www.samajalive.in
Monday, December 8, 2025
14.1 C
Bhubaneswar

ସର୍ବଭାରତୀୟ ମଡେଲିଂ ପ୍ରତିଯୋଗିତାରେ ଓଡିଆ ଝିଅର ସଫଳତା

ପିପିଲି: ଓପେରା ଇଣ୍ଡିଆଜ୍‍ ସୁପର ମଡେଲ ୨୦୨୧ ସର୍ବଭାରତୀୟ ପ୍ରତିଯୋଗିତାରେ ଓଡିଆ ଝିଅ ପୂଜାରାଣୀ ନାୟକ(୨୨) ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଣ୍ଡାବଜାର ବଣିଆସାହି ଅଞ୍ଚଳର ବାସିନ୍ଦା ବିଜୟ କୁମାର ନାୟକ ଓ ସଂଯୁକ୍ତା ନାୟକଙ୍କ କନ୍ୟା ପୂଜାରାଣୀ ଜଣେ ଆୟୁର୍ବେଦିକ ଡାକ୍ତରୀ ଛାତ୍ରୀ ହୋଇଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି। ପିଲାଟି ଦିନରୁ ନାଚ, ଗୀତ ଓ ମଡେଲିଂ ପ୍ରତି ସ୍ୱତନ୍ତ୍ର ଋଚି ରଖିଥିବା ପୂଜାରାଣୀ ନିଜ ଛାତ୍ରଜୀବନରେ ଅନେକ ସଫଳତା ପାଇଥିବା ବେଳେ ଏହି ସୁପର ମଡେଲ ପ୍ରତିଯୋଗୀତାରେ ସେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରି ସଫଳତା ଆଣିଥିବାରୁ ନିଜକୁ ବେଶ୍‍ ଗର୍ବିତ ମନେକରୁଥିବା ପ୍ରକାଶ କରିଛନ୍ତି।

ଓପେରା ଇଣ୍ଡିଆଜ୍‍ ସୁପର ମଡେଲ ୨୦୨୧ ସର୍ବଭାରତୀୟ ପ୍ରତିଯୋଗିତା ଗତ ମାର୍ଚ୍ଚ ୭ ତାରିଖରେ ଆଭାସି ମାଧ୍ୟମରେ ଆରମ୍ଭ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁସଂଖ୍ୟାରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିବା ବେଳେ ଗତ ୨୦ ତାରିଖରେ ଅନୁଷ୍ଠିତ ଏହାର ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତାରେ ୩୯ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥିରେ ଓଡିଶାର ପୂଜାରାଣୀ ନାୟକ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଆୟୋଜକ ସଂସ୍ଥାର ମୁଖ୍ୟ ଅନୁଜ କୁଲଶ୍ରେଷ୍ଠାଙ୍କ ସମେତ ଶୈଳଜା ସୁରୀ, ନେହା ସିଂହ ଓ ପି.ଏସ୍‍ ଗୀତ ପ୍ରମୁଖ ବିଚାରପତି ଭାବେ ଯୋଗଦେଇଥିଲେ। ପୂଜାରାଣୀଙ୍କ ଏହି ସଫଳତା ପାଇଁ ପିପିଲି ପୌରାଞ୍ଚଳରେ ଆନନ୍ଦର ଲହରି ଖେଳିଯାଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।

- Advertisement -

ବ୍ରହ୍ମପୁରର କେ.ଏ.ଟି.ଏସ୍‍ ଆର୍ୟୁବେଦିକ କଲେଜରେ ସେ ଡାକ୍ତରୀ ଛାତ୍ରୀଭାବେ ଶିକ୍ଷାଲାଭ କରୁଥିବା ବେଳେ ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହୋଇ ସମାଜସେବାରେ ନିଜକୁ ଉତ୍ସର୍ଗ କରିବା ସହିତ ଜାତୀୟ ସ୍ତରରେ ନୃତ୍ୟ ଓ ମଡେଲିଂ କ୍ଷେତ୍ରରେ ରାଜ୍ୟ ପାଇଁ ସେ ସର୍ବଦା ପ୍ରତିନିଧିତ୍ୱ କରିବା ପାଇଁ ଆଶା ରଖିଥିବା ପ୍ରକାଶ କରିଛନ୍ତି। ପୂଜାରାଣୀଙ୍କ ଏହି ସଫଳତା ପାଇଁ ଆସନ୍ତା ପିପିଲି ମହୋତ୍ସବରେ ତାଙ୍କୁ ପିପିଲି ଗୌରବ ସମ୍ମାନରେ ସଂବର୍ଦ୍ଧିତ କରାଯିବ ବୋଲି ମହୋତ୍ସବ କମିଟିର ସଂପାଦକ ଶଙ୍କର୍ଷଣ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories