www.samajalive.in
Sunday, December 14, 2025
14.1 C
Bhubaneswar

ସଟ୍‍ପୁଟ୍‍ରେ ସ୍ୱର୍ଣ୍ଣ ; ପଦକ ତାଲିକାର ୮ମ ସ୍ଥାନରେ ଭାରତ

ଜାକର୍ତ୍ତା : ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଶନିବାର ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ପ୍ରଥମଦିନରେ ଭାରତକୁ ଏକ ସ୍ୱର୍ଣ୍ଣପଦକ ମିଳିଛି। ଭାରତର ତେଜିନ୍ଦରପାଲ ସିଂହ ତୁର୍‍ ପୁରୁଷ ସଟ୍‍ପୁଟ୍‍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହି ମୁକାବିଲାରେ ତେଜିନ୍ଦର ୨୦.୭୫ ମିଟର ଦୂରକୁ ଲୌହ ଗୋଳା ଫିଙ୍ଗି ପ୍ରଥମସ୍ଥାନରେ ରହିଥିଲେ।
ସୂଚନାଯୋଗ୍ୟ, ଏହା ହେଉଛି ନୂତନ ଏସୀୟ କ୍ରୀଡ଼ା ରେକର୍ଡ। ଏପରି ପ୍ରଦର୍ଶନ ବଳରେ ତେଜିନ୍ଦର ଅନ୍ୟ ପ୍ରତିଯୋଗୀଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି। ତେଜିନ୍ଦରଙ୍କ ଏହି ସ୍ୱର୍ଣ୍ଣପଦକକୁ ମିଶାଇ ଭାରତ ଚଳିତ ଏସୀୟ କ୍ରୀଡ଼ାରେ ୭ମ ସ୍ୱର୍ଣ୍ଣପଦକ ଜିତିଛି। ୭ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ୍‍ପଦକ ସହ ମୋଟ ୨୯ଟି ପଦକ ଜିତି ଭାରତ ପଦକ ତାଲିକାର ୮ମ ସ୍ଥାନରେ ରହିଛି।
ଅନ୍ୟପକ୍ଷରେ ଓଡ଼ିଶାର ଧାବିକା ଦୁତି ଚାନ୍ଦ ପ୍ରଥମଥର ପାଇଁ ଏସୀୟ କ୍ରୀଡ଼ାରେ ଭାଗ ନେଉଥିବା ବେଳେ ଏଥିରେ ତାଙ୍କ ପ୍ରଥମ ପଦାର୍ପଣରେ ସଫଳ ହୋଇଛନ୍ତି। ଦୁତି ୧୮ଶ ଏସୀୟ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ର ସେମିଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହିଟ୍‍-୨ରେ ଦୁତି ପ୍ରଥମ ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିଛନ୍ତି। ତେଜିନ୍ଦର ତାଙ୍କ ପ୍ରଥମ ୨ଟି ପ୍ରୟାସରେ ୧୯.୯୬ ଓ ୧୯.୧୫ ମିଟର ଦୂରତା ହାସଲକରି ପ୍ରଥମ ୧ମ ସ୍ଥାନରେ ଥିବା ବେଳେ ପରେ ୨ୟ ସ୍ଥାନକୁ ଖସି ଆସିଥିଲେ। ତାଙ୍କର ୩ୟ ଥ୍ରୋ ଫାଉଲ ହୋଇଥିଲା। ୪ର୍ଥ ପ୍ରୟାସରେ ତେଜିନ୍ଦରପାଲ ସିଂହ ତୁର୍‍ ୧୯.୯୬ ମିଟର ଦୂରତା ହାସଲକରି ପୁଣି ପ୍ରଥମ ସ୍ଥାନକୁ ଫେରିଥିଲେ। ତେବେ ୫ମ ପ୍ରୟାସରେ ତେଜିନ୍ଦର ୨୦.୭୫ ମିଟର ଦୂରତା ହାସଲକରି ନୂତନ ଏସୀୟ କ୍ରୀଡ଼ା ରେକର୍ଡ ପ୍ରତିଷ୍ଠା କରିବା ସହ ସ୍ୱର୍ଣ୍ଣପଦକ ଜିତିବା ନିଶ୍ଚିତ କରିଥିଲେ। ୬ଷ୍ଠ ତଥା ଅନ୍ତିମ ପ୍ରୟାସରେ ତେଜିନ୍ଦର ୨୦.୦୦ ମିଟର ଦୂରତା ହାସଲ କରିଥିଲେ ହେଁ ସେ ସ୍ୱର୍ଣ୍ଣପଦକ ଜିତିବା ନିଶ୍ଚିତ କରି ସାରିଥିଲେ। ୧୯.୫୨ ମିଟର ଦୂରତା ସହ ଚୀନ୍‍ର ୟାଙ୍ଗ୍‍ ଲ୍ୟୁ ରୌପ୍ୟପଦକ ଜିତିଥିବା ବେଳେ ୧୯.୪୦ ମିଟର ଦୂରତା ସହ କାଜାଖସ୍ତାନର ଇଭାନ୍‍ ଇଭାନୋଭ୍‍ ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ସୂଚନାଯୋଗ୍ୟ; ପଞ୍ଜାବର ତେଜିନ୍ଦରପାଲ ସିଂହ ତୁର୍‍ ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ରୌପ୍ୟପଦକ ଜିତିଥିଲେ। ତେବେ ଏସୀୟ କ୍ରୀଡ଼ାରେ ସେ ସ୍ୱର୍ଣ୍ଣପଦକ ପାଇଁ ଫେଭରିଟ୍‍ ଥିଲେ। ତେଜିନ୍ଦର ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିବେ ବୋଲି ପ୍ରତିଶ୍ରୁତି ଦେଇ ଇଣ୍ଡୋନେସିଆ ଯାଇଥିଲେ ଏବଂ ଏହା କରି ଦେଖାଇଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories