www.samajalive.in
Saturday, December 6, 2025
26.1 C
Bhubaneswar

ଜାମ୍ମୁ କାଶ୍ମୀରରେ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ଯବାନ ମୁତୟନକୁ ନେଇ ବଢୁଛି ଆଶଙ୍କା

ଜାମ୍ମୁ: ଜାମ୍ମୁ କାଶ୍ମୀରରେ କିଛିଦିନ ହେଲା ଯଥେଷ୍ଟ ଅଧିକ ସଂଖ୍ୟାରେ ଅର୍ଦ୍ଧସାମରିକ ବାହିନୀ ଯବାନ ମୁତୟନକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ନାନା ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ କେନ୍ଦ୍ର ସରକାର ଆଉ କିଛି ନୂଆ ପରିବର୍ତ୍ତନ କରିପାରନ୍ତି ବୋଲି କେହି କେହି ଆଶଙ୍କା କରୁଥିବାବେଳେ ସୋମବାର ଦିନ ଜାମ୍ମୁ କାଶ୍ମୀରର ଅନେକ ରାଜନୈତିକ ନେତା ଏ ସର୍ମ୍ପକରେ କେନ୍ଦ୍ର ନିକଟରୁ ସ୍ପଷ୍ଟିକରଣ ଲୋଡିଛନ୍ତି। ତେବେ ସରକାରୀ ସୂତ୍ରରୁ କୁହାଯାଇଛି ଯେ ଜାମ୍ମୁ କାଶ୍ମୀରର ବିଭିନ୍ନ ଭାଗରେ ଗତ ସପ୍ତାହକ ମଧ୍ୟରେ ୭୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ପୁନଃ ମୁତୟନ କରାଯାଇଛି। କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ ତାରିଖରେ ଜାମ୍ମୁ କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ସାମ୍ବିଧାନିକ ଅଧିକାର ପ୍ରତ୍ୟାହାର କରିନେବା ପରବର୍ତ୍ତୀ ସମୟରେ ସଂପ୍ରତି ପ୍ରଥମ ଥର ପାଇଁ ଏତେସଂଖ୍ୟାରେ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯାଉଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ମୁଖ୍ୟତଃ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆରପିଏଫ) ଯବାନମାନେ ରହିଛନ୍ତି। ପରିଚୟ ଗୋପନ ରଖିବା ସର୍ତ୍ତରେ ସ୍ଥାନୀୟ କିଛି ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ଯବାନମାନଙ୍କୁ ଗତ ଏକବର୍ଷ ହେଲା ଦେଶର ଅନ୍ୟାନ୍ୟ ଭାଗକୁ ନିର୍ବାଚନ ଓ ଅନ୍ୟାନ୍ୟ ଦାୟିତ୍ୱ ନିର୍ବାହ ପାଇଁ ପଠାଯାଇଥିଲା। ୨୦୨୦ରେ ପ୍ରାୟ ୩୦୦ କମ୍ପାନୀ ଯବାନ ଅନ୍ୟତ୍ର ଯାଇଥିବାବେଳେ ସେମାନେ ପୁନଶ୍ଚ ଫେରିବା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରର ବହୁ ଅଗ୍ରଭାଗ ନେତା ଆଶଙ୍କା କରିଛନ୍ତି ଯେ ସେମାନଙ୍କୁ ୨୦୧୯ ଅଗଷ୍ଟରେ ଯେଉଁଭଳି ଭାବରେ ଗିରଫ କରାଯାଇଥିଲା, ତାହାର ପୁନରାବୃତ୍ତି ଘଟିପାରେ। ଉପତ୍ୟକାରେ ଆଉ ମଧ୍ୟ ଗୁଜବ ଶୁଣିବାକୁ ମିଳୁଛି ଯେ ଜାମ୍ମକୁ କାଶ୍ମୀରରୁ ପୃଥକ କରାଯାଇ ରାଜ୍ୟପାହ୍ୟା ପ୍ରଦାନ କରାଯିବା ଏବଂ କାଶ୍ମୀରକୁ ଆଉ ଛୋଟ ଛୋଟ ଭାଗକରି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇପାରେ। ଆଉ କିଛି କହୁଛନ୍ତି ଯେ କାଶ୍ମୀରୀ ପଣ୍ଡିତମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଞ୍ଚଳ ଗଠନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଅବଶ୍ୟ ସ୍ଥାନୀୟ ପ୍ରଶାସନ ଏଭଳି ଗୁଜବକୁ ଖଣ୍ଡନ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories