www.samajalive.in
Thursday, December 11, 2025
13.1 C
Bhubaneswar

କରୋନାର ଭୟ ମଣିଷକୁ କରିଛି ଧୈର୍ଯ୍ୟହରା, ଟିକା ଗ୍ରହଣ ପାଇଁ ଜୋତା ଚପଲର ଲମ୍ବା ଧାଡ଼ି

ରେଙ୍ଗାଲିକେମ୍ପ : ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ସକାଳ ୪ ଟାରୁ ଲୋକଙ୍କ ଜୋତା ଚପଲର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଯେତିକି ହଳ ଜୋତା ଥିଲା ତାର ଆଖପାଖରେ ସେତିକି ମଣିଷ ନଥିଲେ। ତେଣୁ ଯେକୌଣସି ବ୍ୟକ୍ତିଙ୍କ ମନରେ କୌତୁହଳ ଜାତ ହେବ ଏହି ଲମ୍ବା ଜୋତା ଧାଡ଼ିକୁ ଦେଖି। ଏମିତି ନିଜ ଜୋତାକୁ ଧାଡ଼ିରେ ରଖୁଥିବା ଜଣେ ବୃଦ୍ଧା ବ୍ୟକ୍ତିଙ୍କୁ ପଚାରିବାରୁ ସେ କହିଥିଲେ କି କରୋନା ଟିକା ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଅପେକ୍ଷା କରିବା କଷ୍ଟ ହେଉଛି ଆଉ ବିଳମ୍ବ କଲେ ଟିକା ମିଳୁନି। ତେଣୁ ଜୋତାକୁ ଧାଡ଼ିରେ ଲଗାଇ ରଖୁଛୁ। ନମ୍ୱର୍ ଆସିଲେ ଟିକା ନେବୁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଲୋକ ଟିକାର ଗୁରୁତ୍ଵ ବିଷୟରେ ସଂପୂର୍ଣ୍ଣ ସଚେତନ ହୋଇଗଲେଣି କରୋନା ଭୟରେ।

ଦ୍ଵିତୀୟତଃ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା ସୁଚାରୁରୂପେ ସମ୍ପାଦିତ ହୋଇପାରୁନାହିଁ । ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମମାନଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ସୁବିଧା କରିବା, ସେମାନେ ଯେପରି ଦୀର୍ଘ ସମୟ ଅପେକ୍ଷା ନ କରିବେ ସେଥିପାଇଁ ସ୍ୱତନ୍ତ୍ର କାଉଣ୍ଟର କରିବା ଆଦି ପ୍ରତି ଧ୍ୟାନ ଦିଆଯାଉ ନଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଅନ୍ୟ ପକ୍ଷରେ ଟିକାର ଅଭାବ ବି ଲାଗି ରହୁଛି । ଲୋକେ ଠିକ୍ ସମୟରେ ଟିକା ପାଉ ନାହାନ୍ତି ତେଣୁ କାଳେ ପୁଣି ଟିକା ସରିଯିବ ଏହି ଭାବନାରେ ଲୋକେ ଧୈର୍ଯ୍ୟହରା ହୋଇ ଆଗତୁରା ଟିକା ପାଇବା ପାଇଁ ସକାଳୁ ଧାଡ଼ି ବାନ୍ଧୁଛନ୍ତି। ଆଉ ନିଜ ପରିଚୟ ସ୍ୱରୂପ ନିଜର ଚପଲ, ଜୋତା, ଆଧାର କାର୍ଡ ତ ଆଉ କିଏ କିଛି ଡାଳ ପତ୍ର ଆଣି ବି ରଖିଯାଉଥିବାର ନଜିର ଥିଲା।

- Advertisement -

ଆଜି ଟିକାକରଣ ବ୍ୟବସ୍ଥାରେ ଥିବା ସରକାରଙ୍କ ନୀତିକୁ ବହୁ ସ୍ଥାନରେ ସମାଲୋଚନା କରାଯାଉଛି। କାରଣ ଟିକା ସମାନ ପ୍ରକାରର କିନ୍ତୁ ସମୟ ଅବଧି ଅଲଗା ହେଉଛି। ଗୋଟିଏ ପ୍ରକାର ଟିକା ନେଇଥିବା ଜଣେ ଦ୍ଵିତୀୟ ଥର ଟିକା ନେବାର ସମୟ ଅବଧି ୪୫ଦିନ ରହୁଥିବା ବେଳେ ଆଉ ଜଣେ ବ୍ୟକ୍ତି ପାଇଁ ତାହା ୮୪ଦିନର ଅବଧି ରହୁଛି। ତେବେ ପ୍ରକୃତ କାରଣଟା କଣ। ଟିକାର ଅଭାବ ରହିଲେ ଅବଧି ବୃଦ୍ଧି, ନା ବ୍ୟକ୍ତିର ଶରୀର ଗଠନର ଭିନ୍ନତା ନେଇ ଅବଧି କମ୍ ବେଶୀ ନା ଏଥିରେ ବି ରାଜନୀତି ଚାଲୁଛି। ପରିଚିତଙ୍କୁ ଆଗ ଟିକାଦାନ ଆଉ ଅପରିଚିତଙ୍କୁ ଡେରିରେ ? ୨୦/୨୫କିମି ଦୂରରେ ଲୋକେ ଆସୁଛନ୍ତି ଟିକା ନେବା ପାଇଁ। କିନ୍ତୁ ଭିଡ଼ ଯୋଗୁଁ ଲମ୍ବା ଲାଇନ ରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାରେ ଲୋକଙ୍କ ବହୁମୂଲ୍ୟ ସମୟ ଓ ଅର୍ଥ ନଷ୍ଟ ହେଉଛି। ଲୋକେ ଗାଡ଼ି ଭଡ଼ା କରି ଦୂର ଦୁରାନ୍ତରରୁ ଆସୁଛନ୍ତି, ଆଉ ଟିକା ନ ପାଇ ଫେରୁଛନ୍ତି । ଆଉ କେହି କେହି ଟିକା ଦାନ କେନ୍ଦ୍ର ବିଷୟରେ ବି ଜାଣି ନପାରି ଅନ୍ୟତ୍ର ଚାଲି ଯାଉଛନ୍ତି। ତେବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ଠିକ ଭାବରେ ସୂଚନା ମିଳୁ ନାହିଁ ଏଥିରୁ ସ୍ପଷ୍ଟ ଜଣା ପଡୁଛି। ଯାହାର ପରିଣାମ ସ୍ବରୂପ ଆଜି ଲୋକେ ଅନ୍ୟ ଉପାୟ ନ ପାଇ ଏପରି ବିକଳ୍ପ ପନ୍ଥା ଅବଲମ୍ବନ କରିଛନ୍ତି। ତେବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ସୂଚନା ଦିଆଯିବା ଆବଶ୍ୟକ ଯେପରିକି ୧୮ରୁ୪୪ ବୟସର କେତେ ଲୋକ କେଉଁମାନେ ନେବେ ତାର ତାଲିକା ସ୍ଲଟ ବୁକିଂ ଅନୁସାରେ ରହିବା କଥା। ବରିଷ୍ଠ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ରଖିବା, ଦ୍ଵିତୀୟ ଥର ପାଇଁ କେଉଁମାନେ ନେଇପାରିବେ ତାଙ୍କର ତାଲିକା ଆଦି କରି ବଡ଼ ବଡ଼ କାଗଜରେ ତାକୁ ଛପାଗଲେ ଲୋକେ ଜାଣିପାରନ୍ତେ କେଉଁଦିନ କାହାର ଟୀକା ନେବାର ପାଳି ଅଛି । ସେହିପରି କରୋନା ଯୋଦ୍ଧାମାନଙ୍କ ମଧ୍ୟରେ ଆଗ ଧାଡ଼ିରେ ରହୁଥିବା ସାମ୍ବାଦିକମାନଙ୍କୁ ପ୍ରତି ବ୍ଲକର ହେଡକ୍ୱାଟରମାନଙ୍କରେ ଟୀକା ଦେବାପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ଅତାବିରାର ସାମ୍ବାଦିକ ତଥା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନ୍ୟତ୍ର ଟୀକା ଦିଆଗଲା। ତେଣୁ ଏଥିପ୍ରତି ଦୃଷ୍ଟିଦେଇ ସ୍ବାସ୍ଥ୍ୟକେନ୍ଦ୍ରର କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories