www.samajalive.in
Thursday, December 11, 2025
18.1 C
Bhubaneswar

କେନ୍ଦ୍ର-ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟ ସଚିବ ବିବାଦ : ଅଳ୍ପନଙ୍କୁ ୩୦ ଦିନ ସମୟ ସମୟ

କଲକତା : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଳ୍ପନ ବନ୍ଦେପାଧ୍ୟାୟଙ୍କୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଗତ ମଇ ୩୧ ତାରିଖରେ ନୂଆଦିଲ୍ଲୀର ନର୍ଥ ବ୍ଲକରେ ରିପୋର୍ଟ କରିବାରେ ବିଫଳତା ନେଇ କାରଣ ଦର୍ଶାଅ ନୋଟିସର ରିପୋର୍ଟ ଦେବା ପାଇଁ ୩୦ ଦିନ ସମୟ ଦେଇଛନ୍ତି।
କେନ୍ଦ୍ର ସରକାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଳ୍ପନ ବନ୍ଦେପାଧ୍ୟାୟଙ୍କୁ ଏକ କଡ଼ା ଚିଠି ଲେଖିଛନ୍ତି। ଏହି ଚିଠିରେ କର୍ମୀକ ଏବଂ ତାଲିମ ବିଭାଗ (ଡିଓପିଟି) ଏହି ଅବସରପ୍ରାପ୍ତ ଆଇଏଏସ ଅଧିକାରୀଙ୍କୁ କହିଛନ୍ତି ଯେ ମେ ୩୧ରେ ନୂଆଦିଲ୍ଲୀରେ ରିପୋର୍ଟ ନକରିବାରୁ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତେବେ ଏହି ପତ୍ରର ଉତର ଦେବା ପାଇଁ ୩୦ ଦିନ ସମୟ ଦେଇଛନ୍ତି।
ବର୍ତ୍ତମାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ବିଶେଷ ପରାମର୍ଶଦାତା ଥିବା ଅଳ୍ପନ ବନ୍ଦେପାଧ୍ୟାୟଙ୍କୁ ୩୦ ଦିନ ମଧ୍ୟରେ ଏହି ଚିଠିର ଉତ୍ତର ଦେବାକୁ କୁହାଯାଇଛି। ତେବେ ଡିଓପିଟି ବନ୍ଦେପାଧ୍ୟାୟଙ୍କୁ ସମ୍ପୂର୍ଣ୍ଣ ବିଷୟ ଉପସ୍ଥାପନ କରିବାକୁ କିମ୍ବା ଏହାର ପରିଣାମର ସମ୍ମୁଖୀନ ହେବାକୁ କହିଛି।

୧୯୮୭-କ୍ୟାଡର ଆଇଏଏସ୍ ଅଧିକାରୀ ବନ୍ଦୋପାଧ୍ୟାୟ ମେ ୩୧ ରେ ଅବସର ନେବାକୁ ଯାଉଥିଲେ।କୋଭିଡ -୧୯ ପରିଚାଳନାରେ ତାଙ୍କର ଭୂମିକା ଦର୍ଶାଇ ପଶ୍ଚିମବଙ୍ଗ ସରକାର କେନ୍ଦ୍ରକୁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଏହି ଅନୁରୋଧ ଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ମେ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କଲକତାରେ ବାତ୍ୟା ‘ୟାସ’ ଉପରେ ଏକ ସମୀକ୍ଷା ବୈଠକରେ ଅଳ୍ପନ ଅନୁପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଳମ୍ବରେ ଆସି ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ସଂପର୍କୀତ ରିପୋର୍ଟ ଦେଇ ପଳାଇଥିଲେ।

- Advertisement -

ସେହି ଦିନ ବନ୍ଦେପାଧ୍ୟାୟଙ୍କୁ କେନ୍ଦ୍ର ନୋଟିସ ଜାରି କରି ତାଙ୍କୁ ମେ ୩୧ ରେ ନୂଆଦିଲ୍ଲୀକୁ ରିପୋର୍ଟ କରିବାକୁ କହିଥିଲେ।
ତେବେ ସେହି ଦିନ ଅଳ୍ପନ ଶୀଘ୍ର ଅବସର ନେବାକୁ ସ୍ଥିର କରିଥିଲେ ଏବଂ ତିନି ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories