www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

୨୧ ଜୁନ ୨୦୧୫ରେ ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ସମ୍ପୂର୍ଣ୍ଣ ବିଶ୍ୱରେ ଧୂମଧାମରେ ପାଳନ କରାଯାଇଥିଲା। ଏହି ଦିନ ସାରା ବିଶ୍ୱରେ କୋଟି କୋଟି ଲୋକେ ଯୋଗ କରିଥିଲେ। ଯାହା ଏକ ରେକର୍ଡ଼ ସୃଷ୍ଟି କରିଥିଲା। ଯୋଗ ବ୍ୟାୟାମର ଏକ ଏପରି ପ୍ରଭାବଶାଳୀ ପ୍ରକାର ଯାହା ମାଧ୍ୟମରେ କେବଳ ଶରୀରର ଅଙ୍ଗ ନୁହେଁ ବରଂ ମନ, ମସ୍ତିଷ୍କ ଓ ଆତ୍ମାରେ ସଠିକ ସନ୍ତୁଳନ ରହିଥାଏ। ଏହି କାରଣରୁ ହିଁ ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନ ଶାନ୍ତ ଓ ଦୁଶ୍ଚିତା ମୁକ୍ତ ହୋଇଥାଏ।
ଯୋଗ, ମନ ଶରୀର ଓ ଆତ୍ମାର ଏକାଗ୍ରତାକୁ ବୃଦ୍ଧି କରିଥାଏ। ଯୋଗର ବିଭିନ୍ନ ରୂପ ଆମର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଭିନ୍ନ ଭିନ୍ନ ପ୍ରକାରେ ଲାଭଦାୟକ। ଅର୍ନ୍ତଜାତୀୟ ଯୋଗ ଦିବସକୁ ଏକ ଭିନ୍ନ ପ୍ରକାରେ ପାଳନ କରି ଏହାର ଆନନ୍ଦ ନେବାକୁ ଏହି ଦିନର ପାଳନ କରାଯାଏ।
ଯୋଗ ଏକ କଳା। ଏହି କଳାକୁ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ପାଳନ କରିବା ପାଇଁ ଏକ ବିଶେଷ ଦିନ ହେବା ଉଚିତ ବୋଲି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଇଥିଲେ। ସେ ସେପ୍ଟେମ୍ବର ୨୦୧୪ରେ ମିଳିତ ଜାତି ସଂଘ ପରିଷଦ (ୟୁଏନଜିଏ)ରେ ନିଜ ଭାଷଣ ମାଧ୍ୟମରେ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ। କାରଣ ଅନ୍ୟ ଦିନ ତୁଳନାରେ ଏହି ଦିନର ସମୟସୀମା ଅଧିକ ।
ୟୁଏନଜିଏର ସଦସ୍ୟମାନେ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବ ଉପରେ ବିଚାର କରି ଖୁବ ଶୀଘ୍ର ଏହାପ୍ରତି ସକରାତ୍ମକ ମଞ୍ଜୁରି ପ୍ରଦାନ କରିଥିଲେ। ଏହାପରେ ୨୧ ଜୁନ ୨୦୧୫ରେ ପ୍ରଥମ ଅର୍ନ୍ତଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଇଥିଲା। ଏହି ଦିନ ମୋଦୀଙ୍କ ସହ ଭାରତର ଅନ୍ୟାନ୍ୟ ରାଜନେତା ମାନେ ମଧ୍ୟ ରାଜପଥରେ ଖୁବ ଉତ୍ସାହ ସହ ଏହି ଦିନଟିକୁ ପାଳନ କରିଥିଲେ।
ବହୁ ପ୍ରାଚୀନ କାଳରୁ ମଧ୍ୟ ଯୋଗ ଓ ଏହାର ବିଶେଷତ୍ୱ ବିଷୟରେ ଇତିହାସରେ ଉଲ୍ଲେଖ ରହିଛି। ପୂର୍ବ କାଳରେ ସାଧୁ, ସନ୍ନ୍ୟାସୀ, ଯୋଗୀମାନେ ଯୋଗ କରୁଥିଲେ ବୋଲି ମଧ୍ୟ କୁହାଯାଇଛି। ସ୍ୱାସ୍ଥ୍ୟବାନ ଶରୀର ପାଇଁ ଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ। ଏହା ବ୍ୟସ୍ତତା ଭାବ, ଦୁଶ୍ଚିତା, ଅସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଯୋଗ କରିବା ଦ୍ୱାରା ଶାରୀରିକ ,ମାନସିକ ଶାନ୍ତି ମିଳିଥାଏ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ଯୋଗ ବିଭିନ୍ନ ପ୍ରକାର ରହିଛି। ଯୋଗର ଅର୍ଥ କେବଳ କିଛି ଆସନ ବା ଧ୍ୟାନ କରିବା ନୁହେଁ। ବରଂ ଜୀବନରେ ଆସିୁଥିବା ଭଲ ଖରାପ ଉଭୟ ସମୟକୁ ବୁଝି ବିଚାରି କାର୍ୟ୍ୟ କରିବା। ନିୟମିତ ଧ୍ୟାନ ଓ ପ୍ରାଣାୟମ କରିବା ଦ୍ୱାରା ମସ୍ତିଷ୍କରେ ଉତମ ହରମୋନ ନିର୍ଗତ ହୋଇଥାଏ। ଯାହା ବ୍ୟକ୍ତିଙ୍କୁ ପ୍ରସନ୍ନ ରଖିଥାଏ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି, ଆମେ ଯେଉଁ କାର୍ୟ୍ୟ କରିବା ତା’କୁ ସମ୍ପୂର୍ଣ୍ଣ ନିଷ୍ଠା, ସଚ୍ଚୋଟତା, ପରିଶ୍ରମ, ତ୍ୟାଗ ଓ ଆନନ୍ଦ ସହିତ କରି ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି କରିବା ଉଚିତ। ଏହା ମଧ୍ୟ ଏକ ପ୍ରକାର ଯୋଗ। ଏଥିରେ ନିଜର କ୍ଷମତା, ବିଚାର ଓ କାର୍ୟ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। ଯେକୌଣସି କାର୍ୟ୍ୟର ପରିପୂର୍ଣ୍ଣତା ଯାଏଁ ପହଂଚିବା ମଧ୍ୟ ଏକ ପ୍ରକାର ଯୋଗ ଅଟେ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories