www.samajalive.in
Sunday, December 14, 2025
14.1 C
Bhubaneswar

ଅପାଠୁଆ ଜନଜାତିଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ

ଗୁରୁଡିଝାଟିଆ: ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଅପାଠୁଆ ଜନଜାତିଙ୍କ ଟିକାକରଣ ପାଇଁ ଆଠଗଡରେ ପ୍ରଥମଥର ପାଇଁ ହୋଇଛି ପଞ୍ଜୀକରଣ ବ୍ୟବସ୍ଥା। ପ୍ରତ୍ୟେକ ୧୮ ରୁ ୪୪ ବର୍ଷର ଜନଜାତି ଯେପରି ଟିକା ନେଇପାରିବେ ସେଥିପାଇଁମନ୍ତ୍ରୀ ଶ୍ରୀ ସ୍ୱାଇଁ ଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତାଦଳର ସଦସ୍ୟମାନେ ଘରଘର ବୁଲି ପଞ୍ଜୀକରଣ କରିଛନ୍ତି। ଆଠଗଡ ନିର୍ବାଚନ ମଣ୍ଡଳୀର ଜନଜାତି ଅଧ୍ୟୁଷିତ ଭଗୁଆ, ମହୁରିଆ, ଓର୍ଦା, ମୁସୁଳିଆ, ଡେରା, ଆମ୍ବିଳଝର, ଖାକ୍ସା, ଦଣ୍ଡାପଡିଆ, ତାଳପଡିଆ, ଖିରିଖିଆ, କଅଁସର, ସଡକସାହି, ରାଧିକାପାଟିକା ସାହି, ଡବାଗାଡିଆ ଓ ଯୋରସାହି ଆଦି ଗାଁ ମାନଙ୍କରେ ପଞ୍ଜୀକରଣ ଆରମ୍ଭ ହୋଇଛି। ପୁଣି ଜୋନ ୩ ଅନ୍ତର୍ଗତ ମଞ୍ଚେଶ୍ୱର ଓ ଘଣ୍ଟିଖାଲ ପଞ୍ଚାୟତ ପାଇଁ ପଞ୍ଚୀକରଣ ଆରମ୍ଭ ହୋଇଛି। ବିଜୁ ଛାତ୍ର ଜନତାଦଳର ସଦସ୍ୟମାନେ ଜନଜାତିଙ୍କ ଘରେ ପହଞ୍ଚି ଟିକାକରଣ ପାଇଁ ପଞ୍ଜୀକରଣ କରିବା ସହିତ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି। ଛାତ୍ର ଜନତାଦଳ ସଦସ୍ୟଙ୍କ ମନୋବଳ ବୃଦ୍ଧି ସହିତ ପଞ୍ଜୀକରଣ କୁ ସଠିକ୍ ଢଙ୍ଗରେ ଗଢିତୋଳିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜେ ମଧ୍ୟ ଏକାଧିକ ଜନଜାତି ଅଧ୍ୟୁଷିତ ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଜନଜାତି ଜନସାଧାରଣଙ୍କୁ ଟିକାକରଣରେ ସହଯୋଗ ସହିତ ପଞ୍ଜୀକରଣ କରିବା କ୍ଷେତ୍ରରେ ଆଠଗଡ ରାଜ୍ୟରେ ପ୍ରଥମ ଅଟେ।

 

- Advertisement -


ପ୍ରକାଶଯୋଗ୍ୟ ସରକାର କରୋନା ମୁକାବିଲା କ୍ଷେତ୍ରରେ ଟିକା ପ୍ରଦାନକୁ ଅଧିକ ଗୁରୁତ୍ୱ ଦେବା ସହିତ ପ୍ରତ୍ୟେକବର୍ଗର ଲୋକମାନଙ୍କୁ ଟୀକାକରଣ କରିବା ପାଇଇ ଯତ୍ନଶୀଳ ହେଉଛନ୍ତି। ଏହିୁ କାର୍ଯ୍ୟକୁ ଅଧିକ ଅଗ୍ରସର କରିବା ପାଇଁ ଆଠଗଡ ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଥମେ ଅଣ୍ଟାଭିଡି ବାହାରିଛନ୍ତି। ବିଶେଷତଃ ୧୮ ରୁ ୪୪ ବର୍ଷଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ଅଟେ। ଅପାଠୁଆ ଜନଜାତିଙ୍କ ପାଖରେ ସ୍ମାର୍ଟ ଫୋନ ନଥିବା ବେଳେ ପଞ୍ଜୀକରଣ ମଧ୍ୟ ଜାଣିନାହାନ୍ତି। ତେଣୁ ଜନଜାତିଙ୍କ ମଧ୍ୟରେ ଟିକାକରଣ ଭାବନାକୁ ବୃଦ୍ଧି କରିବା ସହ ପଞ୍ଜୀକରଣ କରିବା ନିମନ୍ତେ ବିଜୁ ଛାତ୍ର ଜନତାଦଳର ସଦସ୍ୟମାନେ ଲାଗିପଡିଛନ୍ତି। ଜନଜାତିମାନଙ୍କ ଟିକାକରଣ ପାଇଁ ପଞ୍ଜିକରଣ ସଂପର୍କରେ ଶ୍ରୀ ସ୍ୱାଇଁ କହିଥିଲେ ଯେ ଅଭାବୀ, ଖଟିଖିଆ ଜନଜାତି ଜନସାଧାରଣ (୧୮ ରୁ ୪୪) ପାଖରେ ନାମ ପଞ୍ଜୀକରଣ ଜ୍ଞାନ ଅଥବା ସୁବିଧା ନାହିଁ। ଏଭଳି କ୍ଷେତ୍ରରେ ଟିକାକରଣ ସମସ୍ତଙ୍କୁ ପ୍ରଦାନ ସମ୍ଭବ ହେବନି। ଶହଶହ ସଂଖ୍ୟାରେ ଜନଜାତି ଟିକାକରଣରୁ ବଞ୍ଚିତ ହେବା ସହିତ କରୋନା ମହାମାରୀ ରେ ଆକ୍ରାନ୍ତ ହେବେ। ଆଠଗଡରେ ବହୁ ପଞ୍ଚାୟତ ଅଛି। ଗୁରୁଡିଝାଟିଆର ନବେଢା ଅଞ୍ଚଳ, ଖୁଣ୍ଟୁଣୀ ଅଞ୍ଚଳ ଓ ଟାଙ୍ଗୀର ବହୁ ଉପାନ୍ତ ଗାଁ ଜନଜାତି ଅଧ୍ୟୁଷିତ।ସେମାନଙ୍କ ନାମ ପଞ୍ଚିକରଣରେ ସହଯୋଗ କରାଗଲେ ଟୀକାକରଣ ସଫଳ ହେବ। ଯାହା ବିଜୁ ଛାତ୍ର ଜନତାଦଳ କରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories