www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱର୍ଣ୍ଣ ମନ୍ଦିରରେ ଉଡିଲା ଖଲିସ୍ତାନି ପତାକା, ଲାଗିଲା ଭିନ୍ଦ୍ରନୱାଲେଙ୍କ ପୋଷ୍ଟର

ଅମୃତସର: ସ୍ୱର୍ଣ୍ଣ ମନ୍ଦିରକୁ ନିଜର ଆଡ୍ଡା ବନାଇଥିବା ଆତଙ୍କବାଦୀଙ୍କୁ ସେଠାରୁ ବାହାର କରିବା ଏବଂ ଖଲିସ୍ତାନ ଆନ୍ଦୋଳନକୁ ଦମନ କରିବା ପାଇଁ ୧୯୮୪ ଜୁନ୍‍ ୧୦ ତାରିଖରେ ହୋଇଥିଲା ଅପରେସନ ବ୍ଲୁ ଷ୍ଟାର। ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦେଶର ସୈନ୍ୟବାହିନୀ ସ୍ୱର୍ଣ୍ଣ ମନ୍ଦିର ମଧ୍ୟକୁ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିବା ସହିତ ସେମାନଙ୍କ କବଳରୁ ଏହି ପବିତ୍ର ଧର୍ମପୀଠକୁ ମୁକ୍ତ କରିଥିଲେ। ଶେଷରେ ଇନ୍ଦିରା ଗାନ୍ଧୀଙ୍କୁ ଏହାର ପ୍ରତିଶୋଧ ନେବାକୁ ଯାଇ ତାଙ୍କର ଶିଖ୍‍ ଅଙ୍ଗରକ୍ଷୀଙ୍କ ଗୁଳିରେ ପ୍ରାଣବଳି ଦେବାକୁ ପଡିଥିଲା। ସେହି ଅଭିଯାନକୁ ୩୭ ବର୍ଷ ପୂରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ସମୁଦାୟ ରାଜ୍ୟ ଏବଂ ବିଶେଷକରି ଅମୃତସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ ମଧ୍ୟ ଗତକାଲି ସାମରିକ ଅଭିଯାନର ବର୍ଷ ପୂରଣ ଅବସରରେ ସ୍ୱର୍ଣ୍ଣ ମନ୍ଦିରରେ ଖଲିସ୍ତାନୀ ପତାକା ଉଡୁଥିବା ଏବଂ ଜର୍ଣ୍ଣେଲ ସିଂ ଭିନ୍ଦ୍ରନୱାଲେଙ୍କ ଫଟୋ ଥିବା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା। ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ବା ଶ୍ରୀ ହରମନ୍ଦିର ସାହିବ ପରିସରରେ ଏକ ଉତ୍ସବ ଆୟୋଜନ ଅବସରରେ ଏହା ଲକ୍ଷ୍ୟ କରାଯାଇଥିଲା। ପୂର୍ବରୁ ମଧ୍ୟ ଏହି ଘଟଣାର ବର୍ଷ ପୂରଣ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖଲିସ୍ତାନୀ ସ୍ଲୋଗାନ ଦିଆଯିବା ଏବଂ ଖଲିସ୍ତାନୀ ପତାକା ଉଡାଯିବା ଭଳି ଘଟଣା ଘଟିଛି। ଅପରେସନ ବ୍ଲୁ ଷ୍ଟାରକୁ ୩୭ ବର୍ଷ ପୂରଣ ହେବା ଅବସରରେ ଶିଖ୍‍ ସଂଗଠନଗୁଡିକ ରବିବାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଗୁରୁବାର ଦିନ ହଲ୍‍ ଗେଟ ନିକଟରୁ ସ୍ୱର୍ଣ୍ଣ ମନ୍ଦିରକୁ ଯାଇଥିବା ହେରିଟେଜ ଷ୍ଟ୍ରିଟ୍‍ ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ମଧ୍ୟ ଗୁଳିବିଦ୍ଧ ଗୁରୁ ଗ୍ରନ୍ଥ ସାହିବକୁ ଚଳିତ ବର୍ଷ ପ୍ରଦର୍ଶନ କରିବାକୁ ଘୋଷଣା କରିଥିଲା। କମିଟି ଅଧ୍ୟକ୍ଷା ବିବି ଜାଗିର କଉର କହିଛନ୍ତି, ୧୯୮୪ରେ ଘଟିଥିବା ଘଟଣାକୁ ଶିଖ୍‍ ସମୁଦାୟ କେବେହେଲେ ଭୁଲିପାରିବେ ନାହିଁ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories