www.samajalive.in
Wednesday, December 10, 2025
18.1 C
Bhubaneswar

ଭିଜିଲାନ୍ସ ହାତରେ ଗିରଫ ହେଲେ ଭିଜିଲାନ୍ସ ସ୍ୱତନ୍ତ୍ର ପିପି ଆଶୁତୋଷ ମିଶ୍ର

ଭବାନୀପାଟଣା :  କଳାହାଣ୍ଡି ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର  ଜନୈକ ପୁଲିସ କର୍ମଚାରୀଙ୍କର  ଭିଜିଲାନ୍ସ କୋର୍ଟରେ ବିଚାରାଧିନ ଥିବାଏକ ଭିଜିଲାନ୍ସ ମାମଲାକୁ କୋର୍ଟରେ ରଫାଦଫା (ଡିସିମିସ୍) କରିଦେବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସେଲ ଦ୍ୱାରା ଧରାପଡି ଗିରଫ ହେବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ମହୁଲପାଟଣା ଫାଣ୍ଡି ଏ ଏସ୍ ଆଇ ମଳୟ କୁମାର ରଣା ୧୮/୬/୨୦୨୦ ତାରିଖ ଦିନ ​ଜନୈକ​‌ ବ୍ୟକ୍ତିଙ୍କ ଏକ କେସର ସମାଧାନ କରିଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭବାନୀପାଟଣା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ। ଭିଜିଲାନ୍ସ କେସ ନମ୍ବର ୧୦/୨୦ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ସେହି ମାମଲା ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ବିଚାରଧିନ ରହିଥିଲା।  ଏଏସ୍ ଆଇ ମଳୟ କୁମାର ରଣା ୩ ଲକ୍ଷ ଟଙ୍କା ଲାଞ୍ଚ ଦେଲେ ସେହି ମାମଲାକୁ ରଫାଦଫା  କରିଦେବା ପାଇଁ ଭବାନୀପାଟଣା ଭିଜିଲାନ୍ସ ସ୍ୱତନ୍ତ ପବ୍ଳିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର କହିଥିଲେ। ଏ ସମ୍ପର୍କରେ ଏଏସ ଆଇ ଶ୍ରୀ ରଣା କଟକ ସ୍ଥିତ ଭିଜିଲାନ୍ସ ସେଲକୁ ଜଣାଇଥିଲେ।  ଭିଜିଲାନ୍ସ ବିଭାଗ ଶ୍ରୀ ରଣାଙ୍କ ଅଭିଯୋଗର ସତ୍ୟାସତ ଜାଣିବା ପରେ ଭିଜିଲାନ୍ସ ସେଲ କେସ ନମ୍ବର ୨/ ତା ୧/୭/୨୧ ରେ ଏକ ମାମଲା ରୁଜୁ କରିଥିଲେ। ଭିଜିଲାନ୍ସ ଡିଜିଙ୍କ  ନିର୍ଦ୍ଦେଶ କ୍ରମେ କଟକ ଭିଜିଲାନ୍ସ  ସ୍ୱତନ୍ତ୍ର ସେଲର ଅତିରିକ୍ତ ଏସ୍ ପି ପ୍ରକାଶ କୁମାର ନାୟକଙ୍କ ନେତୃତ୍ବରେ ୧୫ ଜଣିଆ ଟିମି ଏବଂ ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଅନ୍ୟ ଭିଜିଲାନ୍ସ ଅଧିକାରୀ ମାନେ ୩ ତାରିଖ ଦିନ  ଭବାନୀପାଟଣା ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଳିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର  ଭବାନୀପାଟଣା ରାଧାକୃଷ୍ଣ ନଗର ସ୍ଥିତ ନିଜ ବାସ ବାସଭବନରେ  ଭିଜିଲାନ୍ସ ସେଲର ନିର୍ଦ୍ଦେଶ ଅନୁଯାଇ ଏଏସଆଇ ମଳୟ କୁମାର ରଣାଙ୍କ ଠାରୁ କେମିକାଲ ବୋଳା ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ଧରିଥିଲେ। କେମିକାଲ ବୋଳା ଏକ ଲକ୍ଷ ଟଙ୍କା ଭିଜିଲାନ୍ସ ପିପି ଶ୍ରୀ ମିଶ୍ରଙ୍କ ଠାରୁ ଭିଜିଲାନ୍ସ ସେଲ ଅଧିକାରୀ ମାନେ ଜବତ କରିଥିଲେ।

- Advertisement -

ପରେ ଭିଜିଲାନ୍ସ ସେଲ୍ ଟିମ ଶ୍ରୀ ମିଶ୍ରଙ୍କ ବାସଭବନ ଓ କୋର୍ଟ ଅଫିସ ଚଢ଼ାଉ କରିଥିଲେ। ଏହି ଚଢାଉ ଜାରି ରହିଛି । ଶ୍ରୀ ମିଶ୍ରଙ୍କ ପାଖରୁ କେତେ ପରିମାଣର ଆୟବର୍ହଭୂତ ସମ୍ପତି ଠାବ କରାଯାଇଛି ତାହା ଚଢ଼ାଉ ସରିବା ପରେ ଜଣା ପଡିବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। କଡା ସୁରକ୍ଷା ଭିତରେ ଶ୍ରୀ ମିଶ୍ରଙ୍କୁ  ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଜଣେ ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଳିକ ପ୍ରସିକ୍ୟୁଟର  ଭିଜିଲାନ୍ସ କୋର୍ଟରେ ବିଚାରଧିନ ଥିବା ଏକ ଭିଜିଲାନ୍ସ ମାମଲାକୁ ରଫାଦଫା କରିଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯିବା ଘଟଣା ରାଜ୍ୟ ପ୍ରଥମ ଘଟଣା ହୋଇଥିବାରୁ  ସାରା ରାଜ୍ୟରେ ଏହା ଚହଳ ସୃଷ୍ଟି କରିଛି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories