www.samajalive.in
Wednesday, December 10, 2025
16.1 C
Bhubaneswar

ଦୁନିଆର ସବୁଠାରୁ ଦାମୀ ମସଲା ; ମୂଲ୍ୟ କିଲୋ ପ୍ରତି ୩ ଲକ୍ଷ

ଦୁନିଆରେ ବିଭିନ୍ନ ପ୍ରକାର ମସଲା ରହିଛି। ଯାହା ନିଜର ସ୍ୱାଦ ପାଇଁ ବେଶ ପରିଚିତ। ମାତ୍ର ଏପରି ଏକ ମସଲା ରହିଛି ଯାହା ନିଜର ମୂଲ୍ୟ ପାଇଁ ବେଶ ପରିଚିତ। ଏହି କାରଣରୁ ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ବୋଲି କୁହାଯାଏ। ଏହି ମସଲାର ଗଛକୁ ମଧ୍ୟ ସବୁଠାରୁ ମହଙ୍ଗା ବୃକ୍ଷ କୁହାଯାଏ। ଏହାକୁ ଚାଷ କରାଯାଉଥିବା ପ୍ରମୁଖ ଦେଶ ମାନଙ୍କ ମଧ୍ୟରୁ ଭାରତ ସମେତ ଫ୍ରାନ୍ସ ସ୍ପେନ,ଇରାନ, ଇଟଲୀ,ଗ୍ରୀସ,ଜର୍ମାନୀ, ଜାପାନ,ରୁଷ, ଅଷ୍ଟ୍ରେଲିୟା, ଆଦି। ଭାରତରେ ଏହାର ଚାଷ ଜମ୍ମୁର କିଶତବାଡ ଭଳି ଅନ୍ୟ କେତେକ ସ୍ଥାନରେ ହୋଇଥାଏ। ଦୁନିଆର ସବୁଠାରୁ ମହଙ୍ଗା ମସଲାର ନାମ କେସର। ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି ଅଢେଇ ରୁ ୩ ଲକ୍ଷ ପର୍ଯ୍ୟନ୍ତ ରହିଛି। ଏହା ମହଙ୍ଗା ହେବାର କାରଣ ଏହାର ପ୍ରାୟ ଦେଢ ଲକ୍ଷ ଫୁଲରୁ ଏକ କିଲୋ ଶୁଖିଲା କେସର ପ୍ରାପ୍ତି ହୋଇଥାଏ।
ସୁନା ଭଳି ମହଙ୍ଗା ହେବା କାରଣରୁ କେସରକୁ କେସରକୁ ରେଡ ଗୋଲ୍ଡ ମଧ୍ୟ କୁହାଯାଏ। ମାନ୍ୟତା ଅନୁଯାୟୀ, ଆଜି ଠାରୁ ପ୍ରାୟ ୨୩୦୦ ବର୍ଷ ପୂର୍ବରୁ ପ୍ରଥମେ ସିକନ୍ଦର ମହାନର ସେନା ଏହାର ଚାଷ କରିଥିଲେ।
ଜଣେ ପ୍ରସିଦ୍ଧ ରାଣୀ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହାର ବ୍ୟବହାର କରୁଥିଲେ। କିଛି ଲୋକଙ୍କ କହିବା ଅନୁଯାୟୀ, ଏହାର ଉତ୍ପତ୍ତି ଦକ୍ଷିଣ ୟୁରୋପର ଦେଶ ସ୍ପେନରେ ହୋଇଥିଲା।
ଏବେ ଦୁନିଆରେ ସବୁଠାରୁ ଅଧିକ କେସରର ଚାଷ ସ୍ପେନରେ କରାଯାଉଛି। କେସର ଫୁଲର ବାସ୍ନା ଖୁବ ଭଲ ହୋଇଥିବାରୁ ଏହାର ଆଖାପାଖ ବାସ୍ନାରେ ମହକିଥାଏ। ପ୍ରତ୍ୟେକ ଫୁଲରୁ କେବଳ ୩ଟି କେସର ହିଁ ମିଳିଥାଏ।
ସେହିଭଳି କେସରର ବ୍ୟବହାର ଆୟୁର୍ବେଦ ଚିକିତ୍ସା, ବିଶେଷ ବ୍ୟଞ୍ଜନ, ମିଠା ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ପାନ ମସଲାରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ। କେସରକୁ ନିମ୍ନ ରକ୍ତଚାପକୁ ସଠିକ କରିବା ସହ କଫ ନାଶକ ବୋଲି କୁହାଯାଏ। ଏହି କାରଣରୁ ଏହାର ବ୍ୟବହାର ଚିକିତ୍ସା ଠାରୁ ଆରମ୍ଭ କରି ବିଭିନ୍ନ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories