www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟରେ ଟିକାକରଣ ୮୭ ଲକ୍ଷ ମୁହାଁ

ଭୁବନେଶ୍ୱର: ୧୮ରୁ ୪୪ବର୍ଷ ଯୁବବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଂଗ୍ରହ କରାଯାଇଥିବା ଟିକା ମଧ୍ୟରୁ ଇତିମଧ୍ୟରେ ପ୍ରାୟ ୧୦ ଲକ୍ଷ ଯୁବକ/ଯୁବତୀ ଟିକା ନେଇ ସାରିଲେଣି। ଏଥିରେ ୯ଲକ୍ଷ ୮୩ହଜାର ୫୫୩ଜଣ ପ୍ରଥମ ପାନ ଟିକା ନେଇଥିବାବେଳେ ୪୪ହଜାର ୨୪୪ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୧ଲକ୍ଷ ୭୬ହଜାର ଯୁବକ ପ୍ରଥମ ପାନ ଏବଂ ୪୪ହଜାର ୨୩୯ ଜଣ ଦ୍ୱିତୀୟପାନ ଟିକା ନେଇଛନ୍ତି। ସେହିପରି ସୁନ୍ଦରଗଡ଼ରେ ୧ଲକ୍ଷ ୫୨ହଜାର ୧୧୭ଜଣ ପ୍ରଥମ ପାନ ଟିକା ନେଇଥିବାବେଳେ ସମ୍ବଲପୁରରେ ୧ଲକ୍ଷ ୮୬୧, ଗଞ୍ଜାମରେ ୧ଲକ୍ଷ ୨୩ହଜାର ୪୨୯ ଏବଂ କଟକରେ ୧ଲକ୍ଷ ୫୨ହଜାର ୭୯୨ଜଣ ଟିକା ନେଇଛନ୍ତି।

ରାଜ୍ୟ ସରକାରଙ୍କ ହାତରେ ଏବେ ନିଜସ୍ୱ ସଂଗ୍ରହର ୨ଲକ୍ଷ ୪୮ ହଜାର ୮୪୦ ପାନ ‘କୋଭାକ୍ସିନ’ ଟିକା ରହିଥିବାବେଳେ ୪୪ହଜାର ୫୮୦ ପାନ ‘କୋଭିସିଲ୍ଡ’ ଟିକା ରହିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁଯାୟୀ ଆସନ୍ତା ୨୧ ତାରିଖରୁ ଯୁବବର୍ଗଙ୍କ ଲାଗି କେନ୍ଦ୍ର ସରକାରଙ୍କ ଟିକା ଯୋଗାଇ ଦିଆଯିବାକୁ ରହିଛି। ଏହି ପରିପ୍ରେକ୍ଷୀରେ
ରାଜ୍ୟରେ ଟିକାକରଣ ସଂଖ୍ୟା ୮୬ଲକ୍ଷ ୯୮ହଜାର ୧୦୫ରେ ପହଞ୍ଚିଛି। ଏଥିରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୫୪ଲକ୍ଷ ୫୬ହଜାର ୪୭୭ଜଣ ହିତାଧିକାରୀଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୧୧ଲକ୍ଷ ୨୮ହଜାର ୫୪୩ଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ଏହାବାଦ୍‍ ୩ଲକ୍ଷ ୩୧ହଜାର ୪୯୧ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ପାନ ଟିକା ନେଇଥିବାବେଳେ ୨ଲକ୍ଷ ୭୯ହଜାର ୭୫୫ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ସେହିପରି ୨ଲକ୍ଷ ୯୭ହଜାର ୯୪୫ଜଣ କରୋନା ଯୋଦ୍ଧା ପ୍ରଥମ ପାନ ଟିକା ନେଇଥିବା ବେଳେ ୧ଲକ୍ଷ ୭୬ହଜାର ୯୭ଜଣ ଦ୍ୱିତୀୟପାନ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories