www.samajalive.in
Sunday, December 7, 2025
16.1 C
Bhubaneswar

ଦୃଷ୍ଟିହୀନ ଭଜନ ମଣ୍ଡଳିକୁ ଲାୟନ୍ସ କ୍ଲବର ସହାୟତା

ବରପାଲି: ବରପାଲି ବ୍ଲକ ବନ୍ଧପାଲି ଗାଁରେ ଅସ୍ଥାୟୀ ଭାବରେ ରହୁଥିବା ଦୃଷ୍ଟିହୀନ ଦିବ୍ୟାଙ୍ଗ ଭଜନ ମଣ୍ଡଳି ଦଳକୁ ସ୍ଥାନିୟ ଲାୟନ୍ସକ୍ଲବ ସଦସ୍ୟ ମାନଙ୍କ ପକ୍ଷରୁ ସହାୟତା ହାତ ମିଳିପାରିଛିି। ଲାୟନ୍ସ ସୁରେନ୍ଦ୍ର କୁମାର ହୋତାଙ୍କ ନେତୃତ୍ୱରେ ସଦସ୍ୟମାନେ ଏକ ଗ୍ୟାସ ସିଲିଣ୍ଡର ସହ ଗ୍ୟାସଚୁଲା ଓ ଶୁଖିଲା ରାସନ ସାମଗ୍ରୀ ସହ କିଛିଟା ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରି ଦୃଷ୍ଟିହିନ କଳାକାର ମାନଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରଚେଷ୍ଟା କରିଥିଲେ। ଗତ ତିନିମାସ ପୁର୍ବରୁ ମାଲକାନଗିରିି ଅଚଂଳରୁ ଏକ ୧୨ଜଣିଆ ଦୃଷ୍ଟିହିନ ଭଜନ ସଂଧ୍ୟା ଦଳ ବରପାଲି ଅଚଂଳକୁ ଆସି ବିଭିନ୍ନ ଗାଁରେ ଭଜନ ସଂଧ୍ୟାର ଆସର ବସାଇବା ସହ ନିଜ ପେଟପାଟଣା ଚଳାଉଥିଲେ। ଅଚାନକ କରୋନା ମହାମାରି ସଂକ୍ରମଣ ଯୋଗୁ ଲକଡ଼ାଉନ ଲାଗୁ ହେବାରୁ ହୋଇଯିବାରୁ ମଣ୍ଡଳିର ପେଟପାଟଣା ସମ୍ପୁର୍ଣ୍ଣ ଭାବରେ ପ୍ରଭାବିତ ହୋଇଥିଲା। ଲକଡ଼ାଉନ ଜାରି ହେବା ପୁର୍ବରୁ ମଣ୍ଡଳି ବନ୍ଧପାଲି ଗାଁ ସହିତ ଆଖପାଖ ଗ୍ରାମରେ ନିଜର ଭଜନ ସଂଧ୍ୟା ଜାରି ରଖିଥିଲେ। ହେଲେ କାମଧନ୍ଦା ବନ୍ଦ ହୋଇଯିବା ସହିତ ବାହାରକୁ ବାହାରିବା ଉପରେ ପ୍ରତିବନ୍ଧକ ଲାଗିବାରୁ ଦିବ୍ୟାଙ୍ଗ ଦଳ ବନ୍ଧପାଲିର ଜଣେ ସହୃଦୟ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇ ଲକଡ଼ାଉନ ଫାନ୍ଦରୁ ମୁକୁଳିବେ ଅପେକ୍ଷାରେ ରହିଛନ୍ତି। ପାଖରେ ଯାହାକିଛି ଅର୍ଥ ଓ ରାସନ ସାମଗ୍ରୀ ରହିଥିଲା କିଛିଦିନ ମଧ୍ୟରେ ସରିଯାଇଥିଲା। ପରେ ଅନ୍ୟବାଟ ନପାଇ ସ୍ଥାନିୟ ଲୋକଙ୍କ ସହାୟତା ଲୋଡ଼ିଥିଲେ।

ଖବରପାଇ ସ୍ଥାନିୟ ମାରୱାଡ଼ୀ ମହିଳା ସଂଘ,ବରଗଡ଼ ଲାୟନ୍ସ କ୍ଲବ କର୍ମକର୍ତ୍ତାମାନେ ଅସହାୟ ମାନଙ୍କୁ କିଛିଟା ସହାୟତା ଯୋଗାଇ ଦେଇଥିଲେ। ଆଜି ସ୍ଥାନିୟ ଲାୟନ୍ସ କ୍ଲବର କର୍ମକର୍ତ୍ତା ମାନେ ବନ୍ଧପାଲିରେ ପହଞ୍ଚି ନିରିହ ଦୃଷ୍ଟିହିନ ମାନଙ୍କ ଦୁର୍ଦଶା ଦେଖିବା ସହ ବିଭିନ୍ନ ବିଷୟ ସ୍ୱାସ୍ଥ୍ୟ, ପରିଧାନ, ଜରୁରୀ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ପରେ ନେଇଥିବା ଆବଶ୍ୟକ ସାମଗ୍ରୀ ମାନ ପ୍ରଦାନ କରିବା ସହିତ ଉତ୍ସାହ ପ୍ରଦାନ ଦିଗରେ ସହାୟକ ସାଜିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories