। ଏହି ସମସ୍ତ ଘରୋଇ ଜିନିଷ ଗୃହରେ ସମ୍ପନ୍ନତା ଓ ସମୃଦ୍ଧି ବୃଦ୍ଧି କରିଥାଏ। ମାତ୍ର ଘରେ ଥିବା ସେହି ସମସ୍ତ ଦ୍ରବ୍ୟର ଜୀବନ ଉପରେ କି ପ୍ରଭାବ ପକାଏ ଓ କି ଲାଭ ପ୍ରଦାନ କରିଥାଏ ଜାଣନ୍ତୁ ……….
ଝାଡ଼ୁ –
ଝାଡ଼ୁ ଘରର ଏକ ମହତ୍ତ୍ୱପୂର୍ଣ୍ଣ ଜିନିଷ।
ଏହା ଘରର ଆର୍ଥିକ ସ୍ଥିତି ସହ ମଧ୍ୟ ଜଡ଼ିତ ବୋଲି କୁହାଯାଏ।
ଝାଡ଼ୁର ଅନାଦର କରିବା, ଗୋଡ଼ରେ ଲଗାଇବା, ଭଙ୍ଗା ଝାଡ଼ୁ ରଖିବା ଦ୍ୱାରା ଗୃହରେ ଆର୍ଥିକସ୍ଥିତି ଉପରେ କୁପ୍ରଭାବ ପକାଇଥାଏ। ଗୃହରେ ଝାଡ଼ୁକୁ ସର୍ବଦା ଲୁଚାଇ ରଖିବା, ସୂର୍ୟ୍ୟାସ୍ତ ସମୟରେ ଓ ସୂର୍ୟ୍ୟାସ୍ତ ପରେ ଝାଡ଼ୁ କରିବା ଉଚିତ ନୁହେଁ।
କଇଁଚି –
କଇଁଚିର ମହତ୍ତ୍ୱପୂର୍ଣ୍ଣ ଭୂମିକା ପରିବାରର ସଦସ୍ୟଙ୍କ ଉପରେ ରହିଛି।
ଏହାର ଭୁଲ ପ୍ରୟୋଗ କରାଗଲେ ସମ୍ପର୍କ ମଧ୍ୟରେ ତିକ୍ତତା ଆସିଥାଏ।
କଇଁଚିକୁ ସର୍ବଦା ଏକ କପଡ଼ାରେ ଓ କାଗଜରେ ଗୁଡ଼ାଇ ରଖିବା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଥାଏ।
ବିନା କାରଣରେ କଇଁଚିର ବ୍ୟବହାର କରନ୍ତୁ ନାହିଁ। ନଚେତ ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ।
କେହି ପଡ଼ିଶା ଅଥବା ଅନ୍ୟ ବ୍ୟକ୍ତି କଇଁଚି ବ୍ୟବହାର ପାଇଁ ମାଗିଲେ ଦେବା ଉଚିତ ନୁହେଁ।
ଛୁରୀ –
ଛୁରୀକୁ ସବର୍ଦା ରୋଷେଇ ଘରେ ଓଲଟା ଲଟକାଇ ରଖିବା ଉଚିତ।
ଏହାର ଧାର ତଳକୁ ହୋଇ ରହିବା ଉଚିତ। ଧାର ନଥିବା କିମ୍ବା ଜଙ୍କ ଲାଗିଥିବା ଛୁରୀ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି କରିଥାଏ।
ଘରେ ବଡ଼ ଛୁରୀ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନ ଉପରେ କୁପ୍ରଭାବ ପକାଇଥାଏ।
କେହି ବ୍ୟକ୍ତି ଆପଣଙ୍କୁ ଧାରୁଆ ଛୁରୀ ଦେଲେ ତା’ଠାରୁ ଗ୍ରହଣ କରିବା ମଧ୍ୟ ଉଚିତ ନୁହେଁ।
ଘରର ପାପୋଛ –
ଘରର ପାପୋଛକୁ ସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରଖନ୍ତୁ। ଚିରା କିମ୍ବା ଛିଣ୍ଡା ପାପୋଛ ଘରେ ରଖନ୍ତୁ ନାହିଁ।
ରୋଷେଇ ଘରର ବାସନ –
ରୋଷେଇ ଘରର ବାସନ ଆପଣଙ୍କୁ ସହଜରେ ଧନ ପ୍ରାପ୍ତି କରାଇପାରିବ।
ବାସନକୁସନକୁ ସର୍ବଦା ସଜାଇ ରଖନ୍ତୁ। ଏହାକୁ ଏଣେତେଣେ ରଖନ୍ତୁ ନାହିଁ।
ବାସନକୁ ସର୍ବଦା ସଫା ରଖନ୍ତୁ। ନଚେନ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସର୍ବଦା ଖରାପ ହୋଇ ଟଙ୍କା ଖର୍ଚ୍ଚ ହୋଇଥାଏ।
ଯେତେବେଳେ ନୂଆ ବାସନ କିଣୁଛନ୍ତି ସେଥିରେ ପ୍ରଥମେ କ୍ଷୀର ଫୁଟାନ୍ତୁ ନଚେନ କ୍ଷୀରୀ ପ୍ରସ୍ତୁତ କରନ୍ତୁ। ଶନିବାର ବାସନ କିଣନ୍ତୁ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories