www.samajalive.in
Tuesday, December 9, 2025
16.1 C
Bhubaneswar

୨୦୨୨ରେ ଅନ୍ଧାରୁଆରେ ପ୍ରତିଷ୍ଠା ହେବ ପ୍ରତୀକାତ୍ମକ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ନିର୍ମାଣ କାମ ସମ୍ବନ୍ଧରେ ସମୀକ୍ଷା କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଭାସି ସମ୍ମିଳନୀ (ଭର୍ଚୁଆଲ)ରେ ଆଲୋଚନା କରାଯାଇଥିଲା।

ଭୁବନେଶ୍ୱର ଅନ୍ଧାରୁଆଠାରେ ଏକ ପ୍ରତୀକାତ୍ମକ(ଆଇକନିକ୍) ଆଦର୍ଶ ବିଦ୍ୟାଲୟ ପ୍ରତିଷ୍ଠା କରାଯିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ପ୍ରକଳ୍ପ ଥିଲା। ଏହି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ୨୦୨୨ ଜୁଲାଇ ସୁଦ୍ଧା ଶେଷ ହେବ। ଏନେଇ ଓବିସିସି ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏହି ବିଦ୍ୟାଳୟରେ କେବଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ପଢିବାର ସୁଯୋଗ ମିଳିବ। ୩୦ ଜିଲାରେ ଦଶମ ପରୀକ୍ଷାରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ମେଧା ବିଦ୍ୟାର୍ଥୀଙ୍କୁ ଏହି ବିଦ୍ୟାଳୟରେ ପଢିବାର ସୁଯୋଗ ମିଳିବ। ସେମାନଙ୍କୁ ଡାକ୍ତରୀ, ଇଞ୍ଜିନିୟରିଂ ଭଳି ସର୍ବଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାମୂଳକ ପାଠ୍ୟକ୍ରମ ପାଇଁ ତାଲିମ୍‌ ଦିଆଯିବ। ଛାତ୍ରଛାତ୍ରୀଙ୍କର ପରୀକ୍ଷା ପାଇଁ ପ୍ରସ୍ତୁତିଠାରୁ ଖାଇବା ଓ ରହିବା ଭଳି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ବିଦ୍ୟାଳୟର ଅଟ୍ଟାଳିକା ନିର୍ମାଣ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାର ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ କରିବେ। ଏକାଦଶରେ ୫ଶହ ଓ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମରେ ହଜାର ଛାତ୍ରଛାତ୍ରୀ ପାଠ ପଢିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories