www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ଜୁଲାଇ ୩୧ ସୁଦ୍ଧା ସିବିଏସଇ ପରୀକ୍ଷା ଫଳ ଘୋଷଣା। ପରୀକ୍ଷାଫଳ ପ୍ରକାଶ ନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଲା ସିବିଏସ୍‌ଇ

–ଜୁଲାଇ ୨୦ ମଧ୍ୟରେ ଦଶମ ଓ ଜୁଲାଇ ୩୧ ସୁଦ୍ଧା ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ବାହାରିବ।

- Advertisement -

–ସିବିଏସ୍‌ଇ ପରୀକ୍ଷା ଇଚ୍ଛୁକଙ୍କ ପାଇଁ ହେବ ଅନ୍‌ଲାଇନ ପଞ୍ଜୀକରଣ। ଯେଉଁମାନେ ପରୀକ୍ଷା ଦେବାକୁ ଚାହିଁବେ, ପଞ୍ଜୀକରଣ କରିପାରିବେ।

–ଗତ ୬ବର୍ଷର ପ୍ରଦର୍ଶନ ଭିତ୍ତିରେ ନମ୍ବର ଦିଆଯିବ-ସିଆଇଏସ୍‌ସିଇ

–ଯୁକ୍ତ ଦୁଇ ମୂଲ୍ୟାୟନରେ ମାଟ୍ରିକ ବଳିଷ୍ଠ ମାପକାଠି ସୂଚନା

–ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା। ରାଜ୍ୟରେ ୧୩ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

–କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜ୍ୟରେ ଦିନକରେ ୨୩ଲକ୍ଷ ଟଙ୍କାର ଜରିମାନା ଆଦାୟ-ଓଡ଼ିଶା ପୁଲିସ

–ଆସନ୍ତାମାସଠାରୁ ଶିଶୁଙ୍କଠାରେ ପରୀକ୍ଷା ହେବ ନୋଭାଭାକ୍ସ। ଶିଶୁଙ୍କଠାରେ ଏହି ଟିକାର ଟ୍ରାଏଲ ଆରମ୍ଭ କରାଯିବ। ସେରମ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ କ୍ଲିନିକାଲ ଟ୍ରାଏଲ କରାଯିବ।

–ଆମ୍ବେଦକରନଗରରେ ଜାତୀୟ ରାଜପଥରେ ଗୁରୁବାର ସକାଳ ସମୟରେ ଏକ ଟ୍ରେଲର ସହ ପରିବହନ ନିଗମର ବସର ଧକ୍କା ହୋଇଛି। ବସରେ ଥିବା ପ୍ରାୟ ୧୦ ଜଣ ଯାତ୍ରୀ ଆହତ ହେବା ସହ ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଛି

–ନୂଆ ମହାକାଶ କେନ୍ଦ୍ରକୁ ଗଲେ ଚୀନର ପ୍ରଥମ ତିନି ମହାକାଶଚାରୀ

–ଭାରତ ଜନ୍ମିତ ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପୋରେସନର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ

–ଦେଶରେ ଦିନକରେ ଆଉ ୬୭ ହଜାର ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

–ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୦୦,୩୧୩କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୨,୩୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୮୧,୯୦୩

–୨୪ ଘଣ୍ଟାରେ ଆଉ ୧,୦୩,୫୭୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୮୪,୯୧,୬୭୦

–୮,୨୬,୭୪୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୩୪୭୧କୁ ବୃଦ୍ଧି

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୬୯ ଏବଂ ସ୍ଥାନୀୟ ସଂକ୍ରମିତ ୧୫୬୨

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୩୪୭୧କୁ ବୃଦ୍ଧି
ପୁରୀ ଜିଲା କୋଭିଡ ହସ୍ପିଟାଲର ନୋଡାଲ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ପଣ୍ଡାଙ୍କ କରୋନାରେ ଅକାଳ ବିୟୋଗ

–କାମାକ୍ଷାନଗରରେ ଗୁଳିକାଣ୍ଡ ଘଟଣା ; ଜଣେ ମୃତ

–ଲିବ୍ୟା ଉପକୂଳରୁ ୨୦୦୦ରୁ ଅଧିକ ବେଆଇନ ଦେଶାଟନକାରୀ ଉଦ୍ଧାର

–ମୁହଁ ଖୋଲିଲେ ମାଇକେଲ ଜ୍ୟାକସନଙ୍କ ଝିଅ ପ୍ୟାରିସ ଜ୍ୟାକସନ ; ପାପାରାଜିଙ୍କ ପାଇଁ ସେ ଦୀର୍ଘକାଳ ମାନସିକ ଅବସାଦ ଭୋଗିଛନ୍ତି

–ସୀମାରେ ଧରାପଡିଲେ ୫ ବାଂଲାଦେଶୀ; ଲୁଚିଛପି ଭାରତ ଆସୁଥିଲେ

–ପୁଟିନଙ୍କ କଥାକୁ ଭରସା କଲେ ବାଇଡେନ ; ରୁଷିଆ ଆଉ ନୂଆ ଶୀତଳ ଯୁଦ୍ଧ ଚାହୁଁନଥିବା କହିଲେ

–ରାଜ୍ୟରେ ନୂଆ ଯାନବାହନ ପଞ୍ଜିକରଣକୁ ମିଳିଲା ଅନୁମତି

–ହକି ଓଡ଼ିଶା ପରିଚାଳନା ଲାଗି ୫ ଜଣିଆ ଆଡ୍‌ ହକ୍‌ କମିଟି, ଓଡ଼ିଶାରୁ ୪ ପ୍ରତିିନିଧି

–ପୁଟିନଙ୍କ କଥାକୁ ଭରସା କଲେ ବାଇଡେନ ; ରୁଷିଆ ଆଉ ନୂଆ ଶୀତଳ ଯୁଦ୍ଧ ଚାହୁଁନଥିବା କହିଲେ

–ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ୪ର୍ଥରେ ବିରାଟ, ୨ୟରେ ଅଶ୍ବିନ ଓ ଜାଡେଜା

–ଟଙ୍କା ପାଇଁ ରୋଗୀକୁ ହତ୍ୟା କଲେ ଡାକ୍ତରଖାନା କର୍ମଚାରୀ

–ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏସିବିଏସପିର ଦକ୍ଷିଣ ପୂର୍ବ ଏସିଆ ଅଧ୍ୟକ୍ଷ ନିଯୁକ୍ତ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories