www.samajalive.in
Monday, December 8, 2025
14.1 C
Bhubaneswar

ନୀଳାଚଳ ଇସ୍ପାତ ନିଗମର ପୁନଃରୁଦ୍ଧାର ପାଇଁ ପୂର୍ବତନ ମନ୍ତ୍ରୀ ଘଡାଇଙ୍କ ଦାବୀ

 ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳ ଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ୨୦୨୦ ମସିହା ମାର୍ଚ୍ଚ ମାସ ଠାରୁ ବନ୍ଦ ହୋଇ ପଡିଛି। ଅଦ୍ୟାବଧି ୧୪ ମାସ ହେବ ଏହାର କର୍ମଚାରୀ ଏବଂ ଶ୍ରମିକ ମାନେ ଦରମା ନପାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଏହି କାରଖାନାର ପୁନଃ ରୁଦ୍ଧାର ପାଇଁ ୨୦୨୦ ମସହିହା ଅଗଷ୍ଟ ମାସ ୧୩ ତାରିଖ ଦିନ ଆହୁତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଇସ୍ପାତ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ, କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଏବଂ ରେଳବାଇ ବିଭାଗ ମନ୍ତ୍ରୀ, ବେସାମରିକ ବିମାନ ଚଳାଚଳ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଓଡିଶାର ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗଦେଇଥିବା ବେଳେ ଏହି ବୈଠକରେ ଏମଏମଟିସିକୁ ନୀଳାଚଳ ଇସ୍ପାତ ନିଗମରେ ଗଛିତ ଥିବା ପ୍ରାୟ ୨୩୦ କୋଟି ଟଙ୍କାର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିକରି କର୍ମଚାରୀ ଓ ଶ୍ରମିକ ମାନଙ୍କର ବକେୟା ଏବଂ ଦରମା ଦେବା ସହିତ ଆଗାମୀ ୩ରୁ ୪ ମାସ ମଧ୍ୟରେ ପୁଂଜି ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ଡିପାର୍ଟମେଂଟ ଅଫ ଇନଭେଷ୍ଟମେଂଟ ଆଣ୍ଡ ପବ୍ଲିକ ଆସେସ ମ୍ୟାନେଜମେଂଟ ସଚିବଙ୍କୁ ନିର୍ଦେଶ ଦିଆଯାଇ ଥିଲା । ମାତ୍ର ଅଦ୍ୟାବଧି ଏହାର କୌଣସି ଅଗ୍ରଗତି ହୋଇ ନାହିଁ ।
 ଏ ପରିପ୍ରେକ୍ଷିରେ ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗନଗର ମଜଦୁର ୟୁନିୟନର ମୁଖ୍ୟଉପଦେଷ୍ଟା ଡଃ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ଯେ କଳିଙ୍ଗ ନଗରରେ ଅନ୍ୟାନ୍ୟ ଘରୋଇ ଶିଳ୍ପ ସଂସ୍ଥାମାନେ ନିଜର ଇସ୍ପାତ କାରଖାନାକୁ ଚଳାଇ ରଖିବା ସହିତ ସଂପ୍ରସାରଣ କରିବା ପାଇଁ ଯୋଜନା କରୁଥିବା ବେଳେ, କେନ୍ଦ୍ର ସରକାର ଯେତେବେଳେ ଦେଶରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ କରିବା ପାଇଁ ନିଷ୍ପତି ନେଇଛନ୍ତି , ସେହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିବା ଏକ ସରକାରୀ ଉଦ୍ୟୋଗ ବନ୍ଦ ରହିବା ଉଚିତ ନୁହେଁ। ବର୍ତମାନ ନୀଳାଚଳ ଇସ୍ପାତ ନିଗମ ୧.୧ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରିବାର କ୍ଷମତା ରଖିଥିବା ବେଳେ ଏହାକୁ ୧୦ ମିଲିୟନ ଟନ ବିଶିଷ୍ଟ କାରଖାନାରେ ପରିଣତ କରିବା ପାଇଁ ଏଠାରେ ଆବଶ୍ୟକ ଭିତିଭୂମି, ଜମି ଏବଂ ନିଜସ୍ୱ ଖଣି ରହିଛି। କେନ୍ଦ୍ର ସରକାର ନୀଳାଚଳ ଇସ୍ପାତ ନିଗମରୁ ପୁଂଜି ପ୍ରତ୍ୟାହାର ପାଇଁ ନିଷ୍ପତି ନେବା ପରେ ଏହାର ଆର୍ଥିକ କ୍ଷତିର ପରିମାଣ ବଢି ଯାଇଛି ଏବଂ ବର୍ତମାନ ଏହା ବିକ୍ରିହେଲେ ଏହାର ମୁଲ୍ୟ ହ୍ରାସ ଘଟିବ। ଅପରପକ୍ଷରେ କଳିଙ୍ଗନଗର ମଜଦୁର ୟୁନିୟନ କାରଖାନାକୁ ଚାଲୁ କରିବା ସହିତ ବକେୟା ଦରମା ଦେବାପାଇଁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ସହିତ ସୁକିନ୍ଦା ବିଧାୟକ କର୍ତୃପକ୍ଷଙ୍କ ସହିତ ଆଲୋଚନା ଚାଲୁ ରଖିଥିଲେ ମଧ୍ୟ କେନ୍ଦ୍ରସରକାରଙ୍କ ବାଣିଜ୍ୟ ଏବଂ ଇସ୍ପାତ ବିଭାଗର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ନୀଳାଚଳ ଇସ୍ପାତ ନିଗମରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଏମଏମଟିସି ପ୍ରମୁଖ ନିବେଶକ ଏବଂ ଏହା ସାମଗ୍ରୀ କ୍ରୟ ଓ ବିକ୍ରୟରୁ ୩ ପ୍ରତିଶତ ଲାଭାଂଶ ଉଠାଇ ନିଜ ଅଂଶଧନକୁ ପାଇବାରେ ସକ୍ଷମ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଓଏମସି ଏବଂ ଅନ୍ୟାନ୍ୟ ନିବେଶକ ମାନଙ୍କୁ କ୍ଷତି ପହଂଚାଇଛି । କେନ୍ଦ୍ର ସରକାର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କୁ ସବୁବେଳେ ପ୍ରୋତ୍ସାହନ ଦେଉଥିବା ବେଳେ ଏକ ସରକାରୀ ଉଦ୍ୟୋଗ ପ୍ରତି ଉଦାସୀନ ରହିବା ଦୁର୍ଭାଗ୍ୟ ଜନକ। କର୍ମଚାରୀ ଏବଂ ଶ୍ରମିକ ମାନେ ନିଜର ନିଯୁକ୍ତି ବଂଚାଇବା ପାଇଁ ଆଉ କେତେଦିନ ଭୋକ ଉପାସରେ ଅପେକ୍ଷା କରିବେ। ସେମାନଙ୍କର ଧୈର୍ଯ୍ୟ ରକ୍ଷା କରିବାର ସମସ୍ତ ସିମା ସରହଦ ଟପିଗଲାଣି ।
ତେଣୁ ଏଭଳି ଏକ ଘଡିସନ୍ଧି ମୁହୁର୍ତରେ କେନ୍ଦ୍ର ସରକାର ଆଉ କାଳବିଳମ୍ବ ନକରି ଖୁବଶିଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ନୀଳାଚଳ ଇସ୍ପାତ ନିଗମ କାର୍ଯ୍ୟକ୍ଷମ ହେବା ଉପରେ ଏକ ସକରାତ୍ମକ ନିଷ୍ପତି ନେବା ଉଚିତ । ଏଥିସହିତ ସେଲ, ଆରଆଇଏନଏଲ କିମ୍ବା ଏନଏମଡିସି ଭଳି କୌଣସି କେନ୍ଦ୍ରୀୟ ସରକାରୀ ଉଦ୍ୟୋଗକୁ ଏହାର ପରିଚାଳନା ଦାୟିତ୍ୱ ଦିଅନ୍ତୁ କିମ୍ବା କେନ୍ଦ୍ର ଏବଂ ରାଜ୍ୟ ସରକାର ପୂର୍ବଭଳି ଏହାକୁ ଚାଲୁକରି ହଜାର ହଜାର କର୍ମଚାରୀ ଏବଂ ଶ୍ରମିକଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ  ଡଃ. ଘଡାଇ ପ୍ରେସ ବିବୃତି ମାଧ୍ୟମରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି  ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories