www.samajalive.in
Thursday, December 11, 2025
13.1 C
Bhubaneswar

ଭୁବନେଶ୍ବର ତାରିଣୀ ବସ୍ତ୍ରାଳୟ ସିଲ: ଦୋକାନୀ ଓ ଗ୍ରାହକଙ୍କଠାରୁ ଲକ୍ଷେ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ବର: ଆଜି କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାରିଣୀ ବସ୍ତ୍ରାଳୟ ଉପରେ ବିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଥିଲା।  ପ୍ରବଳ ଗହଳି ପାଇଁ ତାରିଣୀ ବସ୍ତ୍ରାଳୟକୁ ସିଲ କଲା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)। ଉଭୟ ଦୋକାନୀ ଓ ଗ୍ରାହକଙ୍କଠାରୁ ବିଏମ୍‌ସି ପକ୍ଷରୁ ମୋଟ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେଥିମଧ୍ୟରୁ ତାରିଣୀ ବସ୍ତ୍ରାଳୟ ଦୋକାନୀଙ୍କଠାରୁ ୭୫ହଜାର ଏବଂ ଗ୍ରାହକଙ୍କଠାରୁ ୨୫ହଜାର ଟଙ୍କା  ଜରିମାନା ଆଦାୟ ହୋଇଥିଲା।

- Advertisement -

କୋଭିଡ ନିୟମ ଉଲ୍ଲଙ୍ଘନ କରି ତାରିଣୀ ବସ୍ତ୍ରାଳୟ ଖୋଲାଯାଇଥିଲା। ଦୋକାନ ଭିତରେ ବହୁ ସଂଖ୍ୟକ ଗ୍ରାହକ ବିଭିନ୍ନ ଲୁଗା, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଭିଡ଼ ଜମାଇଥିଲେ। ବିଏମ୍‌ସି ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ତାରିଣୀ ବସ୍ତ୍ରାଳୟ ଚଢ଼ାଉ ସମୟରେ କୋଭିଡ ନିୟମ ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ପାଇଥିଲେ। ତା’ପରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦୋକାନ ସିଲ କରାଯାଇଥିଲା ଏବଂ ଦୋକାନ ମାଲିକଙ୍କଠାରୁ ୭୫ହଜାର ଜରିମାନା ଆଦାୟ। ପ୍ରତି ଗ୍ରାହକଙ୍କଠାରୁ ମଧ୍ୟ ୫ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା। ସେହିପରି ଗ୍ରାହକଙ୍କଠାରୁ ମୋଟ ୨୫ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବିଏମସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ ଦେଇଛନ୍ତି।
ଲୁଗା, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଆସିଥିବା ଗ୍ରାହକ ଅଭିଯୋଗ କରିଛନ୍ତି ଯେ ସରକାର ବିବାହ ଓ ବ୍ରତ ପାଇଁ ଅନୁମତି ଦେଇଥିବାବେଳେ ପୁରୁଣା ଲୁଗା କିଭଳି ପିନ୍ଧି ଏହା ପାଳନ କରାଯିବ। ଜୁଲାଇ ୨ରେ ବିବାହ ତିଥି ଥିବାରୁ ଲୁଗା କିଣିବାକୁ ଆସିଥିଲୁ। ବିଏମ୍‌ସି ଜରିମାନା ଆଦାୟ ପରେ ମଧ୍ୟ ଜିନିଷ ନେବାକୁ ଦେଇନାହିଁ। ଅପରପକ୍ଷରେ ବିଏମ୍‌ସି ଅଧିକାରୀ କହିଛନ୍ତି ଯେ ତାଲା ବନ୍ଦ ସମୟରେ ଅନଲାଇନ ମାଧ୍ୟମରେ ଜିଣିଷ କିଣିବାକୁ ଅନୁମତି ଦିଆଯାଇଛି। ଦୋକାନୀ ଚାହିଁଲେ ଆବଶ୍ୟକତା ଅନୁଯାୟୀ ଲୁଗା ଓ ପୋଷାକ ଲୋକଙ୍କୁ ଯୋଗାଇ ଦେଇପାରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories