www.samajalive.in
Monday, December 8, 2025
24.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ। ତରଳ ଅମ୍ଲଜାନ(ଏଲ୍‌ଏମ୍‌ଓ) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ  ଅମ୍ଲଜାନ ଉତ୍ପାଦନ ବ୍ୟବସ୍ଥାର (ପିଏସ୍‌ଏ ପ୍ଲାଣ୍ଟ) ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ  ଭିତ୍ତିଭୂମିର  ଉଦ୍‌ଘାଟନ

–ପୁଣି ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- ଡବଲ ମାସ୍କ ପିନ୍ଧନ୍ତୁ, ଟିକା ନିଶ୍ଚୟ ନିଅନ୍ତୁ । ତୃତୀୟ ଲହରର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରୁହନ୍ତୁ

- Advertisement -

–ରଥଯାତ୍ରାରେ ସମ୍ପୃକ୍ତ ସେବାୟତଙ୍କ ହେବ ଆର୍‌ଟିପିସିଆର ଟେଷ୍ଟ। ରଥ ସହ ସମ୍ପୃକ୍ତ ସମସ୍ତଙ୍କର ୪ ଥର ହେବ ଆରଟିପିସିଆର ଟେଷ୍ଟ। ସେବାୟତ, ପୁଲିସ କର୍ମଚାରୀ ଏବଂ ମନ୍ଦିର ଅଧିକାରୀଙ୍କର ଆର୍‌ଟିପିସିଆର ଟେଷ୍ଟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି।

–ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ତଥା ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ

–ପରୀକ୍ଷାଫଳ ପ୍ରକାଶ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା, ଦଶମ ପରୀକ୍ଷା ଭିତ୍ତିରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି

–ରେଗୁଲାର ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ମାଟ୍ରିକ ନମ୍ବର ଭିତ୍ତିରେ ହେବ, ସେହିପରି ଏକ୍ସ ରେଗୁଲାରଙ୍କ ମାର୍କିଂ ପୂର୍ବ ଥର +୨ ପରୀକ୍ଷା ଭିତ୍ତିରେ ହେବ।

–ଯେଉଁମାନେ ମୂଲ୍ୟାୟନରେ ସନ୍ତୁଷ୍ଟ ନ ହେବେ, ପରେ ପରୀକ୍ଷା ଦେଇପାରିବେ

–ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କି, ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ.ଶ୍ରୀବାସ୍ତବ, ଅଧିପ ଦାସ ଆଡହକ କମିଟି ସଦସ୍ୟ

–ସାଉଥହାମ୍ପଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁଥିବା ଐତିହାସିକ ଟେଷ୍ଟ ଚମ୍ପିୟାନସିପର ପ୍ରଥମ ସେସନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ

–ରାଜ୍ୟରେ କୋଭିଡ-୧୯ ମୃତ୍ୟୁର ସ୍ଵତନ୍ତ୍ର ଅଡିଟ ପାଇଁ ଉଚ୍ଚ ନ୍ୟାୟାଳୟରେ ଦାଖଲ ହେଲା ଜନସ୍ବାର୍ଥ ମାମଲା, ମାମଲା ଦାଖଲ କଲେ ଆଇନଜୀବୀ ନିଶିକାନ୍ତ ମିଶ୍ର

–ଜେଲରୁ ବାହାରିଲେ ଆଇଏଫଏସ ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ଜେଲରୁ ମୁକୁଳିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ।

–ରାଜ୍ୟରେ ଆଜି ଆଉ ୬୨୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୨୯ ହଜାର ୮୫୧କୁ ବୃଦ୍ଧି ପାଇଛି

–କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣାରେ ଅଧିକ ଖୋଳତାଡ଼ ପାଇଁ ମୁମ୍ବଇ ଗଲା ଏସ୍‌ଟିଏଫ, ମୁମ୍ବଇରେ ଗିରଫ ସୁଦୀପ ମୁଖାର୍ଜୀକୁ ଜେରା କରିବାକୁ ଗଲା ଟିମ, ନକଲି କମ୍ପାନୀ ମାକ୍ସ ରିଲିଫ ହେଲ୍‌ଥ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀ।

–ସୁଦୀପ ମୁଖାର୍ଜୀକୁ ଗିରଫ କରିଛି ମୁମ୍ବଇ ପୁଲିସ, ଏବେ ଜେଲରେ ଅଛି

–ଆସାମରେ ଏକ ବଡ ଧରଣର ସୁନା ରାକେଟ ଠାବ ; ଘଣ୍ଟା ଘଣ୍ଟା ତଲାସି ପରେ କାରରୁ ଜବତ ହେଲା ୨୧ କୋଟିର ସୁନା ବିସ୍କୁଟ

–ଆନ୍ଧ୍ରରେ ତାଲାବନ୍ଦ ଜୁନ୍‍ ୩୦ ପର୍ୟ୍ୟନ୍ତ ବଢିଲା

–ଦେଶରେ ୨୪ ଘଣ୍ଟାରେ ଆଉ ୬୨,୪୮୦ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୬୨,୭୯୩କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୫୮୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୮୩,୪୯୦ରେ ପହଞ୍ଚିଛି

–ଦିନକରେ ଆଉ ୮୮,୯୭୭ ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ୨,୮୫,୮୦,୬୪୭

–୧୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି ; ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇଛି ଡେଲଟା ଭାରିଆଣ୍ଟ

–ଆମ୍ବ କିଲୋ ୨ ଲକ୍ଷ ୭୦ ହଜାର ଟଙ୍କା; ୨ ଆମ୍ବଗଛକୁ ଜଗୁଛନ୍ତି ୪ ଜଗୁଆଳି ଓ ୬ କୁକୁର

–ଅର୍ଥନୈତିକ ଅଭିବୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପକାଉଛି ମୂଲ୍ୟ ବୃଦ୍ଧି

–କୋଭିଡ-୧୯ରୁ ସୁରକ୍ଷା ଦେଇପାରିବ ସାଧାରଣ ଥଣ୍ଡା ରୋଗର ଭୂତାଣୁ

–‘ହୁ’ର ଉଦବେଗ: ଆତ୍ମହତ୍ୟା ମୁହାଁ ହେଉଛି ବିଶ୍ୱ, ଶହେରୁ ଜଣେ କରୁଛନ୍ତି ଆତ୍ମହତ୍ୟା

–ରାଜ୍ୟରେ ୟୁଜି/ପିଜି ଫାଇନାଲ ପରୀକ୍ଷା ହେବ ; ଏନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି, ପରୀକ୍ଷା ନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା

– ପରୀକ୍ଷା ଅନଲାଇନରେ ହେବା ସହ ଏହାର ତାରିଖ ସମ୍ପୃକ୍ତ ୟୁନିଭର୍ସିଟି ସ୍ଥିର କରିବେ

–୨୪ ଘଣ୍ଟାରେ ରାଜ୍ୟରେ ୩୮୦୬ ନୂଆ ସଂକ୍ରମିତ; ସଂଗରୋଧରୁ ୨୧୭୨ ଓ ସ୍ଥାନୀୟ ସଂକ୍ରମିତ ୧୬୩୪

–ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

–ଆସନ୍ତାକାଲି ସକାଳ ୮.୩୦ ପର୍ୟ୍ୟନ୍ତ ୧୦ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି।

–ଦେଶରେ ୩ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ

–ମେହୁଲ ଚୋକ୍ସିଙ୍କୁ ଜେଲ ପଠାଇଲେ ଡୋମିନିକା ଅଦାଲତ ; ଡୋମିନିକା-ଚାଇନା ଫ୍ରେଣ୍ଡସିପ ହସପିଟାଲରେ ରହିବେ

–ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରୁ ତଳକୁ ଖସିଲେ ଆଦାନି

–ୱିମ୍ବିଲଡନ୍‌ ଓ ଅଲିମ୍ପିକ୍‌ସରୁ ଓହରିଲେ ନାଦାଲ

–ଦୁଇଥର ଅଲିମ୍ପିକ୍‌ସ ଖେଳିବାକୁ ଯାଉଛନ୍ତି ଓଡ଼ିଆ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories