www.samajalive.in
Monday, December 8, 2025
14.1 C
Bhubaneswar

ଅକ୍ଷୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୩ ବର୍ଷରେ ନିବେଶ କରିବ ୭୫,୦୦୦ କୋଟି ଟଙ୍କା

ଜାମ୍‌ନଗରରେ ରିଲାଏନ୍ସ ସ୍ଥାପନ କରିବ ଧିରୁଭାଇ ଅମ୍ବାନି ଗ୍ରୀନ ଏନର୍ଜି ଗିଗା କଂପ୍ଲେକ୍ସ
– ୫୦୦୦ ଏକର ପରିମିତ ଜମିରେ ସ୍ଥାପନ ହେବ ପ୍ରକଳ୍ପ ଏବଂ ବିଶ୍ୱରେ ଏହା ଏହି ଧରଣର ଅନ୍ୟତମ ସର୍ବବୃହତ ସମନ୍ୱିତ ଅକ୍ଷୟ ଶକ୍ତି ବିନିର୍ମାଣ ସ୍ଥଳ ହେବ
– ଭାରତ ବୃହତ ଜୀବାଶ୍ମ ଇନ୍ଧନର ଆମଦାନୀକାରୀ ପରିବର୍ତ୍ତେ ହେବ ସ୍ୱଚ୍ଛ ସୌରଶକ୍ତି ସମାଧାନର ବୃହତ ରପ୍ତାନିକାରୀ 

ଭୁବନେଶ୍ୱର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୪ ତମ ବାର୍ଷିକ ସାଧାରଣ ବୈଠକରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରିଲାଏନ୍ସ ପକ୍ଷରୁ ଗୁଜରାଟର ଜାମନଗରଠାରେ ଧିରୁଭାଇ ଅମ୍ବାନି ଗ୍ରୀନ ଏନର୍ଜି ଗିଗା କଂପ୍ଲେକ୍ସ ସ୍ଥାପନ କରାଯିବା ନେଇ ଘୋଷଣା କରିଛନ୍ତି । ୫ହଜାର ଏକର ପରିମିତ ଅଞ୍ଚଳରେ ସ୍ଥାପନ କରାଯିବାକୁ ଥିବା ଏହି କଂପ୍ଲେକ୍ସ ବିଶ୍ୱର ଅନ୍ୟତମ ସର୍ବବୃହତ ସମନ୍ୱିତ ଅକ୍ଷୟ ଶକ୍ତି ବିନିର୍ମାଣ ସୁବିଧା ଭାବରେ ପରିଚିତ ହେବ ବୋଲି ସେ କହିଛନ୍ତି । ଗୁରୁବାର ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଆରଆଇଏଲ୍‌ର ବାର୍ଷିକ ସାଧାରଣ ବୈଠକରେ ଶ୍ରୀ ଅମ୍ବାନି କହିଥିଲେଜାମନଗର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୁରାତନ ଶକ୍ତି ବ୍ୟବସାୟର ବିକାଶ ଭୂମି ରହିଥିଲା। ଏହା ମଧ୍ୟ ନୂଆ ଶକ୍ତି ବ୍ୟବସାୟର ବିକାଶ ସ୍ଥଳ ଭାବରେ ପରିଚିତ ହେବ।
ଏଥିପାଇଁ କମ୍ପାନୀର ତ୍ରିସ୍ତରୀୟ ଯୋଜନା ରହିଥିବା ସମ୍ପର୍କରେ ଶ୍ରୀ ଅମ୍ବାନି କହିଛନ୍ତି, “ଯୋଜନାର ପ୍ରଥମ ଭାଗରେ ଏହା ଚାରିଟି ଗିିଗା କାରଖାନା ସ୍ଥାପନ କରିବ। ଏହି କାରଖାନାଗୁଡିକରେ ନୂତନ ଶକ୍ତି ପରିବ୍ୟବସ୍ଥା ପାଇଁ ଆବଶ୍ୟକ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ନିର୍ମାଣ ସହିତ ସେଗୁଡିକୁ ସମନ୍ୱିତ କରାଯିବ। ଗୋଟିଏ କାରଖାନାରେ ସମନ୍ୱିତ ସୋଲାର ଫଟୋଭୋଲଟାଇକ ମଡ୍ୟୁଲଦ୍ୱିତୀୟ କାରଖାନାରେ ଶକ୍ତି ସଂରକ୍ଷଣକାରୀ ବ୍ୟାଟେରୀ ଉତ୍ପାଦନତୃତୀୟରେ ସବୁଜ ଉଦ୍‌ଯାନ (ହାଇଡ୍ରେେଜେନ୍‌) ଉତ୍ପାଦନ ପାଇଁ ଇଲେକ୍‌ଟ୍ରୋଲାଇଜର କାରଖାନା ଏବଂ ଚତୁର୍ଥ କାରଖାନାରେ ହାଇଡ୍ରେଜେନ୍‌କୁ ଶକ୍ତିରେ ପରିବର୍ତ୍ତିତ କରିବା ପାଇଁ ଫୁଏଲ ସେଲ୍ ଉତ୍ପାଦନ କରାଯିବ। ଏସବୁପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୬୦,୦୦୦ କୋଟି ଟଙ୍କା ନିବେଶ କରାଯିବ। ରିଲାଏନ୍ସ ଏଥିସହିତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ପୂର୍ଣ୍ଣ ସମନ୍ୱିତ ଅକ୍ଷୟ ଶକ୍ତି ପରିବ୍ୟବସ୍ଥା ସୃଷ୍ଟି କରିବ ।
ସୋଲାର ଫଟୋଭୋଲଟାଇକ ଗିଗା କାରଖାନା ସୌରଶକ୍ତି ଉତ୍ପାଦନ କରିବ। ୨୦୩୦  ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ନିମନ୍ତେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ଲକ୍ଷ୍ୟକୁ ନେଇ ଆମେ ଅତ୍ୟନ୍ତ ଉତ୍ସାହୀ ଏବଂ ଏହି ପ୍ରକଳ୍ପ ସେହି ଲକ୍ଷ୍ୟ ହାସଲ ଦିଗରେ ପ୍ରୟାସ କରିବ ବୋଲି ଶ୍ରୀ ଅମ୍ବାନି କହିଛନ୍ତି । ରିଲାଏନ୍ସ ୨୦୩୦ ସୁଦ୍ଧା ଅନ୍ୟୂନ ୧୦୦ ଗିିଗାୱାଟ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ଏବଂ ତାହା କର୍ଯ୍ୟକ୍ଷମ କରିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ। ଦିନ ସମୟରେ ସୌରଶକ୍ତି ଉପଲବ୍ଧ ହେଉଥିବାବେଳେ ତାହା ଗଚ୍ଛିତ କରି ରଖିବାକୁ ରିଲାଏନ୍ସ ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ଗ୍ରୀଡ ବ୍ୟାଟେରୀ ଉତ୍ପାଦନ ପାଇଁ ଏକ ବୃହତ ପ୍ରକଳ୍ପ ସ୍ଥାପନ କରିବ। ବିଶ୍ୱସ୍ତରରେ ବ୍ୟାଟେରୀ ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଣୀ ସଂସ୍ଥାଗୁଡିକ ସହିତ ମିଳିତ ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।
ବିଦ୍ୟୁତ ବ୍ୟତୀତ ଗ୍ରୀନ ହାଇଡ୍ରୋଜେନ ମଧ୍ୟ ଏକ ଅନନ୍ୟ ଶକ୍ତି ବାହକ ହୋଇପାରିବଏବଂ ସେଥିପାଇଁ ରିଲାଏନ୍ସ ଇଲେକଟ୍ରୋଲାଇଜର ଗିଗା କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛିଯେଉଁଠାରେ ମଡୁଲାର ଇଲେକଟ୍ରୋଲାଇଜର ତିଆରି କରାଯିବ ବୋଲି ଶ୍ରୀ ଅମ୍ବାନି ପ୍ରକାଶ କରିଥିଲେ । ଏଥିସହିତ ଆରଆଇଏଲ ଫୁଏଲ ସେଲ କାରଖାନା ମଧ୍ୟ ସ୍ଥାପନ କରିବ । ପରିବେଶ ପ୍ରଦୂଷଣ ରୋକିବାରେ ଏହା ବିଶେଷ ସହାୟକ ହେବ । ଭବିଷ୍ୟତରେ ଫୁଏଲ ସେଲଗୁଡିକ ଇଣ୍ଟରନାଲ କମ୍ବସନ୍ ଇଞ୍ଜିନର ସ୍ଥାନ ନେବ। ଫୁଏଲ ସେଲ ଇଞ୍ଜିନଗୁଡିକ ଯାନବାହନଟ୍ରକ ଏବଂ ବସ ଆଦିକୁ ମଧ୍ୟ ଶକ୍ତି ଯୋଗାଇବାକୁ ସମର୍ଥ ହେବ । ଏପରିକି ତାହାକୁ ଡାଟା ସେଣ୍ଟରଟେଲିକମ ଟାୱାରଜରୁରୀକାଳୀନ ଜେନେରେଟର ଏବଂ ମାଇକ୍ରୋ ଗ୍ରିଡ ତଥା ଶିଳ୍ପ ଯନ୍ତ୍ରପାତିକୁ ଶକ୍ତି ଯୋଗାଇବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories