Patra electronics

ରେଲୱେ ଓଭର ବ୍ରିଜ୍‍ ବାଇପାସ ରାସ୍ତାର ଦୁରାବସ୍ଥା

ବରପାଲି: ବରପାଲି ଜଗନ୍ନାଥନଗର ରେଲୱେ ଫାଟକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ବହୁ ଦିନରୁ ବନ୍ଦ ରହିଥିବା ବେଳେ ଅସ୍ଥାୟୀ ବାଇପାସ ରୋଡ ମରାମତି ଅଭାବରୁ ମରଣଯନ୍ତାରେ ପରିଣତ ହୋଇଯାଇଛି। ପୁର୍ବରୁ ସାଧାରଣଙ୍କ ପକ୍ଷରୁ ବହୁବାର ଅଭିଯୋଗ ହେବାରୁ ବିଭାଗ ଖାମଖିଆଲି ଭାବରେ ମାଟି ଓ ଗେଟିଗୁଣ୍ଡା ପକାଇ ରାସ୍ତାକୁ ସମତଳ କରିଥିଲା। ବର୍ତ୍ତମାନ ସାମାନ୍ୟ ବର୍ଷାଟିଏ ହେଲେ ରାସ୍ତା ଉପରେ ରହିଥିବା ଖାଲଖମାରରେ ପାଣି ଭର୍ତ୍ତି ହୋଇ ଯାତାୟତ ଲୋକଙ୍କୁ ଭ୍ରମ ସୃଷ୍ଟି କରୁଥିବା ବେଳେ ମାଟି ପକାଯାଇଥିବା ସ୍ଥାନ ମାନ ସନ୍ତସନ୍ତିଆ ହୋଇ ଯାତାୟତରେ ଅସୁବିଧା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ବାଇକ କିମ୍ବା ସାଇକେଲରେ ଯାତାୟତ ହେଉଥିବା ବେଳେ ଅନେକ ସମୟରେ ଦୁର୍ଘର୍ଟଣା ମୂଳକ ସ୍ଥିତିର ଶିକାର ହେଉଛନ୍ତି।

ସେହିପରି ବାଇକ ଓ ଚାରି ଚକିଆ ଯାନ ମାନ ଯାଉଥିବା ବେଳେ ରାସ୍ତାରେ ସୃଷ୍ଟି ହୋଇଥିବା କାଦୁଅ ଓ ଗୋଳିଆ ପାଣି ଛିଟିକି ସାଧାରଣ ଲୋକଙ୍କୁ ହଇରାଣରେ ପକାଉଛି। ଅଚଂଳବାସି ଉପୁଜୁଥିବା ସମସ୍ୟାକୁ ନେଇ ପ୍ରସାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣଷି ସୁଧାର ହେଉନଥିବା ଅଭିଯୋଗ ହେଉଛି। ପ୍ରତିଦିନ ରାସ୍ତାରେ ଅବସ୍ଥିତ ରେଲୱେ ଫାଟକବାଟ ଦେଇ ସୋହେଲାରୁ ବ୍ରହ୍ମପୁର,ଫୁଲବାଣି,ବୌଦ୍ଧ,ସୋନପୁର ପୂରୀ ଧାମକୁ ବିଭିନ୍ନ ଯାନବାହାନ ସହ ମାଲ ବୋଝେଇ ଭାରିଯାନ ମାନ ରିତିମତ ଯାତାୟାତ ହେଉଛିି। ସେହିପରି ସ୍ଥାନିୟ ଅଚଂଳର ସାଧାରଣ ଲୋକେ ସାଇକେଲ ବାଇକ ଟେମ୍ପୋ ମାନଙ୍କରେ ବିଭିନ୍ନ ବ୍ୟକ୍ତିଗତ କାର୍ଯ୍ୟରେ ଯିବାଆସିବା କରିଥାନ୍ତି।

ପ୍ରତିଦିନ ରାସ୍ତାକୁ ସ୍ଥାନିୟ ଅଚଂଳର ବରପାଲି ସହ ଅଞ୍ଚଳର ସତଲମା, ପାଟକୁଲୁଣ୍ଡା, ବୁରୋମୁଣ୍ଡା, ସିକିର୍ଡ଼ି, କାଇଁଶିର, ବାରଙ୍ଗପାଲି, ତୁଲଣ୍ଡି, ବରମକେଲା, ଗ୍ରିଣ୍ଡୋଲା, ଧିରପୁର, କୁମ୍ଭାରୀ, ରେମତା, କନବାର ବାଗବାଡ଼ୀ, ବିଶିପାଲି ସହ ପଡ଼ୋଶି ଜିଲ୍ଲାର ସୋନପୁର, ରାମପୁର, ବିନକା, ବ୍ରହ୍ମପୁର, ସାହାଜବାହାଲ, ବଡ଼କର୍ଲ୍ଲେ ପ୍ରଭୁତି ଗ୍ରାମବାସିମାନେ ଯାତାୟାତ ହୋଇଥାନ୍ତି।

Comments are closed.