www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରତି ଦିନ ଗୋଟେ ପେସ୍ତା ଖାଇବା ଦ୍ୱାରା ଏହା ତ୍ୱଚାକୁ ଚିକ୍କଣ ରଖିଥାଏ

ସୁନ୍ଦର ତ୍ୱଚା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ବିଭିନ୍ନ ପ୍ରକାର କ୍ରିମ୍‍ ଲଗାଇବା ଠାରୁ ଆରମ୍ଭ କରି ଔଷଧ ଖାଇଥାନ୍ତି । ଜଣେ ନିଜ ଜୀବନ ଚର୍ୟ୍ୟାରେ କିଛି ଖାଦ୍ୟକୁ ଗୁରୁତ୍ୱ ଦେଇ ସୁନ୍ଦର ଓ ଉଜ୍ଜଳ ତ୍ୱଚା ପାଇପାରିବ । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ଓ ପାନୀୟ ସମ୍ପର୍କରେ ।
ଲେମ୍ବୁ ସରବତ – ଏଥିରେ ଭିଟାମିନ.ସି ଥିବାରୁ ଏହା ମୁହଁରେ ଥିବା କଳା ଦାଗକୁ ଦୂର କରିଥାଏ।
ମାଛ – ମାଛରେ ଥିବା ପ୍ରୋଟିନ ହେତୁ ଏହା ମୁହଁ ଥିବା ଚର୍ମର କୁଞ୍ଚତ ତାକୁ ଦୂର କରିଥାଏ।
ଫଳ ମଧ୍ୟରେ କମଳା, ଲିଚୁ ଆମ୍ବକୁ ଖାଇବା ଦ୍ୱାରା ଏହା ତ୍ୱଚାକୁ ଉଜ୍ଜଳ ରଖିଥାଏ।
ପେସ୍ତା ବାଦାମ – ପ୍ରତି ଦିନ ଗୋଟେ ପେସ୍ତା ଖାଇବା ଦ୍ୱାରା ଏହା ତ୍ୱଚାକୁ ଚିକ୍କଣ ରଖିଥାଏ।
ଟମାଟୋ – ଏହା ତ୍ୱଚା ପାଇଁ ଖୁବ୍‍ ଲାଭପ୍ରଦ ଅଟେ। ଏହାକୁ ଲଗାଇବା ଦ୍ୱାରା ସୂର୍ୟ୍ୟ କିରଣ ହେତୁ ଚର୍ମ ଉପରେ ପଡ଼ୁଥିବା ପ୍ରଭାବ ଅଧିକ ପରିମାଣରେ ଦୂର ହୋଇଥାଏ।
କ୍ଷୀର – କ୍ଷୀରରେ ଭିଟାମିନ ଏ ଓ ଡ଼ି ହେତୁ ଏହା ଶରୀରକୁ ଅଧିକ କ୍ୟାଲ୍‍ସିୟମ ଦେଇଥିବା ସହ ତ୍ୱଚାକୁ ମଧ୍ୟ ବିଭିନ୍ନ ଚର୍ମ ଜନିତ ରୋଗରୁ ରକ୍ଷା କରିଥାଏ।
କାକୁଡ଼ି,ଗାଜର – ଏହାକୁ ନିୟମିତ ଖାଇବା ଦ୍ୱାରା ଏହା ଶରୀରର ଚମକ ସର୍ବଦା ରଖିଥାଏ।
ଏତଦ୍‍ ବ୍ୟତୀତ ଅମୃତଭଣ୍ଡା, ବିଟ୍‍, ମଟର ଛୁଇଁ ଆଦିକୁ ଖାଇବା ଦ୍ୱାରା ଏହା ଶରୀର ପାଇଁ ଖୁବ୍‍ ଉପକାରିତା ଦେବା ସହ ତ୍ୱଚାକୁ ପ୍ରାକୃତିକ ଉଜ୍ଜଳତା ବଜାଇ ରଖେ।
ଏହି ସମସ୍ତ ଖାଦ୍ୟ ଶରୀର ପାଇଁ ସର୍ବଦା ଉପଯୋଗୀ ଅଟେ। ଏହାକୁ ନିୟମିତ ଖାଇଲେ ର୍ହି ଜଣେ ଜାଣିପାରିବ ଯେ ଏହା ବାସ୍ତବିକ ତ୍ୱଚାକୁ ଖୁବ୍‍ ଉପକାର ପ୍ରଦାନ କରିବା ସହ ଉଜ୍ଜ୍‍ଳ ଓ ସୁନ୍ଦର ରଖିଥାଏ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories