www.samajalive.in
Thursday, December 11, 2025
16.1 C
Bhubaneswar

ପୁରୀ ବଡ଼ଦାଣ୍ଡରୁ ଶୌଚାଳୟ ଭାଙ୍ଗିବାକୁ ଷଡ଼ଯନ୍ତ୍ର

ପୁରୀ: ନବକଳେବର ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବଡ଼ଦାଣ୍ଡରେ ନିର୍ମାଣ କରାଯାଇଥିବା ସୁଲଭ ଶୌଚାଳୟ ଭାଙ୍ଗିବାକୁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର। ମୁଣ୍ଡ ଉପରେ ରଥଯାତ୍ରା ଥିବାବେଳେ ଶୌଚାଳୟର ଜଳ ଯୋଗାଣ ସଂଯୋଗ କାଟି ଦିଆଯାଇଛି। ବଗଲା ଧର୍ମଶାଳା ସମ୍ମୁଖରେ ୬ବର୍ଷ ତଳେ ନିର୍ମିତ ସୁଲଭ ଶୌଚାଳୟ ଭାଙ୍ଗି ଦେବାକୁ କେତେକ ଜମି ମାଫିଆ ଚାପ ପକାଉଥିବା ଜଣାପଡିଛି। ପୌର ଅଧିକାରୀଙ୍କ ନାମ କହି ସ୍ବଚ୍ଛଭାରତ ବିଭାଗ ଦାୟିତ୍ବରେ ଥିବା ଜଣେ କର୍ମଚାରୀ ଦୁଇଦିନ ତଳେ ଶୌଚାଳୟ ଚାବି ମାଗି ନେଇଛନ୍ତି। ଶୌଚାଳୟ ବନ୍ଦଯୋଗୁଁ ସ୍ଥାନୀୟ ଅଧିବାସୀଙ୍କ ସମେତ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୌଚାଳୟରେ ତାଲା ପକାଯିବା ସହ ଜଳ ଯୋଗାଣ ସଂଯୋଗ କାଟି ଦିଆଯିବା ଯୋଗୁଁ କେତେକ ଲୋକ ବଡ଼ଦାଣ୍ଡ ପାର୍ଶ୍ବରେ ପରିଶ୍ରା କରୁଥିବା ଦେଖିବାକୁ ମିଳିଛି। ସବୁଠାରୁ ଅଧିକ ଦୁର୍ଦଶା ଭୋଗୁଛନ୍ତି ମହିଳା ପର୍ଯ୍ୟଟକ। ବଡ଼ଦାଣ୍ଡରେ ପରିଶ୍ରାଗାର ନଥିବାରୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବଗଲା ଧର୍ମଶାଳା ନିକଟରେ ଥିବା ସୁଲଭ ଶୌଚାଳୟକୁ ପ୍ରତ୍ୟେକ ଦିନ ପ୍ରାୟ ୨ଶହରୁ ୫ଶହ ଲୋକ ବ୍ୟବହାର କରନ୍ତି।

 

- Advertisement -

ନବକଳେବର ସମୟରେ ୨୦୧୫ରେ ଏହି ଶୌଚାଳୟ ନିର୍ମାଣ କରାଯାଇଥିଲା। ଏକ ଘରୋଇ ସଂସ୍ଥାକୁ ଏହାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଇଥିଲା। କିଛିଦିନ ତଳେ କେତେକ ଦୁର୍ବୃତ୍ତ ଶୌଚାଳୟ ଭୂତଳ ପାଣିପାଇପ୍‌ ସଂଯୋଗ ତାଡି ନେଇଥିଲେ। ଏଥିଯୋଗୁଁ ଶୌଚାଳୟକୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ବଡ଼ଦାଣ୍ଡରେ ଶୌଚାଳୟ ଏବଂ ପରିଶ୍ରାଗାର ନିର୍ମାଣ ପାଇଁ ବିଭିନ୍ନ ସଂଗଠନ ସମେତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଦୀର୍ଘଦିନ ଧରି ଦାବିକରି ଆସୁଥିବା ବେଳେ ବଗଲା ଧର୍ମଶାଳା ସମ୍ମୁଖ ଶୌଚାଳୟ ଉଚ୍ଛେଦ ପାଇଁ କିଛି ବ୍ୟକ୍ତି ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନବକଳେବର ପ୍ରସ୍ତୁତି ବୈଠକରେ ବଡ଼ଦାଣ୍ଡରେ ଶୌଚାଳୟ ନିର୍ମାଣ ପାଇଁ ସ୍ଥିର ହୋଇଥିଲା। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏଥିପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେଇଥିଲେ। ପୌରସଂସ୍ଥାର ଜଣେ କର୍ମଚାରୀ ଶୌଚାଳୟ ଚାବି ମାଗିନେବା ପରଠାରୁ ସେଠାରେ ତାଲା ଝୁଲୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଉ ଅଳ୍ପଦିନ ଥିବାବେଳେ ପୌର କର୍ତ୍ତୃପକ୍ଷ ସେଠାରେ ତାଲା ପକାଇ ଚାବି ମାଗିନେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଏ ସମ୍ପର୍କରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଶୌଚାଳୟ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କଠାରୁ କ’ଣପାଇଁ ପୌର କର୍ମଚାରୀ ଚାବି ମାଗିନେଇଛନ୍ତି ତାହାର ତଦନ୍ତ କରାଯିବ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମାତ୍ର ୬ବର୍ଷ ତଳେ ବଡ଼ଦାଣ୍ଡରେ ନିର୍ମାଣ କରାଯାଇଥିବା ଏହି ଶୌଚାଳୟ ଯଥାଶୀଘ୍ର ଖୋଲାଯିବା ସହ ସେଠାକୁ ଜଳଯୋଗାଣ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ଦାବି ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories