www.samajalive.in
Tuesday, December 9, 2025
23.1 C
Bhubaneswar

ପଥର ବୋଝେଇ ଟ୍ରକ ଜବତ କଲେ ତହସିଲଦାର

ବେଗୁନିଆ : ବେଗୁନିଆ ତହସିଲ ଅଂଚଳରେ ଥିବା ବହୁ ବେଆଇନ ପଥର ଖଣିରୁ ପଥର ମାଫିଆମାନେ ଦିନ ରାତି ପଥର କାଟି ଚୋରା ଚାଲାଣ କରୁଛନ୍ତି । ସ୍ଥାନୀୟ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ପଥରଖଣିଗୁଡିକ ଉପରେ ଚଢ଼ାଉ କରୁଥିବାବେଳେ ପଥର ବୋଝେଇ ଗାଡ଼ିଗୁଡିକ ଜବତ କରି ମୋଟା ଅଙ୍କର ଜରିମାନା ଆଦାୟ କରୁଛନ୍ତି । କିନ୍ତୁ ମାଫିଆମାନେ ସେଥିପ୍ରତି ଖାତିର ନକରି ତହସିଲଦାରଙ୍କ ଗତିବିଧିକୁ ଲକ୍ଷ୍ୟ କରି ଚୋରା ଚାଲାଣ କାର୍ୟ୍ୟ ଚାଲୁ ରଖିଛନ୍ତି । ପଥର ଖଣି ଉପରେ ଚଢ଼ାଉ କରିବା ପାଇଁ ତହସିଲଦାରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିବା ପୋଲିସ ଫୋର୍ସ ତାଙ୍କ ଠାରୁ ନେଇଯିବା ପରେ ମାଫିଆମାନେ ଏବେ ବେଫିକର ଭାବେ ସେମାନଙ୍କ ବ୍ୟବସାୟ କରୁଥିବାର ଦେଖିବାକୁ ମିଳୁଛି । ଗତକାଲି ରାତିରେ ସଟଡାଉନରେ ତହସିଲଦାର ପୋଲିସର ସହାୟତା ନନେଇ ନିଜ କାର୍ୟ୍ୟାଳୟର କର୍ମଚାରୀ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର, ଆରଆଇ ବିଜୟକୁମାର ମାର୍ଥା ଏବଂ ସଂଜୟ ରଞ୍ଜନ ସେନାପତିଙ୍କୁ ସାଙ୍ଗରେ ନେଇ ଚୋରା ଚାଲାଣ ହେଉଥିବା ଏକ ପଥର ବୋଝେଇ ଟ୍ରକକୁ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳାଠାରୁ ଜବତ କରି ଆଣି ନିଜ କାର୍ୟ୍ୟାଳୟ ଭିତରେ ରଖିଛନ୍ତି ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories