www.samajalive.in
Wednesday, December 10, 2025
26.1 C
Bhubaneswar

ଅଙ୍ଗନବାଡିକର୍ମୀଙ୍କ କାର୍ଯ୍ୟରେ ଅନିୟମିତତା ଅଭିଯୋଗ; ସିଡିପିଓ ଏବଂ ବିଡିଓଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

କଲମପୁର: ଜନୈକା ଅଙ୍ଗନବାଡିକର୍ମୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଣି ଗ୍ରାମବାସୀଙ୍କ ତରଫରୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଏହାପରେ ଗ୍ରାମବାସୀମାନେ ଏକାଠି ହୋଇ ଅଙ୍ଗନବାଡ଼ିକର୍ମୀ କାର୍ଯ୍ୟରେ ଅବହେଳା କରୁଥିବା ନେଇ ସିଡିପିଓ ଏବଂ ବିଡିଓଙ୍କ ଠାରେ ଫେରାଦ ହେବା ଭଳି ଅଭାବନୀୟ ଘଟଣା କଲମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ ବିଜମରା ପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ ନିୟୋଜିତ ଅଙ୍ଗନବାଡି କର୍ମୀ ନିଜ କାର୍ଯ୍ୟରେ ରିତିମତ ଅବହେଳା କରି ଆସୁଛନ୍ତି। ଏପରିକି ଶିଶୁଙ୍କ ପାଇଁ ପ୍ରଦାନ କରାଯାଉଥିବା ଛତୁଆ ହେଉକି ଅନ୍ୟ କିଛି ପୃଷ୍ଟିକର ଖାଦ୍ୟ ବଣ୍ଟରେ ରିତିମତ ଅବହେଳା କରି ଆସୁଛନ୍ତି। ଏନେଇ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ସି.ଡି.ପି.ଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଇନଥିବାରୁ ଗ୍ରାମବାସୀ ବାଧ୍ୟ ହେଇ କେନ୍ଦ୍ରରେ ତାଲା ବନ୍ଦ କରିବା ସହ ସିଡିପିଓ ଓ ବିଡିଓଙ୍କ ଦ୍ୱାରସ୍ଥ ହେଇଥିଲେ।
ଏନେଇ ସିଡିପିଓ ନିୟତୀବାଳା ସୋରେନଙ୍କ ସହ ଯୋଗାଯୋଗ କରାଯାଇଥିଲା। ଡୁମେରମୁଣ୍ଡା ଗ୍ରାମବାସୀଙ୍କ ଠାରୁ ସେଠାରେ ନିୟୋଜିତ କର୍ମୀ କାର୍ଯ୍ୟରେ ଅନିୟମିତତା କରୁଥିବା ନେଇ ଅଭିଯୋଗ କରାଯାଇଛି। ଯାହାର ଆବଶ୍ୟକ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସେଭଳି ବିଡିଓ ପ୍ରସନ୍ନ କୁମାର ପଟେଲ ମଧ୍ୟ ଅଭିଯୋଗର ତଦନ୍ତ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories