www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ ଦେଶର କିଛି ଧନୀ ମନ୍ଦିର ବିଷୟରେ

ଭାରତକୁ ମନ୍ଦିର ଓ ତୀର୍ଥସ୍ଥଳମାନଙ୍କର ଦେଶ ବୋଲି କୁହାଯାଏ। ଦେଶରେ ହଜାର ହଜାର ସଂଖ୍ୟାରେ ମନ୍ଦିର ରହିଛି। ମନ୍ଦିରମାନଙ୍କରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଆସି ଦେବୀ ଦେବତାଙ୍କୁ ଦର୍ଶନ କରିଥାଆନ୍ତି। ବିଭିନ୍ନ ସ୍ଥାନରେ ଥିବା ମନ୍ଦିରମାନଙ୍କର କିଛି ସ୍ୱତନ୍ତ୍ରତା ମଧ୍ୟ ରହିଛି। ଏହାସହ ଅନେକ ଲେକେ ମନ୍ଦିରରେ ଦାନ କରିବା ସହ ମାନସିକ ମଧ୍ୟ କରିଥାଆନ୍ତି। ମାତ୍ର ଏବେ କରୋନା ମହାମାରୀ କାରଣରୁ ସମସ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି।ମନ୍ଦିରରେ ଦାନ କରାଯାଉଥିବା ଟଙ୍କା ପଇସା ଆଦିର ବର୍ଷ ଅଥବା ମାସକୁ ହିସାବ ମଧ୍ୟ କରାଯାଏ। ତେବେ ଜାଣନ୍ତୁ ଏପରି କେତେକ ମନ୍ଦିର ବିଷୟରେ ଯାହା ଦେଶର ଧନୀ ମନ୍ଦିର ଭାବେ ପରିଚିତ।

ପଦ୍ମନାଭ ସ୍ୱାମୀ ମନ୍ଦିର
କେରଳରେ ସ୍ଥିତ ତିରୁବନନ୍ତପୁରମରେ ଥିବା ପଦ୍ମନାଭ ସ୍ୱାମୀ ମନ୍ଦିର ଭାରତର ସବୁଠାରୁ ଧନୀ ମନ୍ଦିର ବୋଲି କୁହାଯାଏ। ଏହି ମନ୍ଦିରରେ ମହାବିଷ୍ଣୁ ଭଗବାନଙ୍କ ସୁନାରେ ନିର୍ମିତ ମୂର୍ତ୍ତି ସ୍ଥାପିତ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୫୦୦ କୋଟି। ଏହାସହ ଏହି ମନ୍ଦିରରେ ୬ଟି ସିନ୍ଧୁକ (ଆଲମିରା ) ରହିଛି ବୋଲି ସୂଚନା ମିଳିଛି।

- Advertisement -

ତିପୁପତି ବାଲାଜୀ ମନ୍ଦିର
ଆନ୍ଧ୍ରପ୍ରଦେଶର ତିରୁମଲାରେ ସ୍ଥିତ ତିରୁପତି ବାଲାଜୀ ମନ୍ଦିର ଦେଶର ଧନୀ ମନ୍ଦିର ମାନଙ୍କ ମଧ୍ୟରେ ଜଣାଶୁଣା। ରିପୋର୍ଟ ଅନୁଯାୟୀ, ଏହି ମନ୍ଦିରରେ ପ୍ରାୟ ୬୦ ହଜାର ଲୋକେ ଦର୍ଶନ କରିଥାଆନ୍ତି। ଏବେ କରୋନା ମହାମାରୀ କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ପ୍ରତ୍ୟେକ ବର୍ଷ ପ୍ରାୟ ୬୫୦ କୋଟି ଟଙ୍କା ଆସିଥାଏ ବୋଲି ଜଣାପଡିଛି।

ସାଇବାବାଙ୍କ ମନ୍ଦିର : ଶିରିଡି
ମହାରାଷ୍ଟ୍ରର ଅହମଦ ନଗରରେ ସ୍ଥିତ ଶିରିଡି ସାଇବାବାଙ୍କ ମନ୍ଦିର ଖୁବ ପ୍ରସିଦ୍ଧ। ଏହା ମଧ୍ୟ ଧନୀ ମନ୍ଦିର ଭାବେ ଜଣାଶୁଣା। ଏହି ମନ୍ଦିରକୁ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାଆନ୍ତି। ଶିରିଡି ସାଇ ସଂସ୍ଥାନ ଅନୁଯାୟୀ , ପ୍ରତ୍ୟେକ ବର୍ଷ ମନ୍ଦିରରୁ ପ୍ରାୟ ୪୮୦ କୋଟି ଟଙ୍କା ଆସିଥାଏ ବୋଲି ସୂଚନା ମିଳିଛି।

ବୈଷ୍ଣୋଦେବୀ ମନ୍ଦିର : ଜମ୍ମୁ
ମାତାରାନୀ ବୈଷ୍ଣୋଦେବୀ ମନ୍ଦିର ସାରା ଦେଶରେ ଖୁବ ଲୋକପ୍ରିୟ। ଏଠାକୁ ମଧ୍ୟ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତ ଦର୍ଶନ ପାଇଁ ଆସିଥାଆନ୍ତି। ପ୍ରତ୍ୟେକ ବର୍ଷ ଏଠାରୁ ପ୍ରାୟ ୫୦୦ କୋଟି ଟଙ୍କା ଆସିଥାଏ ବୋଲି ସୂଚନା ମିଳିଛି।

ସିଦ୍ଧିବିନାୟକ ମନ୍ଦିର : ମୁମ୍ବଇ
ମୁମ୍ବଇର ସିଦ୍ଧିବିନାୟକ ମନ୍ଦିର ପ୍ରଭୁ ଗଣେଶଙ୍କ ମନ୍ଦିର ମଧ୍ୟ ଖୁବ ପ୍ରସିଦ୍ଧ। ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ବର୍ଷ ମନ୍ଦିରରୁ ପ୍ରାୟ ୭୫ ରୁ ୧୨୫ କୋଟି ଟଙ୍କା ଆସିଥାଏ ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories