www.samajalive.in
Wednesday, December 10, 2025
26.1 C
Bhubaneswar

‘ହୁ’ରୁ କୋଭାକ୍ସିନ ଟୀକା ଶୀଘ୍ର ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱଦେଶୀ କୋଭିଡ-୧୯ ଟିକା ‘କୋଭାକ୍ସିନ’ ପାଇଁ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ପାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। ସୁଶ୍ରୀ ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ କୋଭାକ୍ସିନ ଟୀକା ଏପର୍ଯ୍ୟନ୍ତ ‘ହୁ’ ଦ୍ୱାରା ଅନୁମୋଦିତ ନୁହେଁ ଏବଂ ଏହି ଟୀକା ନେଇ ବିଦେଶ ଭ୍ରମଣ କରିବା ସମ୍ଭବ ନୁହେଁ। କେବଳ ‘ହୁ’ ଅନୁମୋଦିତ ଟୀକା ନେଇଥିବା ବ୍ୟକ୍ତିମାନେ ବିଦେଶ ଯାତ୍ରା କରିପାରିବେ ବୋଲି ନିୟମ ରହିଛି।

ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉଚ୍ଚ ଅଧ୍ୟୟନ ପାଇଁ ପ୍ରତିବର୍ଷ ବିଦେଶ ଯାତ୍ରା କରନ୍ତି ଏବଂ ଏହି ଛାତ୍ରମାନଙ୍କ ମଧ୍ୟରୁ ଅନେକେ କୋଭାକସିନ ଟୀକା ନେଇଛନ୍ତି। ସେହି ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କ କ୍ୟାରିଅର୍ ନେଇ ଆଶଙ୍କାରେ ଅଛନ୍ତି। ଏହି ଟିକାକୁ ‘ହୁ’ ଅନୁମୋଦନ କଲେ, ଚାକିରୀ, ଶିକ୍ଷା, ବ୍ୟବସାୟ ତଥା ଅନ୍ୟାନ୍ୟ ଉଦ୍ଦେଶ୍ୟ ପାଇଁ ବିଦେଶ ଯାତ୍ରା କରୁଥିବା ଲୋକମାନେ ଉପକୃତ ହୋଇପାରିବେ ବୋଲି ସୁଶ୍ରୀ ବାନାର୍ଜୀ କହିଛନ୍ତି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories