ରାଉରକେଲା: ବିଜ୍ଞାନର ପ୍ରଚାର ପ୍ରସାର ସହ ଛାତ୍ରଛାତ୍ରୀଙ୍କ ଭିତରେ ବିଜ୍ଞାନ ଦକ୍ଷତା ବୃଦ୍ଧି ପାଇଁ ରାଉରକେଲାର ଛେଣ୍ଡରେ ପ୍ଲାନେଟୋରିୟମ୍ ଓ ବିଜ୍ଞାନ ପାର୍କ ପ୍ରତିଷ୍ଠା କରାଯାଉଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ରାଉରକେଲା ସ୍ମାର୍ଟସିଟିର ମିଳିତ ସହଯୋଗରେ ଏହି ପ୍ରକଳ୍ପ ଲାଗି ୮ ଏକର ଜମି ଚିହ୍ନଟ ହୋଇଛି।
ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ପ୍ରକଳ୍ପ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ଲାନେଟୋରିୟମ୍ ଓ ବିଜ୍ଞାନ ପାର୍କ ସହ ଏଠାରେ ଇଭୋଲ୍ୟୁସନ୍ ପାର୍କ, କ୍ୟାଫ୍ଟେରିଆ, ମୁକ୍ତାକାଶ ରଙ୍ଗମଞ୍ଚ, ସିନ୍ଥେଟିକ୍ ଟର୍ଫ ଖେଳପଡ଼ିଆ, ପାଥ୍ ୱେ, ସୁଇମିଂ ପୁଲ୍ ଆଦି କରାଯିବ। ଏଥିଲାଗି ପ୍ରାୟ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସୂଚନା ଦିଆଯାଇଛି।
ଛାତ୍ରଛାତ୍ରୀଙ୍କ ଭିତରେ ବିଜ୍ଞାନ ଦକ୍ଷତା ବୃଦ୍ଧି ପାଇଁ ବିଜ୍ଞାନ ପାର୍କ ପ୍ରତିଷ୍ଠା
Popular Categories



