www.samajalive.in
Monday, December 8, 2025
13.1 C
Bhubaneswar

କାର ଧକ୍କାରେ ଗାଈ,ବଳଦ ମୃତ,୨ ଗୁରୁତର

ହରଭଙ୍ଗା : ବୌଦ୍ଧଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବଡବନ୍ଧ ଛକ ନିକଟରେ ଏକ କାର ଗାଈ,ବଳଦଙ୍କୁ ଧକ୍କା ଦେଇ ଏକ ଗଛରେ ବାଡେଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଗୋଟିଏ ଗାଈ ଏବଂ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଅନ୍ୟପଟେ ଗାଡିରେଥିବା ବୃନ୍ଦାବନ ପରିଡ଼ା ଏବଂ ବାକି ବିର୍ଲ୍ଲା ଭଳି ଦୁଇଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ କାରରେ ଦୁଇଜଣ ବ୍ୟକ୍ତି ଜୁନାଗଡରୁ ଭୂବନେଶ୍ୱର ଯାଉଥିଲେ। ଏହି ସମୟରେ ବଡବନ୍ଧ ଛକ ନିକଟରେ ଗାଡିଟି ଗୋଟିଏ ବଳଦ ଏବଂ ଗୋଟିଏ ଗାଈକୁ ଧକ୍କା ଦେଇ ଗଛରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଫଳରେ ଗାଈ ,ବଳଦଙ୍କ ,ମୃତ୍ୟୁ ଘଟିଥିବାବେଳେ ଗାଡି ଡ୍ରାଇଭର ଏବଂ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତ ବଳଦଟି ବଡବନ୍ଧ ଗ୍ରାମର ସନ୍ତୋଷ ମାଝିଙ୍କରର ହୋଇଥିବା ବେଳେ ମୃତ ଗାଈ ମାଲିକଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।

- Advertisement -

ଖବରପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପଂହଚି ମୃତ ଗାଈ,ବଳଦଙ୍କ ମୃତଦେହ ବ୍ୟବଛେଦ ପାଇଁ ପୁରୁଣାକଟକ ପଶୁ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ମାତ୍ର ଦୀର୍ଘ ସମୟପରେ ବି ପୁରୁଣାକଟକ ପଶୁ ଡାକ୍ତରଖାନା ଦାୟିତ୍ୱରେଥିବା ପଶୁ ଡାକ୍ତର ଘଟଣାସ୍ଥଳରେ ପଂହଚିନଥିଲେ। ଫଳରେ ଶବ ବ୍ୟବଛେଦ ପାଇଁ ବିଳମ୍ବ ଘଟିଥିଲା। ଶେଷରେ ଏ ସର୍ମ୍ପକରେ ବୌଦ୍ଧ ଏସ.ଡି.ଭି.ଓଙ୍କୁ ପୁରୁଣାକଟକ ପଶୁଧନ ନିରିକ୍ଷକ ନାରାୟଣ ବାରିକ ଜଣାଇଥିଲେ। କିନ୍ତୁ ମୃତ ଗାଈ,ବଳଦର ଶବ ବ୍ୟବଛେଦ ବିଳମ୍ବ ହେବାରୁ ବ୍ୟବଛେଦ କାର୍ଯ୍ୟ ନିଜେ ତୁଳାଇବାକୁ ବାଧ୍ୟ ହୋଇଥିଲେ। ଜଣେ ପଶୁ ଡାକ୍ତରଙ୍କ ଦ୍ୱାରା ମୃତ ପଶୁଙ୍କ ଶବ ବ୍ୟବଛେଦ ପାଇଁ ନିୟମ ରହିଛି। ଏହାସତ୍ୱେ ପଶୁ ଡାକ୍ତରଙ୍କ ଅନୁପସ୍ଥିତିରେ ଜଣେ ପଶୁଧନ ନିରିକ୍ଷକ ଶବ ବ୍ୟବଛେଦ କରିବା ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମୃତ ଗାଈ,ବଳଦ ମାଲିକ କାହାର ବ୍ୟବଛେଦ ରିପୋର୍ଟ ଆଧାରରେ କିଭଳି କ୍ଷତିପୂରଣ ପାଇବେ ତାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ଏ ସଂର୍ପକରେ ବୌଦ୍ଧ ଏସଡିଭିଓ ପ୍ରଫୁଲ କୁମାର ନାଏକଙ୍କୁ ପଚାରିବାରୁ ସେ କହିଲେ ଶବ ବ୍ୟବଛେଦ ପାଇଁ ଦାୟିତ୍ୱରେ ଥିବା ପୁରୁଣାକଟକ ପଶୁ ଡାକ୍ତର ରୂପ ଡୁଙ୍ଗ ଡୁଙ୍ଗଙ୍କୁ ନିର୍ଦ୍ଦେଶ ଦେଇଥିଲି। ସେ ନିଜେ ଯାଇ ବ୍ୟବଛେଦ କରିବେ ବୋଲି କହିଥିଲେ କାହିଁକି ଗଲେ ନାହିଁ ସେ ବିଷୟରେ ତଦନ୍ତ କଲେ ଜଣାପଡ଼ିବ ବୋଲି କହିଥିଲେ। ଅନ୍ୟପଟେ ପଶୁଙ୍କ ମୃତଦେହ ବ୍ୟବଛେଦ ଡାକ୍ତରଙ୍କ ଦ୍ୱାରା ହେବା କଥା ନାଁ ପଶୁଧନ ନିରୀକ୍ଷକ କରିବା କଥା ପଚାରିବାରୁ ଡାକ୍ତରଙ୍କ କାମ ସେ ରିପୋର୍ଟ ଦେବେ ତାଙ୍କ ଉପସ୍ଥିତିରେ କରାଯିବା କଥା ବୋଲି କହିଥିଲେ। ସୂଚନା ଥାଉ କି ହରଭଙ୍ଗା ବ୍ଲକରେ ଜଣେ ବ୍ଲକ ପଶୁ ଡାକ୍ତର,ଦୁଇଟି ପଶୁ ଡାକ୍ତର ଏବଂ ଜଣେ ସହକାରୀ ପଶୁ ଡାକ୍ତର ପଦବୀ ଖାଲିପଡ଼ିଛି। ବଘିଆପଡ଼ା ପଶୁଡାକ୍ତରଙ୍କୁ ପୁରୁଣାକଟକ ପଶୁ ଡାକ୍ତରଖାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ମାତ୍ର ଗାଈ,ଗୋରୁଙ୍କ ଶବ ବ୍ୟବଛେଦ ପାଇଁ ଘଟଣାସ୍ଥଳରେ ପଶୁ ଡାକ୍ତର ନ ପଂହଚିବା ହରଭଙ୍ଗା ବ୍ଲକରେ ପଶୁ ସେବାର ବିପଯ୍ୟସ୍ତ ଚିତ୍ର ବାସ୍ତବରେ ଗୋ,ମଇଁଷି ଭଳି ପଶୁପାଳନ କରୁଥିବା ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories