www.samajalive.in
Monday, December 8, 2025
14.1 C
Bhubaneswar

ବିନାଭକ୍ତରେ ହେବ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା, ରାତି ୧ଟାରେ ମଙ୍ଗଳାର୍ପଣ ଏବଂ ଭୋର ୪ଟା ପର୍ଯ୍ୟନ୍ତ ପହଣ୍ଡି

ପୁରୀ: କରୋନା ସଂକ୍ରମଣ ଅବ୍ୟାହତ ରହିଥିବାରୁ ଚଳିତବର୍ଷ ବିନାଭକ୍ତରେ ଅନୁଷ୍ଠିତ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଛି। ଏହି ନୀତି ନିର୍ଘଣ୍ଟ ଅନୁଯାୟୀ ସ୍ନାନଯାତ୍ରା ପାଇଁ ରାତି ୧ଟାରେ ମଙ୍ଗଳାର୍ପଣ ଏବଂ ଭୋର ୪ଟା ପର୍ଯ୍ୟନ୍ତ ପହଣ୍ଡି ହେବ ବୋଲି ସୂଚନା ଦିଆଯାଇଛି।
ଜୁନ୍‌ମାସ ୨୬ତାରିଖ ଦିନ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ରତ୍ନସିଂହାସନରୁ ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ପରମ୍ପରା ଅନୁଯାୟୀ ୧୦୮ଗଡୁ ସୁବାସିତ ଜଳରେ ଶ୍ରୀଜୀଉଙ୍କୁ ସେଠାରେ ସ୍ନାନ କରାଯିବ। ସ୍ନାନବେଦୀରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ଗଜାନନ (ହାତୀ) ବେଶ ହେବା କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ଅଂଶଗ୍ରହଣ କରିଥାଆନ୍ତି। ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

courtesy : bhubaneswarbuzz.com

ପୁରୀ ସହର ସମେତ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବହୁ ସେବାୟତ ଏବଂ ମନ୍ଦିର ପ୍ରଶାସନ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତେଣୁ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଗଲେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯଥେଷ୍ଟ ସମ୍ଭାବନା ରହିଛି। ଏଭଳି ପରିସ୍ଥିତି ଯୋଗୁଁ ଗତବର୍ଷ ବିନାଭକ୍ତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଳନ କରାଯିବ।
ସ୍ନାନଯାତ୍ରା ପୂର୍ବରୁ ସଂପୃକ୍ତ ସେବାୟତଙ୍କ କରୋନା ପରୀକ୍ଷା କରାଯିବା ସହ କରୋନା ପ୍ରତିଷେଧକ ଟିକା ଦିଆଯିବ। କେବଳ କରୋନାରେ ସଂକ୍ରମିତ ହୋଇନଥିବା ସେବାୟତ ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ଅଂଶଗ୍ରହଣ କରିପାରିବେ। ସେଦିନ ଶ୍ରୀଜଗନ୍ନାଥ ମନ୍ଦିରର ୪ଟି ଦ୍ବାରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ପାଳିଆ ସେବାୟତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତିପତ୍ର ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories