www.samajalive.in
Sunday, December 7, 2025
16.1 C
Bhubaneswar

ଚୋରା କିରୋସିନି ବିକ୍ରୀକୁ ନେଇ ଅଭିଯୋଗକାରୀଙ୍କୁ ଗଳା ଧକ୍କା ମାରିଲେ ଯୋଗାଣ ନିରୀକ୍ଷକ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତରେ ଗତ ମାସ ୧୧/୦୫ ରାତିରେ ଖ୍ରୀଷ୍ଟିଆନ ସାହିର ତ୍ରିନାଥ ବେହେରା (ଡିଲର) ଚୋରା କିରୋସିନି ଚାଲାଣ କରୁଥିବା ବେଳେ ଗ୍ରାମବାସୀ ଧରି ଯୋଗାଣ ନିରୀକ୍ଷକଙ୍କୁ ଖବର ଦେଇଥିଲେ। ୧୨/୦୫ ରେ ଅଧିକାରୀ ଗ୍ରାମରେ ତଦନ୍ତ କରିଥିଲେ। ଏହା ମଧ୍ୟରେ ଏକ ମାସ ହୋଇ ଯାଇଥିଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଶୂନ। ଏହି ଖବର ପ୍ରସାରଣ ପରେ ଜିଲ୍ଲା ଯୋଗାଣ ଅଧିକାରୀ ଆନନ୍ଦ ସେଠୀଙ୍କ ନିର୍ଦେଶ କ୍ରମେ ବ୍ଲକ ଯୋଗାଣ ନିରୀକ୍ଷକ ସଞ୍ଜୟ ମଳିକ ଘଟଣାର ତଦନ୍ତ ପାଇଁ ଗୋଟିଏ ମାସ ବିତାଇ ଚୁପ ରହିଥିଲେ। ପୁଣି ଖବର ପ୍ରସାରଣ ପରେ ବୁଧବାର ୯ ତାରିଖ ସମୟ ପ୍ରାୟ ୪ ସମୟରେ ଯୋଗାଣ ନିରୀକ୍ଷକ ପିଣ୍ଡିକି ପଂଚାୟତକୁ ତଦନ୍ତ ପାଇଁ ଗସ୍ତ କରିଥିଲେ। ସେଠାରେ ପୂର୍ବରୁ ଅଭିଯୋଗ କରିଥିବା ପିଣ୍ଡିକି ଗ୍ରାମର ଧରଣୀଧର ବିଷୋୟୀ (ମିଟୁ ) ଉପସ୍ଥିତ ଥିଲେ। ଯୋଗାଣ ନିରୀକ୍ଷକଙ୍କୁ ପ୍ରଶ୍ନ କରିଥିଲେ ଗୋଟିଏ ମାସ ବିତିଗଲାଣି ଚୋରା କିରୋସିନିରେ ସମ୍ପୃକ୍ତ ଥିବା ତ୍ରିନାଥ ବେହେରାଙ୍କ ଉପରେ କଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ଉକ୍ତ କଥାର ଉତ୍ତର ନ ରଖି ଧରଣୀଧରଙ୍କୁ ଅଧିକାରୀ ଗଳା ଧକ୍କା ଦେଇ ଦୁର୍ବ୍ୟବହାର କରି ପଦାକୁ ଠେଲି ଦେଇଥିଲେ। ଯାହାଫଳରେ ଧରଣୀଧରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେଠାରୁ ସେ ଆସି ମୋହନା ମେଡିକାଲରେ ଚିକିତ୍ସା ହୋଇ ଫେରିଛନ୍ତି। ଏ ସଂପର୍କରେ ଯୋଗାଣ ନିରୀକ୍ଷକ ଶ୍ରୀ ମଳିକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇ ନଥିଲା। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories