www.samajalive.in
Tuesday, December 9, 2025
26.1 C
Bhubaneswar

ସାବଧାନ ଏହି ଭୁଲ କରୁଥିଲେ….

ଚା’ ପିଇବା ବହୁ ଲୋକଙ୍କ ନିତିଦିନିଆ ଅଭ୍ୟାସ। ମାତ୍ର ବହୁ ଲୋକେ ଚା’ ପିଇବା ସମୟରେ ଏପରି କିଛି ଖାଦ୍ୟ ଖାଇଥାଆନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଏହା ସଭିଏଁ ହୁଏତ ଜାଣି ନଥିବେ ଚା’ ସହ କେଉଁ ଖାଦ୍ୟଦ୍ରବ୍ୟ ଖାଇବା ଉଚିତ ଓ ଅନୁଚିତ, ଏହି କାରଣରୁ ବହୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଜାଣନ୍ତୁ ଚା’ ସହ କେଉଁ ଖାଦ୍ୟପଦାର୍ଥ ଖାଇବା ଉଚିତ ନୁହେଁ…….
ଚା’ ଓ ସବୁଜ ପନିପରିବା –
ସ୍ୱାସ୍ଥ୍ୟ ପାଇଁ ସବୁଜ ପନିପରିବା ଖୁବ ଉପକାରୀ ଅଟେ । ଏହା ଶରୀରକୁ ଆବଶ୍ୟକ ପରିମାଣରେ ପୋଷଣ ଯୋଗାଇଥାଏ। ମାତ୍ର ଚା’ ପିଇବାର କିଛି ସମୟ ପରେ ପନିପରିବା ଯୁକ୍ତ ଖାଦ୍ୟ ଖାଇବା ଆଦୌ ଉଚିତ ନୁହେଁ। ଏହା ପନିପରିବାର ପୋଷକ ତତ୍ତ୍ୱକୁ ନଷ୍ଟ କରିଥାଏ। ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇନଥାଏ।
ଚା’ ସହ ପ୍ରୋଟିନ ଯୁକ୍ତ ଖାଦ୍ୟ –
ଅଣ୍ଡାରେ ଅଧିକ ମାତ୍ରାରେ ପ୍ରୋଟିନ ରହିଛି। ଚା’ ରେ ଥିବା ଟେନିନ ପ୍ରୋଟିନକୁ ଶୋଷଣ କରିଥାଏ। ଯାହା ଫଳରେ ଚା’ ପିଇବାର କିଛି ସମୟ ପରେ ଅଣ୍ଡା ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
ଚା’ ଏବଂ ଆଇରନ ଯୁକ୍ତ ଖାଦ୍ୟ –
ଚା’ ରେ ଟେନିନ ରହିଥାଏ। ଯାହା ଆଇରନକୁ ଶୋଷଣ କରିଥାଏ। ଏହା ଦ୍ୱାରା ଶରୀରରେ ଆଇରନର ମାତ୍ରା କମ ହୋଇଥାଏ। ଫଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। ତେଣୁ ଚା’ ସହ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories