www.samajalive.in
Thursday, December 11, 2025
13.1 C
Bhubaneswar

ଦୁଇଟି ଚାକିରିରେ ୫ ବର୍ଷ

ବରେଲି: ଠକ ତ ଠକ, ଏମିତି ଠକ ଜାଣିଲେ ଜଣେ ଆଶ୍ଚର୍ଯ୍ୟ ହେବେ । ଆଉ ସରକାରୀ ବ୍ୟବସ୍ଥା ବି କିଭଳି ଚାଲିଛି ତାହା ଏଥିରୁ ଜଣାପହିବ । ଜଣେ ବ୍ୟକ୍ତି ୫ ବର୍ଷ କାଳ ଦୁଇ ଦୁଇଟି ସରକାରୀ ଚାକିରି କରି ସରକାରୀ ଖାତାରୁ ଟଙ୍କା ଉଠାଇ ଚାଲିଥିବାବେଳେ ସେକଥା କେହି ଜାଣିନପାରିବା ଚକିତ କଲାଭଳି ହୋଇଛି । ପାଞ୍ଚବର୍ଷ ସରକାରୀ ବ୍ୟବସ୍ଥାକୁ ଠକି ଚାଲିଥିବା ବ୍ୟକ୍ତିଜଣକ ଶେଷରେ ଧରା ପଡିଛନ୍ତି ।
ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ । ଅନିଲ କୁମାର ନାମକ ଏହି ବ୍ୟକ୍ତି ଜଣକ ଉତ୍ତରପ୍ରଦେଶ ପୁଲିସରେ କନେଷ୍ଟବଳ ଏବଂ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଜଣେ ଶିକ୍ଷକ ଭାବେ ଚାକିରି କରିଆସୁଥିଲେ । ତେବେ ମୋରାଦାବାଦସ୍ଥିତ ଠାକୁରଦ୍ୱାରା ଥାନାକୁ ଏକ ଫୋନ୍‍ କଲ ତାଙ୍କୁ ଧରା ପକାଇଦେଲା । ଜଣେ ବ୍ୟକ୍ତି ଥାନାକୁ ଫୋନକରି ଅଭିଯୋଗ କରିଥିଲେ ଯେ ଅନିଲଙ୍କ ପରିଚୟକୁ ଅନ୍ୟଜଣେ ବ୍ୟକ୍ତି ବ୍ୟବହାର କରୁଛନ୍ତି । ପୁଲିସ ଏହି କଲ୍‍ ପାଇବାପରେ ଅନିଲଙ୍କୁ ଡକାଯାଇଥିଲା । ପିସିଆର୍‍ ଭ୍ୟାନରେ ନିଯୁକ୍ତ ହୋଇଥିବା ଅନିଲ ଥାନାରେ ପୁଲିସ ପୋଷାକ ପିନ୍ଧି ପହଞ୍ଚିଥିଲେ । ଥାନାରେ ଥିବା ପୁଲିସ ଅଧିକାରୀ ଅନିଲଙ୍କୁ ତାଙ୍କର ବ୍ୟକ୍ତିଗତ ସୂଚନା ପଚାରିଥିଲେ । ଅନିଲ କହିଥିଲେ ଯେ ତାଙ୍କ ଘର ମୁଜାଫରନଗର ଏବଂ ସେ ୨୦୧୧ରେ ପୁଲିସ ଚାକିରିରେ ଯୋଗଦେଇଥିଲେ । ତାଙ୍କ ବାପାଙ୍କ ନାମ ସୁଖପାଲ ସିଂ । ତେବେ ତାଙ୍କୁ ତାଙ୍କ ପୁଲିସ ତାଲିମ ସମୟରେ ବରେଲି ଏସପିଙ୍କ ନାମ ଯେତେବେଳେ ପଚରାଗଲା ସେ କହିପାରିଲେ ନାହିଁ । ପାଇଖାନା ଯିବାକୁ କହି ସେଠାରୁ ଚମ୍ପଟ ମାରିଲେ । ଇତିମଧ୍ୟରେ ଥାନା ଅଧିକାରୀ ତାଙ୍କ ରେକର୍ଡପତ୍ର ଯାଞ୍ଚକରି ଜାଣିବାକୁ ପାଇଥିଲେ ଯେ ସେଥିରେ ଯେଉଁ ଫଟୋ ଲଗାଯାଇଥିଲା ତାହା ଥାନାକୁ ଆସିଥିବା ବ୍ୟକ୍ତିଙ୍କର ନୁହେଁ । ଏ ସମ୍ପର୍କରେ ଅଧିକ ତଦନ୍ତ କରିବାରୁ ଜଣାଗଲା ଯେ ଫଟୋରେ ଥିବା ବ୍ୟକ୍ତିଙ୍କ ନାମ ହେଉଛି ସୁନିଲ କୁମାର । ସେ ହେଉଛନ୍ତି ଅନିଲଙ୍କ ଶାଳକ ।
ଦ୍ୱାଦଶ ଶ୍ରେଣୀରେ ପଢିବା ସମୟରୁ ଅନିଲ ଓ ସୁନିଲ ପରସ୍ପରକୁ ଜାଣିଥିଲେ । ୨୦୧୬ରେ ଅନିଲ ଶିକ୍ଷକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ ତାଙ୍କ ସ୍ଥାନରେ କାମ କରିବାକୁ ସୁନିଲଙ୍କୁ କହିଥିଲେ । କାରଣ ଅନିଲ ବିଇଡି ପାଠ୍ୟକ୍ରମ ଶେଷ କରିବାକୁ ଚାହୁଁଥିଲେ । ତେବେ ଏଭଳି ଠକେଇରେ ଯେମିତି ଧରାନପଡିବେ, ସେଥିପାଇଁ ଅନିଲ ନିଜେ ମୋରାଦାବାଦକୁ ବଦଳି ହୋଇ ଚାଲିଗଲେ । ଏହାପରେ ସେ ମୁଜାଫରନଗରରେ ଜଣେ ଶିକ୍ଷକ ଭାବେ କାମ କରିବା ସହିତ ସୁନିଲଙ୍କ ଭଉଣୀଙ୍କୁ ୨୦୧୭ରେ ବିବାହ କଲେ । ସବୁ ଠିକ ଚାଲିଥିଲା, କିନ୍ତୁ ଜଣେ ଫୋନକରି ଥାନାରେ ଅଭିଯୋଗ କରିବା ପରେ ସେମାନଙ୍କର ସାଂଘାତିକ ଜାଲିଆତି ଧରାପଡିଗଲା । ଦୁହିଁଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ଉଭୟ ଶାଳକ ଓ ଭିଣୋଇ ଏବେ ଜେଲରେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories