www.samajalive.in
Monday, December 8, 2025
14.1 C
Bhubaneswar

ପ୍ରତାପ ସାହୁଙ୍କ କରୋନା ସେବା: ମାଗଣରେ ମାପୁଛନ୍ତି ଲୋକଙ୍କ ତାପମାତ୍ରା ଓ ଅମ୍ଲଜାନ

ଭୁବନେଶ୍ୱର: ମହାମାରୀ କରୋନାର ପ୍ରଥମ ଲହର ପରେ ବର୍ତ୍ତମାନ ଦ୍ୱିତୀୟ ଲହର ସାରା ରାଜ୍ୟ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ବିଶେଷକରି କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜ୍ୟ ସରକାର ବାଧ୍ୟ ହୋଇ ପର୍ଯ୍ୟାୟକ୍ରମେ ଲକଡ଼ାଉନ ଓ ସଟଡ଼ାଉନ ଘୋଷଣା କରିଚାଲିଛନ୍ତି। ଏଥିଯୋଗୁ ଲୋକମାନେ ନିଜର ଜୀବନ ଜୀବିକା ହରାଇ ବସିଛନ୍ତି। ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଦୋହଲି ଯାଇଛି। ଅଧିକାଂଶ ଲୋକ ଓଳିଏ ଖାଇଲେ ଓଳିଏ ଉପାସ ରହି ଏକ ପ୍ରକାର ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଲୋକମାନଙ୍କ ଏପରି ଅବସ୍ଥାକୁ ହୃଦୟଙ୍ଗମ କରି ସମାଜସେବୀ ପ୍ରତାପ ସାହୁ ସହଯୋଗର ହାତ ବଢାଇଛନ୍ତି।
ଗତ ୨୦୨୦ ମସିହା ଫେବୃୟାରୀ ମାସରେ ଦେଖା ଦେଇଥିବା କରୋନା ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ପର୍ଯ୍ୟନ୍ତ ଦୀର୍ଘ ଦିନ ଧରି କ୍ରମାଗତ ଭାବେ ସମାଜସେବୀ ପ୍ରତାପ ସାହୁ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ପ୍ରତିଦିନ ସକାଳ ୮ଟାରୁ ନିଜର ନିତ୍ୟକର୍ମ ସାରି ପ୍ରତାପ ବାହାରି ଯାଇ ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ମାଗଣାରେ ମାସ୍କ, ସାନିଟାଇଜର, ସାବୁନ, ବିସ୍କୁଟ, ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହିତ ବିଭିନ୍ନ ସରକାରୀ, ବେସରକାରୀ ଅଫିସ୍, ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ସାନିଟାଇଜ କରିଥାନ୍ତି। ଏହା ସହ କରୋନାରୁ ରକ୍ଷା ପାଇବା ପାଇଁ ସବୁଦିନ ସାବୁନରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିଥାଆନ୍ତି।

 

- Advertisement -

ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରରେ ପ୍ରତାପ ଘରକୁ ଘର ବୁଲି ସାନିଟାଇଜ୍ କରିବା, ଲୋକମାନଙ୍କ ଅମ୍ଲଜାନ ଓ ତାପମାତ୍ରା ମାପିବା ସହ ସେମାନଙ୍କୁ ଅମ୍ଲଜାନ ଓ ତାପମାତ୍ରା ବିଷୟରେ ସଚେତନ କରିଥାନ୍ତି। ଲୋକମାନଙ୍କ ବ୍ୟତୀତ ପଶୁପକ୍ଷୀମାନଙ୍କ ସେବା କରିବାକୁ ମଧ୍ୟ ପ୍ରତାପ ଭୁଲିନାହାଁନ୍ତି। କରୋନାର ଏହି ବିପତ୍ତି ସମୟରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା, ସେମାନଙ୍କ ରହିବା ପାଇଁ ‘ବିଶ୍ୱାସ’ ଗୃହ ନିର୍ମାଣ କରିବା, ପକ୍ଷୀମାନଙ୍କ ପିଇବା ପାଇଁ ପାଣିର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରତାପ କଟକ, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀ ଆଦି ବିଭିନ୍ନ ଜିଲ୍ଲା ବୁଲି ସାନିଟାଇଜ କରିବା, ମାସ୍କ ବାଣ୍ଟିବା, ଲୋକମାନଙ୍କୁ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଚାଲିଛନ୍ତି। ଏ ସମ୍ପର୍କରେ ପ୍ରତାପ କୁହନ୍ତି, ଯେ ପର୍ଯ୍ୟନ୍ତ ଓଡ଼ିଶାରେ କରୋନାର ପ୍ରକୋପ ନ କମିଛି, ସେପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗାଇ ଚାଲିଥିବି ଏବଂ ଆଗକୁ ଆସୁଥିବା କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories