www.samajalive.in
Saturday, December 6, 2025
26.1 C
Bhubaneswar

ପୁରୁଷ ହକିରେ ୨ ଓଡ଼ିଆଙ୍କୁ ଅଲିମ୍ପିକ ଟିକଟ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ ଖେଳିବା ପାଇଁ ମହିଳା ହକି ପରେ ଏବେ ପୁରୁଷ ହକିରେ ଓଡ଼ିଆ ସ୍ଥାନ ପାଇଛନ୍ତି। ଆଜି ପୁରୁଷ ହକି ପାଇଁ ୨ ଓଡ଼ିଆଙ୍କୁ ଅଲିମ୍ପିକ ଟିକଟ ମିଳିଛି। ଟୋକିଓ ଅଲିମ୍ପିକର ପୁରୁଷ ହକିରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଖେଳିବା ପାଇଁ ସ୍ଥାନ ପାଇଛନ୍ତି।

- Advertisement -

ଉଭୟ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିବାବେଳେ ଗତକାଲି ଦୀପଗ୍ରେସ ଏକ୍କା ମହିଳା ହକି ଦଳରେ ସ୍ଥାନ ପାଇଥିଲେ। ବୀରେନ୍ଦ୍ର ଓ ଅମିତଙ୍କ ବ୍ୟତୀତ ହର୍ମନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ, ସୁରେନ୍ଦ୍ର କୁମାର ଡିଫେଣ୍ଡର ଭାବେ ମନୋନୀତ ହୋଇଥିବାବେଳେ ସୁମିତ, ନୀଳକଣ୍ଠ ଶର୍ମା, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂଙ୍କୁ ମିଡ଼ଫିଲଡର ଭାବେ ମନୋନୀତ କରାଯାଇଛି। ସେହିପରି ଫରୱାର୍ଡସରେ ସମସେର ସିଂ, ଦିଲପ୍ରୀତ ସିଂ, ଗୁରଜନ୍ତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂଙ୍କ ସହ ପିଆର ଶ୍ରୀଯେସ(ଗୋଲ କିପର) ଭାବେ ସ୍ଥାନ ପାଇଛ।

ସୂଚନା ଯୋଗ୍ୟ ଯେ ଗୁରୁବାର ହକି ଇଣ୍ଡିଆ ଏହାର ମହିଳା ହକି ଦଳ ଘୋଷଣା କରିଥିଲା। ୧୬ ଜଣିଆ ମହିଳା ହକି ଦଳରେ ମାତ୍ର ଜଣେ ମାତ୍ର ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍‌ ଏକ୍କା ସ୍ଥାନ ପାଇଛନ୍ତି। ଦୀପ୍‌ ଗ୍ରେସ୍‌ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗନେବାର ସୁଯୋଗ ପାଇଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ଓଡ଼ିଶାରୁ ୪ ଜଣ ମହିଳା ଖେଳାଳି ସ୍ଥାନ ପାଇଥିବା ବେଳେ ଏବେ ଜଣେ ମାତ୍ର ସ୍ଥାନ ପାଇଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories